ETV Bharat / bharat

ମୁଣ୍ଡରେ ଆଘାତ ଲାଗିବାର ଦଶନ୍ଧି ପରେ ଜ୍ଞାନଶକ୍ତି ହ୍ରାସ ଅଧିକ ଖରାପ ହୋଇପାରେେ

author img

By

Published : Mar 14, 2021, 10:24 PM IST

ଯୁବ ଅବସ୍ଥାରେ ମୁଣ୍ଡରେ ଆଘାତ ପାଇଥିବା ବ୍ୟକ୍ତିଙ୍କୁ 70 ବର୍ଷ ବୟସରେ ସେମାନଙ୍କର ଜ୍ଞାନଶକ୍ତି ପରୀକ୍ଷା କରାଗଲେ ସେମାନଙ୍କଠାରୁ ଯେତିକି ସ୍କୋର୍ ଆଶା କରାଯାଏ ସେମାନେ ତାହାଠାରୁ କମ୍ ସ୍କୋର କରିଥାନ୍ତି । ଏକ ନୂଆ ଅଧ୍ୟୟନରୁ ଏହା ଜଣାଯାଇଛି । ଅଧିକ ପଢନ୍ତୁ...

ମୁଣ୍ଡରେ ଆଘାତ ଲାଗିବାର ଦଶନ୍ଧି ପରେ ଜ୍ଞାନଶକ୍ତି ହ୍ରାସ ଅଧିକ ଖରାପ ହୋଇପାରେେ
ମୁଣ୍ଡରେ ଆଘାତ ଲାଗିବାର ଦଶନ୍ଧି ପରେ ଜ୍ଞାନଶକ୍ତି ହ୍ରାସ ଅଧିକ ଖରାପ ହୋଇପାରେେ

50 ବର୍ଷରୁ କମ୍ ବୟସରେ କିମ୍ବା ଯୁବ ଅବସ୍ଥାରେ ମୁଣ୍ଡରେ ଆଘାତ ପାଇଥିବା ବ୍ୟକ୍ତିଙ୍କୁ 70 ବର୍ଷ ବୟସରେ ସେମାନଙ୍କର ଜ୍ଞାନଶକ୍ତି ପରୀକ୍ଷା କରାଗଲେ ସେମାନଙ୍କଠାରୁ ଯେତିକି ସ୍କୋର୍ ଆଶା କରାଯାଏ ସେମାନେ ତାହାଠାରୁ କମ୍ ସ୍କୋର କରିଥାନ୍ତି । ଏକ ନୂଆ ଅଧ୍ୟୟନରୁ ଏହା ଜଣାଯାଇଛି ।

ଅଧ୍ୟୟନରୁ ଜଣାଯାଇଛି ଯେ, ମୁଣ୍ଡରେ ଆଘାତ ଲାଗିଲେ ମସ୍ତିଷ୍କରେ କ୍ଷତି ହେବା ଜଣାପଡେନାହିଁ, ଯାହା କି ଅଲଜାଇମର ରୋଗର ଗୁଣ। କିନ୍ତୁ ଡିମେନ୍ସିଆ ରୋଗର ଲକ୍ଷଣ ପାଇଁ ଅଧିକ ବିପଦଜନକ ହୋଇପାରେ।

ଲଣ୍ଡନ ୟୁନିଭର୍ସିଟି କଲେଜର ପ୍ରମୁଖ ଗବେଷଣାକାରୀ ସାରା-ନାଓମି ଜେମସ କହିଛନ୍ତି - "ଆମକୁ ବଳିଷ୍ଠ ପ୍ରମାଣ ମିଳିଛି ଯେ ଯୁବ ବୟସରେ କିମ୍ବା 50 ବର୍ଷ ଭିତରେ ଯଦି ମୁଣ୍ଡରେ ଆଘାତ ଲାଗିଥାଏ ତେବେ ଏହାର ଦୀର୍ଘ ବର୍ଷ ପରେ ଆଘାତର ପ୍ରଭାବ ମସ୍ତିଷ୍ଟ ସ୍ବାସ୍ଥ୍ୟ ଏବଂ ବିଚାର ଶକ୍ତି ଉପରେ ପଡିଥାଏ।

ଜେମସ କହିଛନ୍ତି "ଏହା ବି ହୋଇପାରେ ମୁଣ୍ଡରେ ଆଘାତ ଲାଗିଥିବା ମସ୍ତିଷ୍କ ବ୍ୟକ୍ତିର ବାର୍ଦ୍ଧକ୍ୟ ତୁଳନାରେ ଅଧିକ ଦୁର୍ବଳ ହୋଇଯାଏ କିମ୍ବା ବୟସ ତୁଳନାରେ ମସ୍ତିଷ୍କ ଦୁର୍ବଳ ହେବା ତ୍ବରାନ୍ବିତ ହୋଇଥାଏ ।

ଆନାଲସ ଅଫ କ୍ଲିନିକାଲ ଏଣ୍ଡ ଟ୍ରାନସଲେସନାଲ ନ୍ୟୁରୋଲୋଜିର ଜର୍ଣ୍ଣାଲରେ ପ୍ରକାଶିତ ଏହି ଅଧ୍ୟୟନ ପାଇଁ ଗବେଷଣାକାରୀଙ୍କ ଟିମ୍ 502 ଜଣଙ୍କୁ ସାମିଲ କରିଥିଲେ ଯାହା କି ବ୍ରିଟେନର ଏକ ଲମ୍ବା ସମୟ ଧରି ଅଧ୍ୟୟନ ଥିଲା।

କିଛି ଲୋକଙ୍କୁ 53 ବର୍ଷ ବୟସ ହୋଇଥିବା ବେଳେ ପଚରାଯାଇଥିଲା, 'ଆପଣ କେବେ ଆଘାତ ପାଇ ଅଚେତ ହୋଇଥିଲେ କି ?' ସେମାନଙ୍କ ମୁଣ୍ଡରେ କେବେ ବଡ଼ ଧରଣର ଆଘାତ ହୋଇଥିଲା କି ନାହିଁ ତାହା ଜାଣିବା ପାଇଁ ପଚରାଯାଇଥିବା ଏହି ପ୍ରଶ୍ନର ଉତ୍ତରରେ 21 ପ୍ରତିଶତ ହଁ ବୋଲି କହିଥିଲେ ।

ସେହି ସମାନ ଲୋକଙ୍କୁ ପାଖାପାଖି 70 ବର୍ଷ (69-71) ହେବା ବେଳକୁ ସେମାନଙ୍କର ବ୍ରେନ୍ ସ୍କାନ୍ (ପିଇଟି/ଏମଆରଆଇ) କରାଯାଇଥିଲା ଏବଂ ସେମାନଙ୍କର ଜ୍ଞାନଗତ ପରୀକ୍ଷଣ ବି ନିଆଯାଇଥିଲା।

ଗବେଷଣାକାରୀ ଜାଣିବାକୁ ପାଇଥିଲେ ଯେ, 15 ବର୍ଷ ପୂର୍ବେ ଯେଉଁମାନେ ମୁଣ୍ଡରେ ଗୁରୁତର ଆଘାତ ପାଇଥିଲେ ସେମାନଙ୍କୁ 70 ବର୍ଷ ହେବା ବେଳକୁ ସେମାନେ ଜ୍ଞାନଗତ ପରୀକ୍ଷାରେ ଯେତିକି ସ୍କୋର କରିବା କଥା ତାହାଠାରୁ କମ୍ ସ୍କୋର କରିଛନ୍ତି। ଅର୍ଥାତ ସେମାନେ ସ୍କରଣ ଓ ବିଚାର ଶକ୍ତି ଅଧିକ ହରାଇଛନ୍ତି।

ପୂର୍ବ ଅଧ୍ୟୟନ ମୁତାବକ ସେମାନଙ୍କର ମସ୍ତିଷ୍କ ଆକାର 1 ପ୍ରତିଶତ ଛୋଟ ହୋଇଛି ଏବଂ ବ୍ରେନ୍ ମାଇକ୍ରୋଷ୍ଟ୍ରକଚରାଲ ଇଣ୍ଟିଗ୍ରିଟିରେ ପାର୍ଥକ୍ୟ ରହିଛି ଯାହା ଜ୍ଞାନଗତ ପାର୍ଥକ୍ୟ ରହୁଥିବା ଦର୍ଶାଇଛି ।

ଗବେଷଣାକାରୀମାନେ ଅଲଜାଇମର ରୋଗର କାରଣ ପାଲଟୁଥିବା ଆମ୍ଲୋଏଡ ପ୍ରୋଟିନ ସ୍ତରରେ କୌଣସି ପ୍ରକାର ପାର୍ଥକ୍ୟ ଦେଖି ପାରିନାହାଁନ୍ତି କିମ୍ବା ଅଲଜାଇମର ସମ୍ପର୍କିତ ଅନ୍ୟ କୌଣସି ଲକ୍ଷଣ ଦେଖିବାକୁ ପାଇନାହାଁନ୍ତି।

“ଏହା ଦେଖାଯାଇଛି ଯେ, ମୁଣ୍ଡରେ ଆଘାତ ଲାଗିଥିଲେ ଏହା ବୃଦ୍ଧ ଅବସ୍ଥା ବେଳକୁ ମସ୍ତିଷ୍କ ପ୍ରତି ବିପଦ ସୃଷ୍ଟି କରିପାରେ, ମସ୍ତିଷ୍କ ଯେତିକି ଦୁର୍ବଳ ହେବା କଥା ତାହାଠାରୁ ଅଧିକ ଦୁର୍ବଳ ହୋଇଯାଏ। ତେବେ ମୁଣ୍ଡରେ ଆଘାତ ଡିମେନ୍ସିଆ ରୋଗର କାରଣ ହେବା ପ୍ରମାଣ ଅଧ୍ୟୟନରୁ ମିଳିନାହିଁ । କିନ୍ତୁ ଡିମେନ୍ସିଆର ଲକ୍ଷଣକୁ ତ୍ବରାନ୍ବିତ କରିପାରେ," ବୋଲି ଜେମସ କହିଛନ୍ତି ।

(IANS)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.