ETV Bharat / bharat

ଚର୍ଚ୍ଚାରେ ଚଣ୍ଡିଗଡ, ପଞ୍ଜାବର ଦାବି ପରେ ହରିୟାଣା ବିଧାନସଭାରେ ସଂକଳ୍ପ ପାରିତ - ହରିୟାଣା ଖବର

ଚଣ୍ଡିଗଡ ଉପରେ ପଞ୍ଜାବର ଅଧିକାର ଦାବି ନେଇ ହରିୟାଣା ବିଧାନସଭାରେ ସଂକଳ୍ପ ପାରିତ । ପଞ୍ଜାବ ସରକାରଙ୍କ ଏତାଦୃଶ୍ୟ କାର୍ଯ୍ୟକୁ ନିନ୍ଦା କଲେ ହରିୟାଣା ବିଧାୟକ । ଅଧିକ ପଢନ୍ତୁ

ଚଣ୍ଡୀଗଡ ଉପରେ ପଞ୍ଜାବର ଦାବି, ହରିୟାଣା ବିଧାନସଭାରେ ସଂକଳ୍ପ ପାରିତ

author img

By

Published : Apr 6, 2022, 10:05 AM IST

ଚଣ୍ଡୀଗଡ: ଚଣ୍ଡିଗଡ କାହାର ? ଏହାକୁ ନେଇ ଏବେ ହରିୟାଣା ଓ ପଞ୍ଜାବ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଛି । ଚଣ୍ଡିଗଡ ଉପରେ ପଞ୍ଜାବର ଅଧିକାର ସଂକ୍ରାନ୍ତୀୟ ପ୍ରସ୍ତାବ ପଞ୍ଜାବ ବିଧାନସଭାରେ ପାରିତ ହେବା ପରେ ହରିୟାଣା ରାଜନୀତିରେ ହଟ୍ଟଚମଟ ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ହରିୟାଣା ସରକାର ବିଧାନସଭାର ଏକ ବିଶେଷ ଅଧିବେଶନ ଡକାଇଥିଲେ । ମଙ୍ଗଳବାର ଏହି ଏକ ଦିବସୀୟ ଅଧିବେଶନରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟରଙ୍କ ଦ୍ବାରା ସର୍ବସମ୍ମତିକ୍ରମେ ଏକ ସଂକଳ୍ପ ପାରିତ(Haryana Resolution on Chandigarh) ହୋଇଛି । ଯେଉଁଥିରେ ପଞ୍ଜାବ ବିଧାନସଭା ଦ୍ବାରା କେନ୍ଦ୍ରଶାସିତ ଚଣ୍ଡିଗଡ ଉପରେ ଅଧିକାର ଦାବି ସମ୍ବନ୍ଧୀୟ ପ୍ରସ୍ତାବକୁ ନେଇ ଚିନ୍ତା ପ୍ରକଟ କରାଯାଇଛି ।

ବିଧାନସଭାରେ ମନ୍ତ୍ରୀ ରଣଜିତ ସିଂହ ଚୌଟାଲା କହିଛନ୍ତି, ଶାହା କମିଶନ ଅନୁସାରେ ଚଣ୍ଡିଗଡ ଉପରେ ପଞ୍ଜାବର ଯେତିକି ଅଧିକାର ଅଛି ସେତିକି ହରିୟାଣାର ରହିଛି ମଧ୍ୟ । ଆପ୍ ନେତା ସାଧାରଣ ଲୋକଙ୍କୁ ଗୁରୁତ୍ବପୂର୍ଣ୍ଣ ମୁଦ୍ଦାରୁ ଦୂରେଇ ରଖିବାକୁ ଏହିଭଳି ଭିତ୍ତିହୀନ ମୁଦ୍ଦା ଉଠାଉଛନ୍ତି । ବିଧାୟକ ବଳରାଜ କୁଣ୍ଡୁ ବିଧାନସଭାରେ କହିଛନ୍ତି, ରାଜନୈତିକ ନେତୃବୃନ୍ଦଙ୍କୁ ହରିୟାଣା ଓ ପଞ୍ଜାବ ଲୋକଙ୍କ ଭାବନା ସହ ଖେଳିବା ଅନୁଚିତ୍ ।

ସ୍ବତନ୍ତ୍ର ବିଧାନସଭା ଅଧିବେଶନ ଡକାଇ ପଞ୍ଜାବ ସରକାର ଚଣ୍ଡିଗଡକୁ ନେଇ ଯେଉଁଭଳି ପ୍ରସ୍ତାବ ପାରିତ କରିଛନ୍ତି ମୁଁ ଏହାକୁ ଘୋର ନିନ୍ଦା କରୁଛି । ପଞ୍ଜାବବାସୀ ଯେଉଁ ବିଶ୍ବାସର ସହ ଆପ୍‌କୁ ନିର୍ବାଚିତ କରିଛନ୍ତି, ତାହା ଉପରେ ସେ କାର୍ଯ୍ୟ କରୁ । କେନ୍ଦ୍ରରେ ଥିବା ବିଜେପି ସରକାର ଦୁଇ ରାଜ୍ୟର ମୁଖିଆଙ୍କୁ ଟେବୁଲରେ ବସାଇ ଏହି ସମସ୍ୟାର ସମାଧାନ ବାହାର କରନ୍ତୁ । ଆମର ଦୁଇଟି ରାଜଧାନୀ ଆବଶ୍ୟକତା ନାହିଁ । ଆମେ ଚଣ୍ଡିଗଡକୁ ହିଁ ବିକଶିତ କରିବୁ ବୋଲି ବିଧାୟକ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.