ETV Bharat / bharat

ଚୋରି ପୂର୍ବରୁ ସ୍ବପ୍ନ ଦେଖେ ଚୋର, ନିଜ ଷ୍ଟାଇଲରେ କରେ ଚୋରି - ଚୋରି ପୂର୍ବରୁ ସ୍ବପ୍ନ ଦେଖେ ଚୋର

ଚୋରି କରିବା ପାଇଁ ଚୋର ରାତିରେ ସ୍ବପ୍ନ ଦେଖେ । ଆଉ ସକାଳେ ଚୋରି କରେ । ଏହା ଜଣେ ଚୋରର ଚୋରି କରିବାର କୌଶଳ । ଏହା କୌଣସି ଚଳଚ୍ଚିତ୍ର କାହାଣୀର ସଂଳାପ ଲାଗୁଥିଲେ ମଧ୍ୟ ସତ । ଅଧିକ ପଢନ୍ତୁ

He dreams at night He steals in the morning

author img

By

Published : Apr 5, 2022, 12:08 PM IST

ହାଇଦ୍ରାବାଦ: ଚୋରି କରିବା ପାଇଁ ଚୋର ରାତିରେ ସ୍ବପ୍ନ ଦେଖେ । ଆଉ ସକାଳେ ଚୋରି କରେ । ଏହା ଜଣେ ଚୋରର ଚୋରି କରିବାର କୌଶଳ । ଏହା କୌଣସି ଚଳଚ୍ଚିତ୍ର କାହାଣୀର ସଂଳାପ ଲାଗୁଥିଲେ ମଧ୍ୟ ସତ । ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ଜଣେ ଚୋର ଏହି ପରି ଷ୍ଟାଇଲରେ ଚୋରି କରିଥାଏ । ତେଲେଙ୍କାନାର ହାଇଦ୍ରାବାଦ ପୋଲିସ ତାକୁ ଗିରଫ କରିଛି ।

ଚୋରି ପୂର୍ବରୁ ସ୍ବପ୍ନ ଦେଖେ ଚୋର, ନିଜ ଷ୍ଟାଇଲରେ କରେ ଚୋରି

ହାଇଦ୍ରାବାଦ ସିଟି ପୋଲିସ ମହେଶ ଭାଗୱତଙ୍କ ଅନୁସାରେ, ମୁଚୁ ଆମ୍ବେଦକର(50), ରାଜୁ, ଗାନ୍ଧୀନଗରର କୁନ୍ଦୁଲା ରାଜେନ୍ଦ୍ର ପ୍ରସାଦ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରନ୍ତି । ୧୯୮୯ରୁ ସେ କର୍ଣ୍ଣାଟକ ସହ ହାଇଦ୍ରବାଦରେ ଚୋରି କରିବା ଆରମ୍ଭ କରିଥିଲେ । ସେ ୧୯୯୧ରେ ଲାଲଗୁଡାରୁ ପ୍ରଥମେ ଗିରଫ ହୋଇଥିଲେ । ଏହାପରଠୁ ହାଇଦ୍ରାବାଦରେ ତା ନାମରେ ୨୧ଟି ମାମଲା ରୁଜ୍ଜୁ ହୋଇଛି । ଗିରଫ ପରେ ବି ସେ ଚୋରି କରିବା ଛାଡି ନଥିଲେ । ଗତ ୧୦ବର୍ଷ ଧରି ଉପାନ୍ତ ଅଞ୍ଚଳକୁ ଟାର୍ଗେଟ କରି ଚୋରି କରିଆସୁଛନ୍ତି।

ବନସ୍ଥଳିପୁରମ ପୋଲିସ ଷ୍ଟେସନ ଅଞ୍ଚଳରେ ସେମାନେ ଅଧିକ ଚୋରି କରୁଥିବା ଜଣାପଡିଛି । ସମୁଦାୟ ୪୩ଟି ମାମଲା ଥିବାବେଳେ ୨୧ଟି ହାଇଦ୍ରାବାଦ ସିଟି ପୋଲିସ ଷ୍ଟେସନରେ ଦାୟର ହୋଇଛି । ତାକୁ ବନସ୍ଥଳିପୁରମରୁ ଗିରଫ କରାଯାଇଛି । ଆନ୍ଧ୍ରପ୍ରଦେଶ ଗୁଣ୍ଟୁରରେ ଅଭିଯୁକ୍ତର ଘର ବୋଲି ଜଣାପଡିଛି । ଚୋରି ସୁନା ରୁପାକୁ କେଉଁଠି ବିକ୍ରି ନ କରି ଚୋରି କରେ ଏହି ଚୋର ।

ତଦନ୍ତ ଅନୁସାରେ, ଚୋରି କରିବାର ଦିନକ ପୂର୍ବରୁ ଏକ ସ୍ବପ୍ନ ଦେଖେ ବୋଲି ଖୁଲାସା କରିଛି ଅଭିଯୁକ୍ତ । ଏହାପରେ ସେ ଚୋରି କରିବାକୁ ଉଦ୍ୟମ କରେ । ନିଜ ଅନଦାଜରେ ଚୋରି କରେ । ଆଉ ଅତି ସହରରେ ଚୋରି ସାମଗ୍ରୀକୁ ଚିହ୍ନି ପାରନ୍ତି ଅଭିଯୋଗକାରୀ । ସିଟି ପୋଲିସର କହିବା ଅନୁସାରେ ୧.୩୦ କୋଟିର ୨ କେଜି ସୁନା, ୧୦ କେଜି ରୁପା ଅଳଙ୍କାର ଏବଂ ୧୮ ହଜାର ନଗଦ ଟଙ୍କା ଜବତ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.