ETV Bharat / bharat

ହରିୟାଣାରେ ବଢିଲା ଲକଡାଉନ ଅବଧି, ବିନା ପ୍ରୋସେସନରେ ହେବ ବାହାଘର - ହରିୟାଣାରେ ଲକଡାଉନ

କୋଭିଡ ସଂକ୍ରମଣ କାରଣରୁ ଲକଡାଉନ ଅବଧି ବୃଦ୍ଧି କଲେ ହରିୟାଣା ସରକାର । କଟକଣାକୁ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ସରକାର । ଅଧିକ ପଢନ୍ତୁ...

ହରିୟାଣାରେ ବଢିଲା ଲକଡାଉନ ଅବଧି, 50 ପ୍ରତିଶତ ସିଟରେ ଚାଲିବ Bar, Resturant

author img

By

Published : Aug 22, 2021, 7:23 PM IST

ଚଣ୍ଡିଗଡ଼: ରାଜ୍ୟରେ ପୁଣି ବଢିଲା ଲକଡାଉନ । ଏନେଇ ହରିୟାଣା ସରକାର ରବିବାର ଲକଡାଉନ ବୃଦ୍ଧି ନେଇ ନିର୍ଦ୍ଦେଶନାମା ଜାରି କରିବା ସହ ଲକଡାଉନକୁ ସେପ୍ଟେମ୍ବର ୬ ଯାଏଁ ବୃଦ୍ଧି କରିଛନ୍ତି । ତେବେ ଲକଡାଉନରେ ଘରେ ରହିବା ନେଇ ଲୋକମାନଙ୍କୁ କେତେକ କଟକଣାରେ କୋହଳ କରିଛନ୍ତି ରାଜ୍ୟ ସରକାର ।

ତେବେ ପୂର୍ବ ସୂଚନା ମୁତାବକ ଅଗଷ୍ଟ ୮ରେ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଲକଡାଉନକୁ ସମେତ ରାତ୍ରିକାଳୀନ କର୍ଫ୍ୟୁକୁ ମଧ୍ୟ ରାଜ୍ୟରୁ ହଟାଇ ଦିଆଯାଇଥିଲା । ତେବେ ଲକଡାଉନ ସମୟରେ ହୋଟେଲ ସମେତ ରେଷ୍ଟୁରାଣ୍ଟ, ବାର ଗୁଡିକ ୫୦ ପ୍ରତିଶତ ବସିବା କ୍ଷମତା ସହିତ କାର୍ଯ୍ୟ କରିବ । ତା ସହ ସ୍ପା, ଜିମ ଓ ସିନେମା ହଲ୍ ଖୋଲିବାକୁ ଅନୁମତି ଦିଆଯାଇଛି । କିନ୍ତୁ ସେମାନଙ୍କୁ ଟୀକାକରଣ ହୋଇଥିବା ନେଇ ନିଶ୍ଚିତ କରିବାକୁ ହେବ । କର୍ପୋରେଟ ଅଫିସରେ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ଚାଲିବ ।

ତେବେ ବାହାଘର, ଅନ୍ତେଷ୍ଟ୍ରି କ୍ରିୟାରେ ୧୦୦ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକରେ ୨୦୦ ଲୋକଙ୍କୁ ନେଇ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରି ହେବ । କିନ୍ତୁ ବାହାଘରରେ ପ୍ରୋସେସନ କରିହେବନି । ସେଠାରେ ସାମାଜିକ ଦୂରତା, ମାସ୍କ ପିନ୍ଧିବାକୁ ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.