ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଛି ହୃଦଘାତ ସମସ୍ୟା । ଶୀତଦିନେ ହୃଦଘାତ ଅଧିକ ପ୍ରଭାବ ପକାଇଥାଏ । ହୃଦଘାତର ଶିକାର ହେବା ପାଇଁ ସେମିତି କୌଣସି ବୟସର ସମୟସୀମା ନଥିାଏ । ଏହା କହିଛନ୍ତି ମ୍ୟାକ୍ସ ହସ୍ପିଟାଲର ହୃଦରୋଗ ବିଶେଷଜ୍ଞ ଡାକ୍ତର ବଲବୀର ସିଂ । ପ୍ରତିଦିନ ହାରାହାରି ଦୁଇ ଜଣ ହୃଦରୋଗ ପାଇଁ ହସ୍ପିଟାଲକୁ ଆସନ୍ତି ବୋଲି ସେ କହିଛନ୍ତି ।
ଡାକ୍ତର ବଲବୀର ସିଂ କହୁଛନ୍ତି, "ହୃଦୟ ହେଉଛି ଶରୀର ଏକ ପ୍ରମୁଖ ଅଙ୍ଗ ଯାହାକି ଶୀତ ସମୟରେ ଅନେକ ସମ୍ୟାର ସମ୍ମୁଖୀନ ହୋଇଥାଏ । ଦେଶରେ ବୃଦ୍ଧି ପାଉଛି ହୃଦଘାତ ସମସ୍ୟା । ଏହାକୁ ଆମକୁ ସ୍ବୀକାର କରିବାକୁ ହେବ ଏବଂ ଏହାର ସମାଧାନ ବାହାର କରିବା ପାଇଁ ହେବ । ଗତ ମାସରେ 40ଟି ହୃଦଘାତ ରୋଗୀଙ୍କୁ ଆମେ ଚିକିତ୍ସା କରିଛୁ । ତେବେ ଏହା ଜାନୁଆରୀ ମାସରେ 40ରୁ ଟିକେ ଅଧିକ ହେବ । ଆମେ ଜାଣିଛୁ ବିଗତ ଦିନମାନଙ୍କରେ କେତେ ରୋଗୀଙ୍କୁ ଆମେ ଚିକିତ୍ସା କରିଛୁ । ସେହି ତୁଳନାରେ ବର୍ତ୍ତମାର ସଂଖ୍ୟା ପ୍ରାୟ ଦୁଇ ଗୁଣ ଅଟେ । ତେଣୁ ସ୍ପଷ୍ଟ ଭାବରେ ଦେଖିପାରୁଛେ ଏହା ଧିରେ ଧିରେ ବୃଦ୍ଧି ହେବାରେ ଲାଗିଛି । "
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେମିତି କୌଣସି ବୟସ ବର୍ଗର ବ୍ୟକ୍ତିବିଶେଷଙ୍କୁ ହୃଦଘାତ ପ୍ରଭାବିତ କରେନାହିଁ । ଏହା ବୃଦ୍ଧ, ଯୁବକ, ଛୋଟ ପିଲା ସମସ୍ତଙ୍କୁ ହୋଇପାରିବ । ତେଣୁ ଏଥିପ୍ରତି ସମସ୍ତେ ଯତ୍ନବାନ ହେବା ଆବଶ୍ୟକ । ନିକଟରେ ମୁଁ ଜଣେ ୨୬ ବର୍ଷୀୟା ଯୁବତୀଙ୍କ ଚିକିତ୍ସା କରିଥିଲି । ସେହିଭଲି ୨୮ ବର୍ଷୀୟ ଆଇଆଇଟି ଛାତ୍ରଙ୍କ ମଧ୍ୟ ଚିକିତ୍ସା କରିଛି । ଏହା କହିବା ଭୁଲ ହେବ କି ମୁଁ ଯୁବକ ମୋତେ ହୃଦଘାତ ହୋଇପାରିବ ନାହିଁ ।’’
ଏହା ମଧ୍ୟ ପଢନ୍ତୁ...ହାର୍ଟ ଫେଲ ମହାମାରୀର କାରଣ ସାଜିପାରେ କୋରୋନା ! ଏହା କହିଲେ ବୈଜ୍ଞାନିକ
ଏହା ମଧ୍ୟ ପଢନ୍ତୁ...ଶୀତଦିନେ ଖାଆନ୍ତୁ ଏହି ଫଳ, ଏନର୍ଜି ସହ ଇମ୍ୟୁନିଟି ହେବ ବୃଦ୍ଧି
ପୂର୍ବରୁ ଭାରତରେ ବିଶେଷ ବର୍ଗର ଲୋକଙ୍କ କ୍ଷେତ୍ରରେ ହୃଦରୋଗ ସମସ୍ୟା ସାଧାରଣତଃ ଦେଖାଯାଉଥିଲା । ହେଲେ ଏବେ ଯୁବପିଢି ମଧ୍ୟ ଏଥିରେ ଶିକାର ହେବାରେ ଲାଗିଛନ୍ତି । ଯାହା ସମସ୍ତଙ୍କ ଚିନ୍ତା ବଢାଇଛି । ଜୀବନ ଶୈଳୀରେ ପରିବର୍ତ୍ତନ କାରଣରୁ ଏହିପରି ସମସ୍ୟା ସୃଷ୍ଟି ହୋଇଛି । ଏଥିପ୍ରତି ଯୁବପିଢି ସଚେତନ ହେବା ପାଇଁ ଡାକ୍ତରମାନେ ବିଭିନ୍ନ ପରାମର୍ଶ ଦେଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ