ETV Bharat / bharat

ପ୍ରବଳ ବର୍ଷାରେ ବେହାଲ ଗୁରୁଗ୍ରାମ: ଦିଲ୍ଲୀ-ଜୟପୁର ଏକ୍ସପ୍ରେସ-ଓ୍ବେରେ 5କିମି ଯାଏଁ ଟ୍ରାଫିକ୍ ଜାମ - ରାଜପଥରେ ଜଳବନ୍ଦୀ ସମସ୍ୟା

ଗୁରୁଗ୍ରାମରେ ପ୍ରବଳ ବର୍ଷା ପରେ ଅଚଳାବସ୍ଥା । ଦିଲ୍ଲୀ-ଜୟପୁର ଏକ୍ସପ୍ରେସ-ଓ୍ବେରେ ଅଟକିଛି ହଜାର ହଜାର ଗାଡି । ଅଧିକ ପଢନ୍ତୁ

ରାଜପଥ ଜଳବନ୍ଦୀ: ଦିଲ୍ଲୀ-ଜୟପୁର ଏକ୍ସପ୍ରେସ-ଓ୍ବେ ରେ ଅଟକିଛି ହଜାର ହଜାର ଗାଡି

author img

By

Published : Jun 21, 2023, 10:03 PM IST

ରାଜପଥ ଜଳବନ୍ଦୀ: ଦିଲ୍ଲୀ-ଜୟପୁର ଏକ୍ସପ୍ରେସ-ଓ୍ବେ ରେ ଅଟକିଛି ହଜାର ହଜାର ଗାଡି

ନୂଆଦିଲ୍ଲୀ: ସାଇବର ସିଟି ଗୁରୁଗ୍ରାମରେ ପ୍ରବଳ ବର୍ଷା ଫଳରେ ଜନଜୀବନ ପ୍ରଭାବିତ ହୋଇଛି । ଚାରିଆଡ ଜଳମଗ୍ନ ହେବା ସହ ସହରରେ ଯାତାୟତ ପ୍ରଭାବିତ ହୋଇଛି । ସହରରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବା ସହ ଅଚଳାବସ୍ଥା ସୃଷ୍ଟି ହୋଇଛି । ହଜାର ଗାଡି ମୋଟର ରାସ୍ତାରେ ଫସି ରହିଛନ୍ତି । କେବଳ ସହରର ତଳିଆ ଅଞ୍ଚଳରେ ନୁହେଁ ବରଂ ଦିଲ୍ଲୀ-ଜୟପୁର ଏକ୍ସପ୍ରେସ-ୱେରେ ମଧ୍ୟ ବର୍ଷା ଜଳ ଲହରୀ ଭାଙ୍ଗୁଛି । ଫଳରେ ଏକ୍ସପ୍ରେସ-ଓ୍ବେ ରେ ହଜାର ହଜାର ଗାଡି ଫସି ରହିଛନ୍ତି । କିଛି ଗାଡି ପାଣିରେ ଭାସୁଥିବା ମଧ୍ୟ ଦେଖିବାକୁ ମିଳୁଛି ।

ଦିଲ୍ଲୀ-ଜୟପୁର ଏକ୍ସପ୍ରେସ-ୱେରେ ଦୀର୍ଘ ସମୟ ଧରି ଟ୍ରାଫିକ୍ ଜାମ୍:-

ଆଜି (ବୁଧବାର) ସକାଳୁ ପ୍ରବଳ ବର୍ଷା ଫଳରେ ଦିଲ୍ଲୀ ଜୟପୁର ଏକ୍ସପ୍ରେସ-ୱେରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ପ୍ରାୟ 5 କିଲୋମିଟର ପର୍ଯ୍ୟନ୍ତ ଗାଡି ମୋଟର ଫସି ରହିଛନ୍ତି । ଏକ ବସ ମଧ୍ୟ ପାଣିରେ ଫସି ରହିଥିଲା । ପ୍ରାୟ 2 ଘଣ୍ଟା ପରେ ଏହାରୁ ଟ୍ରାକ୍ଟର ସହାଯ୍ୟରେ ଟାଣି ଉଦ୍ଧାର କରାଯାଇଛି । ଲୋକମାନେ ଗାଡିରୁ ଓହ୍ଲାଇ ଚାଲି ଚାଲି ଗନ୍ତବ୍ୟସ୍ଥଳକୁ ଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି । ଏବେ ବର୍ଷା ସାମାନ୍ୟ କମିଥିବା ବେଳେ ରାସ୍ତା ଉପରେ ଜଳସ୍ତର ହ୍ରାସ ପାଇଲେ ହିଁ ଗାଡି ଚଳାଚଳ ସ୍ବାଭାବିକ ହୋଇପାରିବା ନେଇ ଆଶା କରାଯାଉଛି ।

ପ୍ରାକ ମୌସୁମୀ ବର୍ଷାରେ ସ୍ଥିତି ଏପରି:-

ମୌସୁମୀ ଆଗମନ ପୂର୍ବରୁ ପ୍ରାକ ମୌସୁମୀ ବର୍ଷାରେ ଏପରି ଅଚଳାବସ୍ଥାକୁ ନେଇ ସ୍ଥାନୀୟ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି । ବିପର୍ଯ୍ୟସ୍ତ ଡ୍ରେନେଜ ବ୍ଯବସ୍ଥା ଫଳରେ ଏପରି ସମସ୍ୟା ଘଟୁଥିବା ଅଭିଯୋଗ କରି ପ୍ରଶାସନ ଉପରେ ପ୍ରଶ୍ନ କରିଛନ୍ତି ସହରବାସୀ । ମୌସୁମୀ ବର୍ଷା ବର୍ତ୍ତମାନ ଦିଲ୍ଲୀ-ଏନସିଆରରେ ହୋଇନାହିଁ । କେବେଳ ପ୍ରାକ ମୌସୁମୀ ବର୍ଷାରେ ଯଦି ସ୍ଥିତି ଏପରି, ତେବେ ମୌସୁମୀ ପ୍ରଭାବରେ ହେବାକୁ ଥିବା ଲଗାଣ ବର୍ଷାରେ ସହରରେ ସ୍ଥିତି କ’ଣ ହେବ ତାହା ଏବେ ଠାରୁ ସହରବାସୀଙ୍କୁ ଡରାଇଲାଣି ।

ଲୋକସଂଖ୍ୟା ବୃଦ୍ଧି ସହ ବିକଶିତ ହେଉନି ଡ୍ରେନେଜ ବ୍ୟବସ୍ଥା:-

ଗୁରୁଗ୍ରାମ ସହରରେ ଲୋକସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କିଛି ଦଶନ୍ଧି ମଧ୍ୟରେ ଏହି ସହରର ଲୋକସଂଖ୍ୟାରେ ଅହେତୁକ ବୃଦ୍ଧି ଘଟିଛି । ଅନୁରୂପ ଭାବେ ଗାଡି ମୋଟର ସଂଖ୍ୟା ମଧ୍ୟ ବଢିଛି । ହେଲେ ସେହି ଅନୁପାତରେ ସହରରେ ଡ୍ରେନେସ ଓ ସ୍ବରେଜ ବ୍ଯବସ୍ଥାରେ ବିକାଶ କରାନଯିବା ଫଳରେ ବର୍ଷା ଦିନେ ସହରୀ ବନ୍ୟା ସୃଷ୍ଟି ହେଉଛି । ଯାତାୟତ ସମ୍ପୂର୍ଣ୍ଣ ପ୍ରଭାବିତ ହେବା ସହ ଘଣ୍ଟା ଘଣ୍ଟା ଧରି ଅଚଳାବସ୍ଥା ସୃଷ୍ଟି ହେବାରେ ଲାଗିଛି । ଆଜି ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.