ETV Bharat / bharat

PGIMERରେ ଅନିଲଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ପଚାରି ବୁଝିଲେ ସ୍ବାସ୍ଥ୍ଯବସ୍ଥା

author img

By

Published : Aug 23, 2021, 7:39 AM IST

ଅସୁସ୍ଥ ଅଛନ୍ତି ହରିୟାଣା ସ୍ବାସ୍ଥ୍ୟ ତଥା ଗୃହମନ୍ତ୍ରୀ ଅନିଲ ବିଜ୍ । ଏବେ ସେ ଚଣ୍ଡିଗଡସ୍ଥିତ ପିଜିଆଇଏମଇଆର(PGIMER) ଚିକିତ୍ସିତ ହେଉଛନ୍ତି । ରବିବାର ଦିନ ମେଡିକାଲରେ ତାଙ୍କୁ ଭେଟିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନହରଲାଲ ଖଟ୍ଟର । ଅଧିକ ପଢନ୍ତୁ...

PGIMERରେ ଅନିଲ ବିଜଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ , ପଚାରି ବୁଝିଲେ ସ୍ବାସ୍ଥ୍ଯବସ୍ଥା

ଚଣ୍ଡିଗଡ: ଅସୁସ୍ଥ ଅଛନ୍ତି ହରିୟାଣା ସ୍ବାସ୍ଥ୍ୟ ତଥା ଗୃହମନ୍ତ୍ରୀ ଅନିଲ ବିଜ୍ । ଏବେ ସେ ଚଣ୍ଡିଗଡ ସ୍ଥିତ ପିଜିଆଇଏମଇଆର(PGIMER) ଚିକିତ୍ସିତ ହେଉଛନ୍ତି । ରବିବାର ଦିନ ମେଡିକାଲରେ ତାଙ୍କୁ ଭେଟିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନହରଲାଲ ଖଟ୍ଟର । ଏହାସହ ତାଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ପଚାରି ବୁଝିଛନ୍ତି । ପୂର୍ବରୁ ମଧ୍ୟ ରାଜ୍ୟ ବିଜେପି ସଭାପତି ଓମ ପ୍ରକାଶ ଧଣ୍ତକର ମଧ୍ୟ ଅନିଲ ବିଜଙ୍କୁ ତାଙ୍କ ଘରେ ଭେଟି ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଅକ୍ସିଜେନ ସ୍ତର କମିବା ଯୋଗୁଁ ଅନିଲ ବିଜଙ୍କୁ ରବିବାର ଦିନ ଚଣ୍ଡିଗଡସ୍ଥିତ ପିଜିଆଇରେ ଭର୍ତ୍ତି କରାଯାଇଛି ।

ସୂଚନାଥାଉ କି, ଗତ ଶୁକ୍ରବାର ଠାରୁ ହରିୟାଣା ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଏହି ସମୟରେ ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ୍ । ସେଥିପାଇଁ ସେ ଅଧିବେଶନରେ ଅଂଶଗ୍ରହଣ କରିପାରି ନଥିଲେ । ଏଥିସହ ଶନିବାର ଅମ୍ବାଲାରେ ହେବାକୁ ଥିବା ଜନତା ଦରବାରକୁ ମଧ୍ୟ ବନ୍ଦ କରାଯାଇଥିଲା । ଅନିଲ ଘରେ ରହି ଅକ୍ସିଜେନ ସପୋର୍ଟ ନେଉଥିବାବେଳେ ରବିବାର ହଠାତ୍ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଯାଇଥିଲା । ଯେଉଁ କାରଣରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଗୃହମନ୍ତ୍ରୀ ଅନିଲ ବିଜ ପ୍ରଥମେ କୋରୋନା ଟିକାର ଦୁଇଟି ଡୋଜ ନେଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ଜଣେ । ଏହାସତ୍ତ୍ବେ ମଧ୍ୟ ସେ କୋରୋନା ସଂକ୍ରମିତ ହୋଇଥିଲେ ଏବଂ ପରେ କୋରୋନାରୁ ସୁସ୍ଥ ଲାଭ କରିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.