ETV Bharat / bharat

G20 Health Ministers Meet: ଉନ୍ନତ ସୁସ୍ଥ ପୃଥିବୀ ନିର୍ମାଣ ଲାଗି ଆମେ ସଂକଳ୍ପବଦ୍ଧ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

author img

By

Published : Oct 27, 2022, 9:19 PM IST

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ (Health Minister Mansukh Mandaviya) ଗୁରୁବାର ଇଣ୍ଡୋନେସିଆର ବାଲି ଠାରେ ଅନୁଷ୍ଠିତ ଦ୍ୱିତୀୟ ଜି-20 ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସମ୍ମିଳନୀ (G20 Health Ministers Meet) କୁ ସମ୍ବୋଧିତ କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ (Health Minister Mansukh Mandaviya) ଗୁରୁବାର ଇଣ୍ଡୋନେସିଆର ବାଲି ଠାରେ ଅନୁଷ୍ଠିତ ଦ୍ୱିତୀୟ ଜି20 ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସମ୍ମିଳନୀ (G20 Health Ministers Meet) କୁ ସମ୍ବୋଧିତ କରିଛନ୍ତି ।

  • Addressed the Second G20 Health Ministers' Meeting in Bali, Indonesia.

    Highlighted the need to acknowledge the existing fault lines in the Global Health Architecture and the importance of building an inclusive, agile and responsive framework for health emergency management. pic.twitter.com/wpVbMobRgf

    — Dr Mansukh Mandaviya (@mansukhmandviya) October 27, 2022 " class="align-text-top noRightClick twitterSection" data=" ">

ସମ୍ବୋଧିତ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛନ୍ତି । ଆମେ ବିଶ୍ୱ ସ୍ୱାସ୍ଥ୍ୟର ସୁରକ୍ଷା ଏବଂ ଭବିଷ୍ୟତ ପିଢ଼ି ପାଇଁ ରହିବା ଅନୁକୂଳ ଏକ ଉନ୍ନତ ଏବଂ ସୁସ୍ଥ ପୃଥିବୀ ନିର୍ମାଣ ଲାଗି ସଂକଳ୍ପବଦ୍ଧ ।

  • The Government of India under PM @NarendraModi Ji's leadership attaches topmost importance to the health sector.

    We are committed to protecting global health and making sure we leave behind for the coming generations a better & more healthy planet to live in.

ଏହାବି ପଢନ୍ତୁ- T20 world cup: ଜିମ୍ବାୱେର ଜଲୱା, ପାକିସ୍ତାନକୁ ୧ ରନ୍‌ରେ ହରାଇଲା

ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି ଯେ, ଭବିଷ୍ୟତ ପାଇଁ ପ୍ରସ୍ତୁତ ଏକ ସହନଶୀଳ ବିଶ୍ୱ ସ୍ୱାସ୍ଥ୍ୟସେବା ଇକୋ-ସିଷ୍ଟମ ନିର୍ମାଣ ଦିଗରେ ଯୋଗଦାନ ପାଇଁ ଭାରତ ସଂକଳ୍ପବଦ୍ଧ ରହିଛି । ବିଶ୍ୱ ସ୍ୱାସ୍ଥ୍ୟସେବା ସହନଶୀଳତା ଉପରେ ସେ ବିସ୍ତୃତ ଭାବେ ଆଲୋଚନା କରି କହିଛନ୍ତି ଏକ ଆର୍ଥିକ ମଧ୍ୟସ୍ଥତା ପାଣ୍ଠି ଗଠନ ପାଇଁ ପୂର୍ବରୁ ଆଲୋଚନା ହୋଇସାରିଛି । ବିଶ୍ୱ ସ୍ୱାସ୍ଥ୍ୟସେବା ଢାଞ୍ଚାରେ ରହିଥିବା ବର୍ତ୍ତମାନର ତ୍ରୁଟିପୂର୍ଣ୍ଣ ଦିଗକୁ ଗ୍ରହଣ କରିବା ଏବଂ ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତିର ମୁକାବିଲା ପାଇଁ ଏକ ସମାବେଶୀ, ସକ୍ରିୟ ତଥା ଉତ୍ତରଦାୟୀ ବ୍ୟବସ୍ଥା ନିର୍ମାଣ କରିବା ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ଡକ୍ଟର ମାଣ୍ଡବ୍ୟ କହିଥିଲେ ।

ଏହାବି ପଢନ୍ତୁ- Chintan Shivir of Home Ministers: କାଲି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ, ଫୋକସରେ 2047 ସୁଦ୍ଧା ବିକଶିତ ଭାରତ

ସାରା ବିଶ୍ୱରେ ଜନସାଧାରଣ ଏବଂ ସାମଗ୍ରୀର ବାଧାମୁକ୍ତ ପରିବହନ ସୁନିଶ୍ଚିତ କରିବା ଲାଗି ପ୍ରସ୍ତାବିତ ଗ୍ଲୋବାଲ ଫେଡରେଟେଡ ପବ୍ଲିକ ଟ୍ରଷ୍ଟ ଡିରେକ୍ଟୋରୀରେ ଯୋଗଦାନ କରିବା ପାଇଁ ସେ ସମସ୍ତ ଜି20 ସଦସ୍ୟମାନଙ୍କୁ ଡକ୍ଟର ମାଣ୍ଡବ୍ୟ ଆହ୍ୱାନ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.