ETV Bharat / bharat

ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ମେଡିକାଲରେ ଭର୍ତ୍ତି - ଅନିଲ ବିଜ୍

ବିଗିଡିଲା ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜଙ୍କ ସ୍ବାସ୍ଥ୍ୟବସ୍ଥା । ଅକ୍ସିଜେନ ସ୍ତର କମିବା ଯୋଗୁଁ ଚଣ୍ଡିଗଡସ୍ଥିତ ପିଜିଆଇରେ ଭର୍ତ୍ତି । ଅଧିକ ପଢନ୍ତୁ...

ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ମେଡିକାଲରେ ଭର୍ତ୍ତି

author img

By

Published : Aug 22, 2021, 8:43 PM IST

ଚଣ୍ଡିଗଡ: ବିଗିଡିଲା ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା । ଅକ୍ସିଜେନ ସ୍ତର କମିବା ଯୋଗୁଁ ସ୍ବାସ୍ଥ୍ୟ ତଥା ଗୃହମନ୍ତ୍ରୀ ଅନିଲ ବିଜ୍ ଚଣ୍ଡିଗଡସ୍ଥିତ ପିଜିଆଇରେ ଭର୍ତ୍ତି ହୋଇଛନ୍ତି । ଗତ ଶୁକ୍ରବାର ଅନିଲ ବିଜଙ୍କ ସ୍ବାସ୍ଥ୍ୟ ଅଚାନକ ଖରାପ ହୋଇଯାଇଥିଲା । ତାଙ୍କୁ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହୋଇଥିଲା । ଏଣୁ ସେ ନିଜ ଘରେ ହିଁ ଅକ୍ସିଜେନ ସପୋର୍ଟ ବ୍ୟବସ୍ଥା କରିଥିଲେ । ମାତ୍ର ଆଜି(ରବିବାର) ତାଙ୍କ ସ୍ବାସ୍ଥ୍ୟ ଅଧିକ ବିଗିଡି ଯାଇଛି ।

ସୂଚନାଥାଉ କି, ଗତ ଶୁକ୍ରବାର ଠାରୁ ହରିୟାଣା ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା । ଏହି ସମୟରେ ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ୍ । ସେଥିପାଇଁ ସେ ଅଧିବେଶନରେ ଅଂଶଗ୍ରହଣ କରିପାରି ନଥିଲେ । ଏଥିସହ ଶନିବାର ଅମ୍ବାଲାରେ ହେବାକୁ ଥିବା ଜନତା ଦରବାରକୁ ମଧ୍ୟ ବନ୍ଦ କରାଯାଇଥିଲା । ଅନିଲ ଘରେ ରହି ଅକ୍ସିଜେନ ସପୋର୍ଟ ନେଉଥିବାବେଳେ ଆଜି ହଠାତ୍ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଯାଇଥିଲା । ଯେଉଁ କାରଣରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗୃହମନ୍ତ୍ରୀ ଅନିଲ ବିଜ ପ୍ରଥମେ କୋରୋନା ଟିକାର ଦୁଇଟି ଡୋଜ ନେଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ଜଣେ । ଏହାସତ୍ତ୍ବେ ମଧ୍ୟ ସେ କୋରୋନା ସଂକ୍ରମିତ ହୋଇଥିଲେ ଏବଂ ପରେ କୋରୋନାରୁ ସୁସ୍ଥ ଲାଭ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.