ETV Bharat / bharat

ସ୍ବର୍ଣ୍ଣ ମନ୍ଦିରରେ ହାରମୋନିଅମ ବଜାଇବା ହେବ ବନ୍ଦ !

author img

By

Published : May 26, 2022, 7:50 AM IST

Updated : May 26, 2022, 9:37 AM IST

ଶ୍ରୀ ହରମିନ୍ଦର ସାହାବ ଗୁରୁଦ୍ବାର ବା ସ୍ବର୍ଣ୍ଣ ମନ୍ଦିରରେ ହାରମୋନିଅମ ବଜାଇବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅକାଳ ତଖ୍ତ ସାହାବ । ଆଗାମୀ ଦିନରେ ଗୁରୁଦ୍ବାରରେ ହାରମୋନିଅମ ବଜାଇବା ସମ୍ପୂର୍ଣ୍ଣ ଭାବରେ ନିଷିଦ୍ଧ କରାଯିବ । ଅଧିକ ପଢ଼ନ୍ତୁ

ଗୋଲ୍ଡେନ ଟେମ୍ପୁଲ୍‌ରେ ହାରମୋନିଅମ ବଜାଇବା ବନ୍ଦ ହେବ !

ଚଣ୍ଡିଗଡ଼: ଶ୍ରୀ ହରମିନ୍ଦର ସାହାବ ଗୁରୁଦ୍ବାର ବା ସ୍ବର୍ଣ୍ଣ ମନ୍ଦିରରେ ହାରମୋନିଅମ ବଜାଇବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅକାଳ ତଖ୍ତ ସାହାବ । ଆଗାମୀ ଦିନରେ ଗୁରୁଦ୍ବାରରେ ହାରମୋନିଅମ ବଜାଇବା ସମ୍ପୂର୍ଣ୍ଣ ଭାବରେ ନିଷିଦ୍ଧ କରାଯିବ । ଅକାଳ ତଖ୍ତ ସାହାବଙ୍କ ନିର୍ଦ୍ଦେଶ ପରେ ଶିରୋମଣି ଗୁରୁଦ୍ବାର ପ୍ରବନ୍ଧକ ସମିତି ମଧ୍ୟ ଏହି ନିର୍ଦ୍ଦେଶକୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ହାରମୋନିଅମ ଗୁରୁ ସାହାବଙ୍କ ଦ୍ବାରା ବ୍ୟବହାର ହୋଇଥିବା ବାଦ୍ୟ ଯନ୍ତ୍ର ନୁହେଁ । ଭାରତକୁ ଇଂରେଜମାନେ ଏହି ଯନ୍ତ୍ର ଦେଇଥିଲେ । ଭାରତରେ ଇଂରେଜର ରାଜୁତି ବେଳେ ଏହି ବାଦ୍ୟ ଯନ୍ତ୍ର ଆସିଥିଲା । ଏଥିପାଇଁ ଏହାକୁ ଗୁରୁଦ୍ବାରରେ ବଜାବାକୁ ବାରଣ କରାଯାଇଥିବା କଥା କହିଛନ୍ତି ଅକାଳ ତଖ୍ତ ସାହାବ । ତେବେ ଏକା ଥରକେ ସ୍ବର୍ଣ୍ଣ ମନ୍ଦିରରେ ବାଦ୍ୟଯନ୍ତ୍ରର ବ୍ୟବହାର ବନ୍ଦ କରାଯିବ ନାହିଁ । ବରଂ ଧୀରେଧୀରେ ଏହି ପ୍ରକ୍ରିୟା ଆରମ୍ଭ ହେବ । ଯାହାଦ୍ବାରେ ଶ୍ରୀ ହରମିନ୍ଦର ସାହାବ ଗୁରୁଦ୍ବାରକୁ ଆସୁଥିବା ଶ୍ରଦ୍ଧାଳୁ ଏହାକୁ ସହଜରେ ଗ୍ରହଣ କରି ପାରିବେ ଓ ଏଥିରେ ଅଭ୍ୟସ୍ତ ହୋଇ ପାରିବେ । ସ୍ବର୍ଣ୍ଣ ମନ୍ଦିରରେ କେବଳ ପାରମ୍ପରିକ ବାଦ୍ୟ ଯନ୍ତ୍ରର ବ୍ୟବହାର ହେବ ବୋଲି କୁହାଯାଇଛି ।

ସ୍ବର୍ଣ୍ଣ ମନ୍ଦିରରେ ୧୫ଟି କୀର୍ତ୍ତନ ମଣ୍ଡଳୀ ରହିଛି । ଏହି କୀର୍ତ୍ତନ ବେଳେ ମଧ୍ୟ ହାରମୋନିଅମର ବ୍ୟବହାର ହେବନାହିଁ । ଏହି ସବୁ କୀର୍ତ୍ତନ ମଣ୍ଡଳୀ ୨୦ ଘଣ୍ଟା ଧରି ଗୁରୁଦ୍ବାରରେ ଭଜନ କରିଥାଆନ୍ତି । ତେବେ ୫ଟି ଏଭଳି କୀର୍ତ୍ତନ ମଣ୍ଡଳୀ ମଧ୍ୟ ରହିଛି ଯେଉଁମାନେ ଆଦୌ ହାରମୋନିଅମର ବ୍ୟବହାର କରିନଥାନ୍ତି । ୧୯୦୧ ମସିହାରେ ସ୍ବର୍ଣ୍ଣ ମନ୍ଦିରରେ ହାରମୋନିଅମର ବ୍ୟବହାର ଆରମ୍ଭ ହୋଇଥିବା କିମ୍ବଦନ୍ତୀ ରହିଛି । ତେବେ ୧୨୨ ବର୍ଷ ପରେ ସ୍ବର୍ଣ୍ଣ ମନ୍ଦିରରେ ହାରମୋନିଅମର ବ୍ୟବହାର ବନ୍ଦ ହେବାକୁ ବସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 26, 2022, 9:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.