ETV Bharat / bharat

9 ରାଜ୍ୟରେ ଧିମେଇଛି କୋରୋନା ଟେଷ୍ଟିଂ, କେନ୍ଦ୍ରର ଉଦବେଗ

author img

By

Published : Jul 21, 2022, 12:34 PM IST

ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ଘଟୁଥିବାରୁ ୯ଟି ରାଜ୍ୟର କୋରୋନା ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଓ ନୀତି ଆୟୋଗ ସଦସ୍ୟ ଡ. ଭିକେ ପାଲ । ଅଧିକ ପଢନ୍ତୁ ।

9ଟି ରାଜ୍ୟରେ ଧିମେଇଛି କୋରୋନା ଟେଷ୍ଟିଂ ଓ ଟୀକାକରଣ, ଉଦବେଗ ପ୍ରକାଶ କଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ପୁଣି ମାଡିଲାଣି କୋରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ କିଛି ରାଜ୍ୟରେ ମଧ୍ୟ ସଂକ୍ରମଣ ଉପର ମୁହାଁ ରହିଛି । ଏହାକୁ ଦୃଷ୍ଟିରେ ରଖି ୯ଟି ରାଜ୍ୟର କୋରୋନା ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଏହି ଉଚ୍ଚସ୍ଥରୀୟ ବୈଠକରେ ନୀତି ଆୟୋଗ ସଦସ୍ୟ ଡ. ଭିକେ ପାଲ ଉପସ୍ଥିତ ଥିଲେ।

କେରଳ, ପଶ୍ଚିମବଙ୍ଗ, ତାମିଲନାଡୁ, ମହାରାଷ୍ଟ୍ର, ଆସାମ, ଆନ୍ଧ୍ରପ୍ରଦେଶ, ହିମାଚଳ ପ୍ରଦେଶ, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶରେ କମ କୋରୋନା ଟେଷ୍ଟିଂ ଏବଂ ଟୀକାକରଣ କରାଯାଉଥିବାରୁ ଏନେଇ କେନ୍ଦ୍ର ଉଦବେଗ ପ୍ରକାଶ କରିଛି । ଡ. ଭିକେ ପାଲ ଏହି ସବୁ ରାଜ୍ୟକୁ କହିଛନ୍ତି ଯେ, 'ଆମକୁ ମନେ ରଖିବାକୁ ହେବ ଯେ କୋଭିଡ ଏପର୍ଯ୍ୟନ୍ତ ଯାଇନାହିଁ, ବିଶ୍ବସ୍ତରରେ କୋରୋନା ସଂକ୍ରମଣକୁ ଦେଖିଲେ ଆମକୁ ସଜାଗ ରହିବାକୁ ପଡିବ । କମ କୋରୋନା ଟେଷ୍ଟିଂ ଓ ଟୀକାକରଣ ଯୋଗୁଁ ସଂକ୍ରମଣ ବୃଦ୍ଧି ଘଟୁଛି । ତେଣୁ ସଂକ୍ରମଣ ବୃଦ୍ଧି ଘଟୁଥିବା ରାଜ୍ୟ ଗୁଡିକରେ କୋରୋନା ଟେଷ୍ଟିଂ ଓ ଟୀକାକରଣକୁ ଅଧିକ ତ୍ବରାନ୍ବିତ କରିବାକୁ ପରାମର୍ଶ ଦେଇଛନ୍ତି ।

ସେହିପରି କୋରୋନା ସଂକ୍ରମିତ ହୋଇ ଯେଉଁ ମାନେ ଆଇସୋଲେନରେ ରହିଛନ୍ତି ସେମାନଙ୍କ ଉପରେ କଡା ନଜର ରଖିବାକୁ କୁହାଯାଇଛି । ଏଥି ସହ ଆଣ୍ଟିଜେନ ଟେଷ୍ଟିଂକୁ ବୃଦ୍ଧି କରିବାକୁ କେନ୍ଦ୍ର ସମସ୍ତ ରାଜ୍ୟକୁ କେନ୍ଦ୍ର ପରାମର୍ଶ ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.