ETV Bharat / bharat

କୋଭିଡ ରୋଗୀଙ୍କୁ 1 ଲକ୍ଷ କୋରୋନିଲ କିଟ ମାଗଣା ବାଣ୍ଟିବେ ହରିୟାଣା ସରକାର

author img

By

Published : May 25, 2021, 2:14 PM IST

ହରିୟାଣାରେ କୋରୋନା ରୋଗୀଙ୍କୁ ପତଞ୍ଜଳି ଆୟୁର୍ବେଦର ୧ ଲକ୍ଷ କୋରୋନିଲ କିଟ୍‌ ମାଗଣାରେ ବାଣ୍ଟିବେ ରାଜ୍ୟ ସରକାର । ଏନେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜୟ ସୋମବାର କହିଛନ୍ତି । ଅଧିକ ପଢନ୍ତୁ...

କୋଭିଡ୍ ରୋଗୀଙ୍କୁ 1 ଲକ୍ଷ କୋରୋନିଲ୍‌ କିଟ୍‌ ମାଗଣା ବାଣ୍ଟିବେ ହରିୟାଣା ସରକାର

ଚଣ୍ଡିଗଡ଼: ହରିୟାଣାରେ କୋରୋନା ରୋଗୀଙ୍କୁ ପତଞ୍ଜଳି ଆୟୁର୍ବେଦର ୧ ଲକ୍ଷ କୋରୋନିଲ କିଟ୍‌ ମାଗଣାରେ ବାଣ୍ଟିବେ ରାଜ୍ୟ ସରକାର । ଏନେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜୟ ସୋମବାର କହିଛନ୍ତି । ଯୋଗ ଗୁରୁ ରାମଦେବ ବାବାଙ୍କ ଏଲୋପାଥି ବିରୋଧରେ ମନ୍ତବ୍ୟକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏହି ଘୋଷଣା କରାଯାଇଛି ।

କୋରୋନା ମହାମାରୀ ଶୀର୍ଷରେ ଥିବାବେଳେ ଗତ ବର୍ଷ ଜୁନ୍ 23 ରେ ରାମଦେବଙ୍କ ଆୟୁର୍ବେଦ ଭିତ୍ତିକ କୋରୋନିଲ୍ ଲୋକଲୋଚନକୁ ଆସିଥିଲା । ତେବେ କୋରୋନିଲ ମୂଲ୍ୟର ଅଧା ପତଞ୍ଜଳି ଏବଂ ଅର୍ଦ୍ଧେକ ହରିୟାଣା ସରକାରଙ୍କ କୋଭିଡ ରିଲିଫ ପାଣ୍ଠି ବହନ କରିବ ବୋଲି ବିଜୟ ଟୁଇଟ୍‌ କରି କହିଛନ୍ତି ।

ସେପଟେ କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟର ଆଠଟି ଜିଲ୍ଲାରେ ପ୍ରେସର ସୁଇଙ୍ଗ ଆଡସର୍ପସନ୍ (PSA) ଅମ୍ଳଜାନ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ବୋଲି ସେ କହିଛନ୍ତି । DRDO ଦ୍ୱାରା କରାଯାଉଥିବା ଏହି କାର୍ଯ୍ୟ ଜୁନ୍ 30 ସୁଦ୍ଧା ଶେଷ ହେବ ବୋଲି ସେ କହିଛନ୍ତି । ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପ୍ଲାଣ୍ଟ ସ୍ଥାପନା, 6,210 ଶଯ୍ୟାରେ ଅମ୍ଳଜାନ ଯୋଗାଇବାରେ ସହାୟକ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.