ETV Bharat / bharat

Shraddha Murder Case: ଅଫତାବର ଜାମିନ ଆବେଦନ ପ୍ରସଙ୍ଗ, ଆସନ୍ତା ୨୨କୁ ଘୁଞ୍ଚିଲା ଶୁଣାଣି - ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା

ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା । ଆଜି ହେବାକୁ ଥିବା ମୁଖ୍ୟ ଅଭିଯୁକ୍ତ ଅଫତାବର ଜାମିନ ଆବେଦନ ପ୍ରସଙ୍ଗର ଶୁଣାଣି ଆସନ୍ତା ୨୨ ତାରିଖକୁ ଘୁଞ୍ଚିଛି (Aftab Poonawalla Bail Plea) । ଅଧିକ ପଢନ୍ତୁ

Aftab Poonawalla Bail Plea
ଅଫତାବର ଜାମିନ ଆବେଦନ ପ୍ରସଙ୍ଗ
author img

By

Published : Dec 17, 2022, 4:59 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା (Shraddha Walker Murder Case) । ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀ ସାକେତ କୋର୍ଟରେ ଆଜି ହେବାକୁ ଥିବା ଜାମିନ ଆବେଦନ (Aftab Poonawalla Bail Plea) ଶୁଣାଣି ଆସନ୍ତା ଡିସେମ୍ବର ୨୨ ତାରିଖକୁ ଘୁଞ୍ଚିଛି । ଶୁଣାଣି ପୂର୍ବରୁ ଅଫତାବର ଓକିଲ ତାଙ୍କୁ ଭେଟିବା ଲାଗି କୋର୍ଟଙ୍କ ଅନୁମତି ମାଗିଥିଲେ, ମାତ୍ର କୋର୍ଟ ଏହାକୁ ଖାରଜ କରିଦେଇଥିବା ମଧ୍ୟ ଜଣାପଡ଼ିଛି ।

ଏହି ଶୁଣାଣି ବେଳେ ମୁଖ୍ୟ ଅଭିଯୁକ୍ତ ଭିଡ଼ିଓ କନଫରେନ୍ସିଂ ଜରିଆରେ ଅତିରିକ୍ତ ସେସନ ଜଜ୍‌ ବ୍ରିନ୍ଦା କୁମାରୀଙ୍କ ଆଗରେ ହାଜର ହୋଇଥିଲା । ଜଜ୍‌ ଜାମିନ ଆବେଦନ ପ୍ରତ୍ୟାହାର କରିବା ନେଇ କରିଥିବା ପ୍ରଶ୍ନରେ ଉତ୍ତର ରଖି ଅଫତାବ କହିଥିଲା ଯେ ସେ ନିଜ ଓକିଲଙ୍କ ସହିତ ଆଲୋଚନା କରିବା ପରେ ଏ ନେଇ ସ୍ପଷ୍ଟ କରିବ । ଏଥିଲାଗି ଏହି ଜାମିନ ଆବେଦନର ଶୁଣାଣିକୁ ସ୍ଥଗିତ ରଖାଯାଇଛି । ଆସନ୍ତା ଡିସେମ୍ବର ୨୨ ତାରିଖରେ ଏହାର ଶୁଣାଣି କରାଯିବ ବୋଲି କହିଛନ୍ତି କୋର୍ଟ । ସେପଟେ ଏହି ଘଟଣାରେ ସ୍ବତନ୍ତ୍ର ସରକାରୀ ଓକିଲ ନିଯୁକ୍ତିକୁ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ମଞ୍ଜୁରୀ ଦେଇଛନ୍ତି ।

ଶ୍ରଦ୍ଧା ହତ୍ୟାକାଣ୍ଡ ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଜଣେ ସ୍ବତନ୍ତ୍ର ସରକାରୀ ଓକିଲଙ୍କୁ ନିଯୁକ୍ତ କରିବା ଲାଗି ଉପରାଜ୍ୟପାଳଙ୍କ ନିକଟରେ ଆବେଦନ କରିଥିଲେ । ଯାହାକୁ ଉପରାଜ୍ୟପାଲ ମଞ୍ଜୁରୀ ଦେଇଛନ୍ତି । ଏବେ ଆଇନଜୀବୀ ମଧୁକର ପାଣ୍ଡେ ସ୍ବତନ୍ତ୍ର ସରକାରୀ ଓକିଲ ଭାବେ କୋର୍ଟରେ ଏହି ମାମଲା ଉପରେ ବିଶେଷ ନଜର ରଖିବେ । ଦିଲ୍ଲୀ ପୋଲିସର କହିବାନୁସାରେ ପଲିଗ୍ରାଫ ଟେଷ୍ଟ ଓ ଡିଏନଏ ମ୍ୟାପିଂ ରିପୋର୍ଟ ଏହି ମାମଲାରେ ବେଶ ସହାୟକ ହେବ ।

ଏହା ବି ପଢନ୍ତୁ- Shraddha Murder Case: ଅଫତାବର ଜାମିନ ଆବେଦନ ପ୍ରସଙ୍ଗ, ଶନିବାରକୁ ଘୁଞ୍ଚିଲା ଶୁଣାଣି

ଆସିବା ପରେ ଆବଶ୍ୟକ ସ୍ଥଳେ ଅଫତାବକୁ ରିମାଣ୍ଡରେ ଆଣିବା ଲାଗି କୋର୍ଟଙ୍କ ଅନୁମତି ଆଣିପାରେ ବୋଲି ଦିଲ୍ଲୀ ପୋଲିସ କହିଛି । ଏବେ ଅଫତାବ ତିହାର ଜେଲରେ ରହିଛି । ଅନ୍ୟପଟେ ଗତ କିଛି ଦିନ ତଳେ ମରହୌଲୀ ଜେଲରୁ ପୋଲିସକୁ ୧୩ ଖଣ୍ଡ ହାଡ଼ ମିଳିଥିଲା । ଯାହାକି ଶ୍ରଦ୍ଧାଙ୍କ ପିତାଙ୍କ ଡିଏନଏ ସହିତ ମ୍ୟାଚ କରୁଥିବା କହିଛି ପୋଲିସ ।

ସୂଚନା ଥାଉ କି ଗତ ମେ ୧୮ ତାରିଖରେ ଶ୍ରଦ୍ଧାଙ୍କ ସହିତ ଅଫତାବର ଝଗଡ଼ା ହୋଇଥିଲା । ଏହାପରେ ସେ ଶ୍ରଦ୍ଧାକୁ ହତ୍ୟା କରିଥିଲା । ଏହାପରେ ସେ ଶ୍ରଦ୍ଧାର ଶରୀରକୁ ୩୫ ଖଣ୍ଡ କରିଥିଲା । ଏହି ଶରୀର ଖଣ୍ଡକୁ ଫ୍ରିଜରେ ରଖିଥିଲା ଅଫତାବ । ବିଳମ୍ବିତ ରାତିରେ ଶ୍ରଦ୍ଧାଙ୍କ ଶରୀର ଖଣ୍ଡକୁ ଜଙ୍ଗଲରେ ନେଇ ଫିଙ୍ଗୁଥିଲା ଅଫତାବ । ମହରୌଲୀ ଜଙ୍ଗଲ ସହିତ ଗୁରଗ୍ରାମରେ ମଧ୍ୟ ଶରୀର ଖଣ୍ଡକୁ ହତ୍ୟାକାରୀ ଫିଙ୍ଗୁଥିଲା । ହତ୍ୟାକାରୀଠୁ ଆରମ୍ଭ କରି ଶରୀରର ଦେହବାଶେଷ ଖୋଜିବାକୁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା । ପ୍ରଥମେ ଅଫତାବ ତଦନ୍ତରେ ସହଯୋଗ କରୁନଥିବା ସହିତ ବାରମ୍ବାର ମନ୍ତବ୍ୟ ବଦଳାଉଥିଲା । ଯାହାଦ୍ବାରା ପୋଲିସକୁ ତଦନ୍ତରେ ସମସ୍ୟାର ସାମ୍ନା କରିବାକୁ ପଡ଼ୁଥିଲା । ମାତ୍ର ଶେଷରେ ହତ୍ୟାକାରୀ ଧରାପଡ଼ିବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିବା ସହିତ ହତ୍ୟାର ଷଡଯନ୍ତ୍ର ସମ୍ପର୍କରେ ଜଣାପଡ଼ିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.