ETV Bharat / bharat

Firing in kanker: ହେଡ୍‌ କନେଷ୍ଟବଳଙ୍କୁ CAF ଯବାନ ଗୁଳି କରି ହତ୍ୟା ଅଭିଯୋଗ - ହେଡ୍‌ କନେଷ୍ଟବଳଙ୍କୁ ଗୁଳି କରି ହତ୍ୟା ଅଭିଯୋଗ

ଉତ୍ତରପ୍ରଦେଶ କାଙ୍କେର ପିଜି କଲେଜରେ ବିବାଦକୁ ନେଇ ଗୁଳିକାଣ୍ଡ । ଏହି ଘଟଣାରେ ହେଡ୍‌ କନେଷ୍ଟବଳଙ୍କୁ CAF ଯବାନ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି (Firing in kanker pg college) । ଅଧିକ ପଢନ୍ତୁ

Firing
Firing
author img

By

Published : Dec 25, 2022, 10:56 PM IST

ରାୟପୁର: ଉତ୍ତରପ୍ରଦେଶ କାଙ୍କେର ପିଜି କଲେଜରେ ବିବାଦ (Firing in kanker pg college) ପରେ ଫୁଟିଲା ଗୁଳି । ସିଏଏଫ ଯବାନଙ୍କ ଗୁଳିରେ ହେଡ୍‌ କନେଷ୍ଟବଳଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ଉପୁଜିବା ପରେ ଏହି ଗୁଳିକାଣ୍ଡ ଘଟିଛି । ଗୁଳି ଚଳାଇବା ପରେ ଯବାନ ନିଜକୁ ଏକ କୋଠରୀରେ ବନ୍ଦ କରିଦେଇଥିଲେ । ପ୍ରାୟ ୨ଘଣ୍ଟା ପରେ ଏସପି ଓ କମାଣ୍ଡର ତାଙ୍କୁ କୋଠରୀରୁ ବାହାର କରିବାରେ ସଫଳ ହୋଇଛନ୍ତି ।

ଏସପି ଶଲଭ ସିହ୍ନା ଏହି ଘଟଣା ସମ୍ପର୍କରେ କହିଛନ୍ତି, "CAF କର୍ମଚାରୀଙ୍କୁ ଷ୍ଟ୍ରଙ୍ଗ ରୁମରେ ନିୟୋଜିତ କରାଯାଇଛି । ପାରସ୍ପରିକ ବିବାଦ ଯୋଗୁଁ CAF ୧୧ ବାଟାଲିୟନର ଯବାନ ହେଡ୍‌ କନଷ୍ଟେବଳଙ୍କ ଉପରକୁ ଗୁଳି ଚଳାଇଥିବାର ସକାଳେ ସୂଚନା ମିଳିଥିଲା । ଘଟଣାସ୍ଥଳରେ ପୋଲିସ BSF ଟିମ୍ ପହଞ୍ଚିଥିଲେ । ଏହି ଯବାନଙ୍କୁ ଗିରଫ କରାଯାଇଛି । ପ୍ରାଥମିକ ତଦନ୍ତରୁ ଏହା ସାମ୍ନାକୁ ଆସୁଛି ଯେ, ସେମାନଙ୍କ ମଧ୍ୟରେ କିଛି ବିବାଦ ଦେଖାଦେଇଥିଲା, ଯାହାପରେ ଏହି ଗୁଳିକାଣ୍ଡ ଘଟିଛି । ତଦନ୍ତ ଜାରି ରହିଛି । ଅଭିଯୁକ୍ତ ଯବାନଙ୍କ ମାନସ୍ଥିତି ଠିକ ନଥିବା ବେଳେ ସେ ଭୟଭୀତ ହୋଇପଡ଼ିଛନ୍ତି ।

ଏହା ବି ପଢନ୍ତୁ- ପରସ୍ପରର ସାଥୀରେ ଚୀନ-ପାକିସ୍ତାନ, ଭାରତ ଏବେ ଅସୁରକ୍ଷିତ: ରାହୁଲ

ଯବାନଙ୍କ ମଧ୍ୟରେ ଏପରି ଗୁଳିକାଣ୍ଡ ଘଟିଲେ ମାନସିକ ସ୍ଥିତି ଖରାପ ଯୋଗୁଁ ଏପରି ଘଟିଥାଏ ବୋଲି କୁହାଯାଏ । ସରକାର ଦାବି କରିଛନ୍ତି ଯେ ଯବାନମାନଙ୍କୁ ଚିନ୍ତାମୁକ୍ତ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି, କିନ୍ତୁ ସରକାରଙ୍କ ଏହି ପଦକ୍ଷେପ ବିଫଳ ହେଉଛି । ଯବାନମାନେ ନିଜ ଜୀବନକୁ ଶେଷ କରୁଛନ୍ତି କିମ୍ବା ସାଥୀ ଯବାନଙ୍କ ଜୀବନ ନେଉଛନ୍ତି । କାଙ୍କେରରେ ମଧ୍ୟ ଏହି ସମାନ ଘଟଣା ଘଟିଛି । ମୃତ ହେଡ୍‌ କନଷ୍ଟେବଳଙ୍କ ନାମ ସୁରେନ୍ଦ୍ର ସିଂ ବୋଲି ଜଣାପଡ଼ିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.