ETV Bharat / bharat

Nuh violence: ବଦଳିଲେ SP-DC, ବେଆଇନ ଜବରଦଖଲ ଉପରେ ଚାଲିଲା ବୁଲଡୋଜର - ବେଆଇନ ଜବରଦଖଲ

ନୁହରେ ହିଂସାରେ ଅଧିକାରୀଙ୍କ ଉପରେ ନିଆଗଲା କାର୍ଯ୍ୟାନୁଷ୍ଠାନ । ବଦଳିଲେ ଏସପି ଓ ଡିସି । ଅଧିକ ପଢନ୍ତୁ

Nuh violence
Nuh violence
author img

By

Published : Aug 4, 2023, 10:57 PM IST

ଚଣ୍ଡିଗଡ଼: ହରିୟାଣା ନୁହ ହିଂସା ଘଟଣାରେ ବଦଳିଲେ ନୁହ ଏସପି ବରୁଣ ସିଙ୍ଗଲା ଓ ଡେପୁଟି କମିଶନର ପ୍ରଶାନ୍ତ ପୱାର । ଏହି ହିଂସାକାଣ୍ଡକୁ ନେଇ ବିଦେଶରେ ଚର୍ଚ୍ଚା ହେଉଥିବା ବେଳେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏବେ ଧୀରେନ୍ଦ୍ର ଖଡଗଦା ନୁହର ନୂଆ ଡେପୁଟି କମିଶନର ଓ ନରେନ୍ଦ୍ର ସିଂ ବିଜାରନିଆ ନୁହ ଏସପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହାସହିତ ବେଆଇନ ଜବରଦଖଲ ଉଚ୍ଛେଦ ଲାଗି ଘର ଉପରେ ଚାଲିଛି ବୁଲଡୋଜର ।

Nuh violence
ନୁହରେ ହିଂସାରେ ଅଧିକାରୀଙ୍କ ଉପରେ ନିଆଗଲା କାର୍ଯ୍ୟାନୁଷ୍ଠା

ଗତ ଜୁଲାଇ ୩୧ ତାରିଖରେ ହରିୟାଣାର ନୁହରେ ବ୍ରଜମଣ୍ଡଳ ଯାତ୍ରା ସମୟରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟିଥିଲା । ଏହି ହିଂସାକାଣ୍ଡରେ ୨ ଜଣ ହୋମଗାର୍ଡଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବର୍ତ୍ତମାନ ନୁହ, ପଲୱଲ, ଫରିଦାବାଦ, ମାନେସର, ସୋହନା ଏବଂ ପଟୌଦି ରେ ଇଣ୍ଟରନେଟ ସେବାକୁ ବନ୍ଦ କରିଛନ୍ତି । ଏଥିସହିତ ୨୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ନୁହ ହିଂସାକାଣ୍ଡକୁ ନେଇ ୬ଟି ଭିନ୍ନ ଭିନ୍ନ ମାମଲା କୋର୍ଟରେ ରୁଜୁ ହୋଇଛି ।

  • #WATCH | Security strengthened in Haryana's Nuh as curfew is imposed here following clashes between two groups on July 31.

    Mobile internet services have also been temporarily suspended in the district. pic.twitter.com/k2qRN5YMmX

    — ANI (@ANI) August 4, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ- Nuh violence: ଭାଇରାଲ ହେଲା ଭିଡିଓ, ପୋଲିସ ଉପସ୍ଥିତିରେ ହିଂସାକାରୀ ଚଳାଉଥିଲେ ରାଇଫଲ

ନୁହ ହିଂସାକୁ ନେଇ ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ କହିଛନ୍ତି ଯେ ହିଂସାକାଣ୍ଡରେ ଏଯାବତ ୧୦୨ FIR ରୁଜୁ ହୋଇଛି । ଏହାସହିତ ୨୦୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୮୦ ଜଣଙ୍କୁ ପଚରାଉଚରା କରିବା ପରେ ହେପାଜତକୁ ନିଆଯାଇଛି । ଏହି ହିଂସାକାଣ୍ଡରେ ଦୋଷୀଙ୍କ ବିରୋଧରେ ଯେପରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ହରିୟାଣା ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ଦୋଷୀଙ୍କୁ ଦଣ୍ଡିତ କରିବା ଲାଗି ସମସ୍ତ ପ୍ରକାର ତଥ୍ୟ ପ୍ରମାଣ ମଧ୍ୟ ସଂଗ୍ରହ କରୁଛି ପୋଲିସ ।

ନୁହ ହିଂସା ଘଟଣାରେ ହରିୟାଣା ସରକାର ଏସପି ବରୁଣ ସିଙ୍ଗଲାଙ୍କ ବଦଳି କରିଛନ୍ତି । ବରୁଣଙ୍କ ସ୍ଥାନରେ ନୁହ ନୂଆ ଏସପି ହୋଇଛନ୍ତି ନରେନ୍ଦ୍ର ସିଂ ବିଜାରନିଆ । ସେହିପରି ନୁହ ଡେପୁଟି କମିଶନରଙ୍କୁ ମଧ୍ୟ ସ୍ଥାନାନ୍ତରିତ କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଧୀରେନ୍ଦ୍ର ଖଡଗଦା ନୂଆ ନୁହ ଏସପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହି ଦଙ୍ଗା ପରେ ପୋଲିସ ରୋହିଙ୍ଗ୍ୟା ସମ୍ପ୍ରଦାୟ ଓ ବେଆଇନ ପ୍ରବେଶକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବେଆଇନ ଜବରଦଖଲ ଉପରେ ଚାଲିଛି ବୁଲଡୋଜର । ଏହି ରୋହିଙ୍ଗ୍ୟା ସମ୍ପ୍ରଦାୟ ହରିୟାଣା ସହର ବିକାଶ ପ୍ରାଧିକରଣ ଜମି ଉପରେ ବେଆଇନ ଭାବେ କବଜା କରିଥିଲେ ।

ଏହା ବି ପଢନ୍ତୁ- ଗୁରୁଗ୍ରାମରେ ସାନି ହିଂସା: ଦୋକାନ ବଜାରରେ ଭଙ୍ଗାରୁଜା, ଘର ଜାଳିଦେଲେ ଦଙ୍ଗାକାରୀ

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବା ପରେ ଗୁରୁଗ୍ରାମରୁ କିଛି ମୁସଲିମ ସମ୍ପ୍ରଦାୟ ପଳାୟନ କରିଛନ୍ତି । ସହରର ଶିତଲା କଲୋନି, ନ୍ୟୁ ପାଲମ ବିହାର, ବାଦଶାହପୁର ସମେତ ବସ୍ତି ଅଞ୍ଚଳର ମୁସଲିମ ପରିବାର ସ୍ଥାନ ଛାଡ଼ି ନିଜ ଜନ୍ମସ୍ଥାନକୁ ଫେରିଛନ୍ତି । ନୁହ ପରେ ଗୁରୁଗ୍ରାମରେ ମଧ୍ୟ ହିଂସାକାଣ୍ଡ ଘଟିଛି । ଏହାସହିତ ଅନେକ ଦୋକାନ ବଜାର ମଧ୍ୟ ଏଠାରେ ବନ୍ଦ ରହିଛି । ମୁସଲିମ ଏକତା ମଞ୍ଚର କହିବା ଅନୁସାରେ ଗୁରୁଗ୍ରାମରୁ ପ୍ରାୟ ୫୦ ପ୍ରତିଶତ ମୁସଲିମ ପରିବାର ପଳାୟନ କରିଛନ୍ତି । କିନ୍ତୁ ଜିଲ୍ଲା ପ୍ରଶାସନ ସେମାନଙ୍କୁ ପଳାୟନ ନ କରିବା ଲାଗି ଅପିଲ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.