ETV Bharat / bharat

କାମରୁ ବାହାର କରିଦେବା ଧମକ ଦେଇ ବିଦେଶୀ ମହିଳା DJଙ୍କୁ 5ବର୍ଷ ଧରି ଦୁଷ୍କର୍ମ

author img

By ETV Bharat Odisha Team

Published : Dec 2, 2023, 7:06 PM IST

ମୁମ୍ବାଇରେ ମେକ୍ସିକୋର ମହିଳା DJଙ୍କୁ କାମ ବାହାନାରେ ଯୌନଶୋଷଣ । 5 ବର୍ଷ ଧରି ଦୁଷ୍କର୍ମ କରୁଥିଲା ଯୁବକ । ଅଭିଯୋଗ ପରେ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

କାମରୁ ବାହାର କରିଦେବା ଧମକ ଦେଇ ବିଦେଶୀ ମହିଳା DJ ଙ୍କୁ ବର୍ଷେ ଧରି ଦୁଷ୍କର୍ମ

ମୁମ୍ବାଇ: DJ ଭାବରେ କାମ କରୁଥିବା ଜଣେ ବିଦେଶୀ ମହିଳାଙ୍କୁ କାମରୁ ବାହାର କରିଦେବା ଧମକରେ ଜଣେ ଯୁବକ ଦୀର୍ଘ 5 ବର୍ଷ ଧରି ଦୁଷ୍କର୍ମ କରିଛି । ଏହି ମହିଳା ଜଣଙ୍କ ଘର ମାକ୍ସିକୋ ଓ ସେ ମୁମ୍ବାଇରେ ଡିଜେ ଭାବେ କାମ କରୁଥିଲେ । ଅଭିଯୁକ୍ତ ଜଣକ ମଧ୍ୟ ଜଣେ ଡିଜେ । ସେ ଏହି ବିଦେଶୀ ମହିଳାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଡିଜେ ଭାବେ ନିୟୋଜିତ କରୁଥିଲା । ତେବେ 5 ବର୍ଷ ତାଙ୍କୁ ଦୁଷ୍କର୍ମ କରିବା ଓ ବାଧା ଦେଲେ କିମ୍ବା ଅଭିଯୋଗ କଲେ, ତାଙ୍କୁ କାମରୁ ବାହାର କରିଦେବାକୁ ଅଭିଯୁକ୍ତ ଧମକ ଦେଉଥିଲା । ଗତକାଲି ବିଦେଶୀ ମହିଳାଜଣକ ବାନ୍ଦ୍ରା ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ଆଜି 35 ବର୍ଷୀୟ ଅଭିଯୁକ୍ତ ଗିରଫ ହୋଇଛି ।

ଅଭିଯୋଗ ସମ୍ପର୍କରେ ବାନ୍ଦ୍ରା ପୋଲିସର ସୂଚନା ଅନୁସାରେ, 2017 ରେ ପ୍ରଥମ ଥର ଅଭିଯୁକ୍ତ ସହ ସୋସିଆଲ ମିଡିଆରେ ପରିଚିତ ହୋଇଥିଲେ ମହିଳା । ଅଭିଯୁକ୍ତ ମଧ୍ୟ ଜଣେ ଡିଜେ ହୋଇଥିବାରୁ ସେ ମହିଳାଙ୍କୁ ମୁମ୍ବାଇରେ କାମ କରିବା ପାଇଁ ଅଫର କରିଥିଲେ । ଏହା ପରେ ମହିଳାଜଣକ 2019 ରେ ମୁମ୍ବାଇ ଆସିଥିଲେ । ଯୁବକଙ୍କ ଦ୍ବାରା ପରିଚାଳିତ ଡିଜେ କମ୍ପାନୀରେ ମହିଳା କାମ କରିବା ନେଇ କିଛି ଚୁକ୍ତିନାମା ମଧ୍ୟ ହୋଇଥିଲା । ମହିଳାଜଣଙ୍କ ବାନ୍ଦ୍ରାରେ ଏକ ଭଡା ଫ୍ଲାଟରେ ରହି କାମ କରିଥିଲେ । ଏକାଧିକ କାର୍ଯ୍ୟକ୍ରମରେ ଉଭୟ ଡିଜେ ଭାବେ କାମ କରିଥିଲେ । ପରେ ଏହି ଅଭିଯୁକ୍ତ ମହିଳାଙ୍କ ସହ ବଳପୂର୍ବକ ଶାରିରୀକ ସମ୍ପର୍କ ରଖିଥିଲେ । ଏଥିରେ ସହମତ ନହେଲେ କିମ୍ବା ଏକଥା ବାହାରେ ପ୍ରକାଶ କଲେ, ଏଗ୍ରୀମେଣ୍ଟରୁ ବାହାର କରିଦେବା ପାଇଁ ଧମକ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ:- ମେଲୋନୀଙ୍କୁ ମୋଦିଙ୍କ ରିପ୍ଲାଏ:‘ ବନ୍ଧୁଙ୍କୁ ଭେଟିବା ସବୁବେଳେ ଖୁସି ଦିଏ’

ଅଭିଯୋଗକାରିଣୀଙ୍କ ଅନୁସାରେ, ଏହି ଯୁବକଜଣକ 2020 ରେ ବିବାହ କରିବା ପରେ ମଧ୍ୟ ପୀଡିତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ । ପୀଡିତାଜଣକ ଗତ ସପ୍ତାହରେ ବାନ୍ଦ୍ରା ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ଏହି 35 ବର୍ଷୀୟ ଡିଜେ ମ୍ୟାନେଜର ଅଭିଯୁକ୍ତକୁ ଆଜି ଗିରଫ କରାଯାଇଛି । ତା’ ବିରୋଧରେ ଦୁଷ୍କର୍ମ, ମହିଳା ବିରୋଧୀ ହିଂସା ଓ ହତ୍ୟା ଧମକ ପରି ଏକାଧିକ ସଙ୍ଗୀନ ଦଫା ସହ ମାମଲା ରୁଜୁ କରି କୋର୍ଟ ଫରଓ୍ବାର୍ଡ କରାଯାଇଛି । ଉଭୟଙ୍କ ମଧ୍ୟରେ କାମକୁ ନେଇ କ’ଣ ଚୁକ୍ତିନାମା ହୋଇଥିଲା ଓ ଏଥିରେ ଆଉ କି’ଏ ସମ୍ପୃକ୍ତ ସେନେଇ ତଦନ୍ତ ଜାରି ରହିଥିବା ବାନ୍ଦ୍ରା ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.