ଗାନ୍ଧୀନଗର: ଦେଶ ସ୍ବାଧୀନତାର ୭୬ବର୍ଷ ପୂର୍ତ୍ତି ସାରା ଦେଶରେ ପାଳିତ ହେବ । ଲୋକଙ୍କ ମନରେ ଦେଶପ୍ରେମ ସୃଷ୍ଟି କରାଇବା ସହ "ହର୍ ଘର୍ ତ୍ରିରଙ୍ଗା" କାର୍ଯ୍ୟକ୍ରମ ଅଗଷ୍ଟ ୧୧ ତାରିଖରୁ ୧୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଟେକ୍ସଟାଇଲ୍ ସିଟି ସୁରଟରେ 100 ମିଲିୟନ୍ ତ୍ରିରଙ୍ଗା ପ୍ରସ୍ତୁତ କରାଯାଉଛି । ଜୁଲାଇ ୨୬ ତାରିଖ ସୁଦ୍ଧା 100 ମିଲିୟନ୍ ତ୍ରିରଙ୍ଗା ପ୍ରସ୍ତୁତି ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ସୁରଟର ଶିଳ୍ପପତିମାନେ ମଧ୍ୟ ବେଶ ଉତ୍ସାହିତ ହେବାସହ ଭିୱାଣ୍ଡିରୁ ରୋଟା କପଡା ଅର୍ଡର କରିଛନ୍ତି ।
ସୂଚନାଅନୁସାରେ, ଚଳିତ ବର୍ଷ ହେବାକୁ ଥିବା ହର୍ ଘର୍ ତ୍ରିରଙ୍ଗା ଅଭିଯାନ ପାଇଁ 72 କୋଟି ପତକା ଉତ୍ତୋଳନ ହେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଯେଉଁଥିପାଇଁ କେନ୍ଦ୍ରକସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପ୍ରତ୍ୟେକ ବୟନ ଶିଳ୍ପରେ ଜଡିତ ସହରର ଶିଳ୍ପପତିମାନେ ମଧ୍ୟ 72 କୋଟି ପତାକା ତିଆରି କରିବା ପାଇଁ ସରକାରଙ୍କ ପକ୍ଷରୁ ସୁପାରିସ କରାଯାଇଛି । ସେଥିମଧ୍ୟରୁ ସୁରଟର ମିଲ୍ ମାଲିକମାନେ 10 କୋଟି ପତାକା ତିଆରି କରିବା ବରାଦ ଦିଆଯାଇଛି ।
ଦକ୍ଷିଣ ଗୁଜୁରାଟ ପ୍ରୋସେସିଂ ହାଉସ୍ ୟୁନିଟ୍ ଆସୋସିଏସନର ସଭାପତି ଜିତୁ ୱାଖରିଆ କହିଛନ୍ତି ଯେ, "ଆମକୁ ତ୍ରିରଙ୍ଗା ବନେଇବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ସୁପାରିସ କରାଯାଇଛି । ସୁରଟ ବୟନ ଶିଳ୍ପରେ ଜଡିତ ବ୍ୟବସାୟୀମାନେ ପ୍ରାୟ 100 ନିୟୁତ ପତାକା ତିଆରି କରିବେ। ପ୍ରତ୍ୟେକ ବ୍ୟବସାୟୀଙ୍କୁ କାର୍ଯ୍ୟ ହିସାବରେ ଉଚିତ ପାଉଣା ଦିଆଯିବ । ଏହାକୁ ତିଆରି କରିବା ପାଇଁ ଭିୱାଣ୍ଡିରୁ ରୋଟା କପଡା ଅର୍ଡର କରାଯାଇ ତ୍ରିରଙ୍ଗା ପ୍ରସ୍ତୁତ କରାଯାଇଛି । ଜୁଲାଇ 26 ସୁଦ୍ଧା ଏହି 100 ମିଲିୟନ୍ ପତାକା ତିଆରି କରିବା ପାଇଁ ୫ଟି ମିଲର ବ୍ୟବହାର କରାଯାଉଛି । ପ୍ରସ୍ତୁତ ହେବା ପରେ ଏହା ଦିଲ୍ଲୀ ପଠାଯିବ ।"