ETV Bharat / bharat

ଇସ୍ରାଏଲ ଦୂତାବାସରେ କାର୍ଯ୍ୟରତ ପୋଲିସ କନେଷ୍ଟବଳଙ୍କ ସନ୍ଦେହଜନକ ମୃତ୍ୟୁ - ଇସ୍ରାଏଲ ଦୂତାବାସ

ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସରେ କାର୍ଯ୍ୟରତ ଦିଲ୍ଲୀ ପୋଲିସ ହେଡ କନେଷ୍ଟବଳଙ୍କ ସନ୍ଦେହଜନକ ମୃତ୍ୟୁ (head constable posted in israel embassy died) । ମୃତଦେହ ନିକଟରୁ ମିଳିଛି ବନ୍ଧୁକ । ଜାରି ରହିଛି ତଦନ୍ତ । ଅଧିକ ପଢନ୍ତୁ

ଇସ୍ରାଏଲ ଦୂତାବାସରେ କାର୍ଯ୍ୟରତ ପୋଲିସ କନେଷ୍ଟବଳଙ୍କ ସନ୍ଦେହଜନକ ମୃତ୍ୟୁ

author img

By

Published : Jan 4, 2023, 10:14 PM IST

ହାଇଦ୍ରାବାଦ: ରାଜଧାନୀ ଦିଲ୍ଲୀରେ ଅବସ୍ଥାପିତ ଇସ୍ରାଏଲ୍ ଦୂତାବାସରେ କାର୍ଯ୍ୟରତ ଦିଲ୍ଲୀ ପୋଲିସର ଜଣେ ହେଡ କନଷ୍ଟେବଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି (head constable posted in israel embassy died)। ମୃତ ପୋଲିସ କର୍ମଚାରୀଙ୍କ ନାମ ଅଶୋକ କୁମାର ଓ ସେ ଦିଲ୍ଲୀ ପୋଲିସରେ ହେଡ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ । ମୃତଦେହ ନିକଟରୁ ଏକ ବନ୍ଧୁକ ମଧ୍ୟ ଜବତ ହୋଇଛି । ସ୍ଥାନୀୟ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀର ବସନ୍ତ ବିହାରରେ ଥିବା ଇସ୍ରାଏଲ ଦୂତାବାସର ଆବାସିକ କମ୍ପ୍ଲେକ୍ସରେ ହେଡ କନେଷ୍ଟବଳ ଅଶୋକଙ୍କର ପୋଷ୍ଟିଂ ହୋଇଥିଲା । ତେବେ ଆଜି ତାଙ୍କର ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ଏକ କୋଠରୀରୁ ଠାବ କରାଯାଇଛି । ଘଟଣାସ୍ଥଳରୁ କୌଣସି ସୁଇସାଇଡାଲ ନୋଟ କିମ୍ବା ଅନ୍ୟ ପ୍ରମାଣ ମିଳିନାହିଁ । ଏଥି ସହିତ ପ୍ରାଥମିକ ତଦନ୍ତରେ ଅଶୋକଙ୍କ ପରିବାରରେ କିଛି ବିବାଦ ଦେଖାଯାଇଥିବା ପୋଲିସ ଜାଣିବାକୁ ପାଇଛି ।

ଏହି ଆବାସିକ କମ୍ପ୍ଲେକ୍ସରେ କିଛି ଇସ୍ରାଏଲୀ କୂଟନୈତିକ ଅଧିକାରୀ ରହୁଥିଲେ । କନେଷ୍ଟବଳ ଅଶୋକ ମଧ୍ୟ ସେହି କମ୍ପ୍ଲେକ୍ସରେ ଏକ ରୁମରେ ରହୁଥିଲେ । ତେବେ ଆଜି (4 ଡିସେମ୍ବର) ଅଶୋକଙ୍କ କୋଠରୀରୁ ଗୁଳି ଫୁଟିବାର ଶବ୍ଦ ଶୁଣାଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ଦିଲ୍ଲୀ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଶୋକଙ୍କ କୋଠରୀର କବାଟ ଭିତର ପଟୁ ବନ୍ଦ ଥିବା ଜାଣିବାକୁ ପାଇଥିଲା ପୋଲିସ । ଗ୍ଲାସ୍ ଭାଙ୍ଗି ପୋଲିସ୍ ଟିମ୍ ଭିତରେ ପହଞ୍ଚିବା ପରେ ​​ଅଶୋକଙ୍କ ମୃତଦେହ ପାଇଥିଲା ।

ତେବେ ପରିବାରରେ ତିକ୍ତତା ସୃଷ୍ଟି ହୋଇଥିବା ନେଇ ପୋଲିସ ଜାଣିବାକୁ ପାଇଛି । ଅନ୍ୟପଟେ ପାରିପାର୍ଶ୍ବିକ ସ୍ଥିତିରୁ ମଧ୍ୟ ଏହା ଏକ ଆତ୍ମହତ୍ୟା ଘଟଣା ପରି ଅନୁମେୟ ହେଉଥିଲେ ସୁଦ୍ଧା ପୋଲିସ ସେପରି କିଛି ଦିଗକୁ ଇଙ୍ଗୀତ କରି ପ୍ରତିକ୍ରିୟା ରଖିନି । ଏହାକୁ ନେଇ ତଦନ୍ତ ଜାରି ରହିଛି ଓ ଫଳାଫଳ ଆଧାରରେ ସ୍ପଷ୍ଟତା ଆସିବା ନେଇ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.