ETV Bharat / bharat

Monsoon session: ‘ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ଉଭୟ ଗୃହର ଫ୍ଲୋର ଲିଡରଙ୍କୁ ଚିଠି ଲେଖିଛୁ’

author img

By

Published : Jul 26, 2023, 7:10 AM IST

ମଣିପୁର ହିଂସା ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ । ଉଭୟ ଗୃହର ଫ୍ଲୋର ଲିଡରଙ୍କୁ ଚିଠି ଲେଖାଯାଇଥିବା କହିଲେ କେନ୍ଦ୍ର ଗୃହମନ୍ତ୍ରୀ । ଅଧିକ ପଢନ୍ତୁ

Monsoon session: ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ଉଭୟ ଗୃହର ଫ୍ଲୋର ଲିଡରଙ୍କୁ ଚିଠି ଲେଖିଛୁ : ଶାହ

ନୂଆଦିଲ୍ଲୀ: ମଣିପୁର ହିଂସା ପ୍ରସଙ୍ଗରେ ସଦନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ଦାବି କରି ବିରୋଧୀ ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ଗୃହ ଅଚଳ କରିଦେଇଛନ୍ତି । ସରକାର ଆଲୋଚନା ପାଇଁ ରାଜି ଅଛନ୍ତି କିନ୍ତୁ ବିରୋଧୀ ଆଲୋଚନା ଚାହୁଁନାହାନ୍ତି ଓ ଏହି ଆଳରେ ଗୃହରେ ଅଚଳାବସ୍ଥା ସୃଷ୍ଟି କରିବା ପାଇଁ ଚାହୁଁଥିବା ବିଜେପି ନେତାମାନେ ଅଭିଯୋଗ କରୁଛନ୍ତି । ଗତକାଲି(ମଙ୍ଗଳବାର) ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ସରକାର ଏହି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଏନେଇ ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାର ଫ୍ଲୋର ଲିଡରଙ୍କୁ ଚିଠି ମଧ୍ୟ ଲେଖାଯାଇଛି ।

ବିରୋଧୀଙ୍କ ସମାଲୋଚନା ମଧ୍ୟରେ ଶାହ କହିଛନ୍ତି, ‘‘ବିରୋଧୀ ନିଜେ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁନାହାନ୍ତି । ଚିତ୍କାର କରୁଥିବା ନେତାମାନେ ନାଁ ଦଳିତଙ୍କ ସ୍ବାର୍ଥରେ ନା ମହିଳାଙ୍କ ସ୍ବାର୍ଥରେ । ମୁଁ ଉଭୟ ଗୃହର ଫ୍ଲୋର ଲିଡରଙ୍କୁ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ଚିଠି ଲେଖିଛି । ସେମାନେ ଯେତେ ସମୟ ଚାହାନ୍ତି, ସେତେ ସମୟ ଗୃହରେ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ।’’ ଆହୁରି ମଧ୍ୟ ଶାହ କହିଛନ୍ତି, ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ଭୟଭୀତ ନୁହନ୍ତି । ଏହି ପ୍ରସଙ୍ଗରେ ସରକାର କିଛି ଲୁଚାଇବା ପାଇଁ ମଧ୍ୟ ଚାହାନ୍ତି ନାହିଁ । ଯେଉଁମାନେ ମଣିପୁର ପ୍ରସଙ୍ଗରେ ବିତର୍କ କରିବାକୁ ଚାହୁଁଛନ୍ତି ସେମାନେ ବିତର୍କ କରିପାରିବେ ।

ଏହା ମଧ୍ଯ ପଢନ୍ତୁ:- Manipur Issue: ପ୍ରଧାନମନ୍ତ୍ରୀ ବିବୃତ୍ତି ନରଖିବା ଯାଏଁ ଗାନ୍ଧୀମୂର୍ତ୍ତି ତଳେ ଧାରଣା ଜାରି ରଖିବ ‘ଇଣ୍ଡିଆ’ ମେଣ୍ଟ

ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଥିବା କଥା ଅଧିବେଶନର ପ୍ରଥମ ଦିନରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ । ହେଲେ ବିରୋଧୀ ଏହି ପ୍ରସଙ୍ଗରେ ସିଧା ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀ ଏହି ଘଟଣାରେ ପ୍ରଥମ ଦିନରୁ ନୀରବତା ଅବଲମ୍ବନ କରିଆସିଛନ୍ତି । ମାତ୍ର ଥରୁଟିଏ ଘଟଣାକୁ ସେ ବାହାରେ ଗଣମାଧ୍ୟମରେ ନିନ୍ଦା କରିଛନ୍ତି । ସଦନରେ ପ୍ରଧାନମନ୍ତ୍ରୀ ବିବୃତ୍ତି ରଖନ୍ତୁ ବୋଲି କଂଗ୍ରେସ ସମେତ ଏକାଧିକ ବିରୋଧୀ ପ୍ରଥମ ଦିନରୁ ଦାବି କରିଆସୁଛନ୍ତି ।

ଗତକାଲି(ମଙ୍ଗଳବାର) ଅପରାହ୍ନରେ କଂଗ୍ରେସ ସାଂସଦ ଜେ.ବି ମାଥେର କହିଥିଲେ, ‘‘ମଣିପୁର ହିଂସାରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ନଆସିବା ଯାଏ, ଆମେ ଗୃହ ବାହାରେ ଓ ଭିତରେ ପ୍ରତିବାଦ ଜାରି ରଖିବୁ । ଏହା ଆଶ୍ଚର୍ଯ୍ୟଜନକ ଯେ ତିନି ମାସ ବିତିଗଲାଣି, ମଣିପୁରରେ ପରିସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ ଓ ବିଶୃଙ୍ଖଳା ଲାଗି ରହିଛି । ମଣିପୁରବାସୀଙ୍କ ସୁରକ୍ଷା ପାଇଁ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ପ୍ରଧାନମନ୍ତ୍ରୀ ଗୃହରେ ବିବୃତ୍ତି ମଧ୍ୟ ରଖୁନାହାନ୍ତି । ଆମେ ତାଙ୍କ ବିବୃତ୍ତି ଦାବି କରୁଛୁ । ପ୍ରଧାନମନ୍ତ୍ରୀ ବିବୃତ୍ତି ନରଖିବା ଯାଏ, ଗୃହ ଭିତରେ ଓ ବାହାରେ ବିରୋଧୀ ଦଳଙ୍କ ଧାରଣା ଓ ପ୍ରତିବାଦ ଜାରି ରହିବ ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.