ଚଣ୍ତିଗଡ: ତାଲିବାନ ଆଫଗାନିସ୍ତାନ କବଜା କରିବା ପରେ ଏବେ ସ୍ଥିତି ଭୟଙ୍କର ହୋଇପଡିଛି । ଆତଙ୍କୀରାଜରୁ ରକ୍ଷା ପାଇବା ପାଇଁ ଦେଶ ଛାଡି ପଳାଇଛନ୍ତି ଶତାଧିକ ଲୋକ । ଏହାରି ମଧ୍ୟରେ ଅନେକ ଛାତ୍ରଛାତ୍ରୀ ମଧ୍ୟ ଆଫଗାନରୁ ନିଜ ଜୀବନ ବଞ୍ଚାଇବା ପାଇଁ ଦେଶ ଛାଡିଛନ୍ତି । ଏହି ଛାତ୍ରଛାତ୍ରୀଙ୍କ ପାଇଁ ଆଗକୁ ଆସିଛନ୍ତି ହରିୟାଣା ସରକାର । ଆଫଗାନିସ୍ତାନ ଛାତ୍ରଙ୍କୁ ସମସ୍ତ ଯୁବିଧା ଯୋଗାଇବେ ବୋଲି କହିଛନ୍ତି ହରିୟାଣା ସରକାର । ଆଫଗାନରୁ ଆସି ହରିୟାଣାରେ ନାମ ଲେଖାଇଥିବା ଛାତ୍ରଙ୍କୁ ପାଠପଢା, ଖାଦ୍ୟ ଓ ଖାଇବାରେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ବୋଲି ସେ ଆଶ୍ବସନା ମଧ୍ୟ ଦେଇଛନ୍ତି ।
ଆଫଗାନିସ୍ତାନରେ ପରିସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଠାରୁ ନାମଲେଖା ଫି ଆଦାୟ, ପାଠ୍ୟକ୍ରମ ବାବଦରେ ଫି କୋହଳ କରାଯାଇଛି । ଏଠାରେ ଛାତ୍ରମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦିଆଯିବ । ଆଫଗାନିସ୍ତାନରୁ ଏକାଧିକ ଛାତ୍ର ହରିୟାଣାର ବିଭିନ୍ନ ବିଶ୍ବବିଦ୍ୟାଳୟରେ ନାମ ଲେଖାଇଛନ୍ତି ।
କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରେ ୩୧ ଆଫଗାନିସ୍ତାନ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ସେମାନଙ୍କ ମଧ୍ଯରୁ 11 ଜଣ କ୍ୟାମ୍ପସରେ ରହୁଛନ୍ତି । ଏବଂ ଏମଡିୟୁ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିବା 11 ଜଣଙ୍କ ମଧ୍ୟରୁ ଚାରିଜଣ କ୍ୟାମ୍ପସରେ ରହୁଛନ୍ତି । ସେପଟେ, ଏନେଇ ଉପମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରୟା ରଖିଛନ୍ତି । ସେମାନେ କେବଳ ବିଦେଶୀ ଛାତ୍ର ନୁହଁନ୍ତି ବରଂ ଆମ ଦେଶର ଅତିଥି ଅଟନ୍ତି । ଯଦି ଛାତ୍ରମାନେ କୌଣସି ସମସ୍ୟାର ସମ୍ମୁଖିନ ହୁଅନ୍ତି ତେବେ, ଆମେ ସେମାନଙ୍କୁ ସାହାଯ୍ୟ କରିବାକୁ ଏଠାରେ ଅଛୁ । ଆଫଗାନିସ୍ତାନର ସ୍ଥିତି ଉପରେ କଡା ନଜର ରଖାଯାଇଛି । ସେଠାରେ ଫସି ଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଯୋଜନା ଚାଲିଛି ବୋଲି କହିଥିଲେ କେନ୍ଦ୍ର ସରକାର ।