ETV Bharat / bharat

New IT Rules: ହ୍ବାଟ୍ସଆପ-ଫେସବୁକ ଆବେଦନର ଶୁଣାଣି ସ୍ଥଗିତ - ନୂଆ ଆଇଟି ନିୟମ

କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମ ବିରୁଦ୍ଧରେ ହ୍ବାଟ୍ସଆପ ଓ ଫେସବୁକର ଆବେଦନ ଉପରେ ଶୁଣାଣି ସ୍ଥଗିତ ରଖିଛନ୍ତି ଦିଲ୍ଲୀ ହାଇକୋର୍ଟ । ଅଧିକ ପଢନ୍ତୁ...

New IT Rules: ହ୍ବାଟ୍ସଆପ-ଫେସବୁକ ଆବେଦନର ଶୁଣାଣି ସ୍ଥଗିତ

author img

By

Published : Jul 30, 2021, 1:07 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ହ୍ବାଟ୍ସଆପ ଓ ଫେସବୁକକୁ ସାମୟିକ ଝଟକା । ଆବେଦନର ଶୁଣାଣିକୁ ଅଗଷ୍ଟ ୨୭ ପର୍ଯ୍ୟନ୍ତ ଘୁଞ୍ଚାଇଲେ ଦିଲ୍ଲୀ ହାଇକୋର୍ଟ ।

ମୁଖ୍ୟ ବିଚାରପତି ଡିଏନ ପଟେଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣିକୁ ଆସନ୍ତା ଅଗଷ୍ଟ ୨୭ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇଛନ୍ତି । ଆଜି(ଶୁକ୍ରବାର) ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ତୁଷାର ମେହତା କୋର୍ଟକୁ ସମୟ ମାଗିଥିଲେ । ତେବେ କୋର୍ଟ ତାଙ୍କ ଅନୁରୋଧକୁ ସ୍ବୀକାର କରିଥିଲେ । ସେପଟେ ନିଜର ନୂଆ ଗୋପନୀୟତା ନୀତି ବା ପ୍ରାଇଭେସି ପଲିସିକୁ କିଛି ଦିନ ପାଇଁ ସ୍ଥଗିତ ରଖିବାକୁ ହ୍ବାଟ୍ସଆପ ୯ ଜୁଲାଇରେ କୋର୍ଟକୁ କହିଥିଲା ।

ଡାଟା ପ୍ରୋଟେକ୍ସନ ବିଲ ନ ଆସିବା ପର୍ଯ୍ୟନ୍ତ ହ୍ବାଟ୍ସଆପ ତା'ର ନୂଆ ଗୋପନୀୟତା ନୀତିକୁ ଲାଗୁ କରିବ ନାହିଁ ବୋଲି ହ୍ବାଟ୍ସଆପର ବରିଷ୍ଠ ବିଚାରପତି ହରିଶ ସାଲୱେ କୋର୍ଟକୁ କହିଥିଲେ । ଗତ ଏପ୍ରିଲ ୨୨ ତାରିଖରେ ବିଚାରପତି ନବୀନ ଚାୱଲାଙ୍କ ଏକ ଜଣିଆ ଖଣ୍ଡପୀଠଙ୍କ ନିକଟରେ ହ୍ବାଟ୍ସଆପ ଓ ଫେସବୁକ ଆବେଦନ କରିଥିଲେ, କିନ୍ତୁ ଏହି ଖଣ୍ଡପୀଠ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲା । ଏହାପରେ ଏହି ୨ କମ୍ପାନୀ ଡିଭିଜନ ବେଞ୍ଚ ନିକଟରେ ପୁଣି ଆବେଦନ କରିଥିଲେ । ସିଙ୍ଗଲ୍ ବେଞ୍ଚ ପୂର୍ବରୁ ଶୁଣାଣି ସମୟରେ ହ୍ବାଟ୍ସଆପ ପକ୍ଷର ବରିଷ୍ଠ ବିଚାରପତି ହରିଶ ସାଲୱେ କହିଛନ୍ତି ଯେ ହ୍ବାଟ୍ସଆପ ଗୋପନୀୟତା ନୀତି ଉପରେ ପ୍ରତିଯୋଗିତା ଆୟୋଗ(CCI)ର କୌଣସି ଅଧିକାର ନାହିଁ। ଏ ସମ୍ପର୍କରେ ସରକାର ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ସେ କହିଥିଲେ ।

ବ୍ୟବହାରକାରୀଙ୍କୁ ଅଧିକ ସୁବିଧା ପ୍ରଦାନ କରିବା ପାଇଁ ହ୍ବାଟ୍ସଆପର ନୂତନ ଗୋପନୀୟତା ନୀତିକୁ ଲାଗୁ କରାଯିବ । ଏହି ନୀତି ଦ୍ବାରା ବ୍ୟବହାରକାରୀମାନେ ଉତ୍ତମ ବାଣିଜ୍ୟିକ ସେବା ପାଇପାରିବେ । ହ୍ବାଟ୍ସଆପ ଆପର ବାଣିଜ୍ୟିକ ସେବା ଅଲଗା ରହିଛି ଯାହା ଫେସବୁକ ସହିତ ଲିଙ୍କ୍ ହୋଇଛି । ହ୍ବାଟ୍ସଆପ କୌଣସି ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ବାର୍ତ୍ତାଳାପ ଦେଖେ ନାହିଁ । ନୂତନ ଗୋପନୀୟତା ନୀତିର ଏହା ସହିତ କୌଣସି ସମ୍ପର୍କ ନାହିଁ ବୋଲି ସେ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.