ETV Bharat / bharat

Happy Hypoxia: ସୁସ୍ଥ ଥିଲେ ବି କମ୍ ହୋଇପାରେ ଅକ୍ସିଜେନ ମାତ୍ରା - covid patient

ଦେଶରେ ଦ୍ବିତୀୟ ଲହର କୋରୋନା ସଂକ୍ରମଣ ଭୟଙ୍କର ରୂପ ନେଇଛି । ସଂକ୍ରମିତଙ୍କ ହାର ଯେମିତି ବଢୁଛି ସେମିତି ଅଚାନକ୍ ମୃତ୍ୟୁ ମଧ୍ୟ ବଢିବାରେ ଲାଗିଛି । ଖାସ୍ କରି ଦ୍ବିତୀୟ ଲହରରେ ଯୁବଗୋଷ୍ଠୀଙ୍କୁ ଅଧିକ ସଂକ୍ରମତି କରୁଛି, କେବଳ ସଂକ୍ରମିତ ନୁହେଂ ବରଂ ମୃତ୍ୟୁମୁଖକୁ ମଧ୍ୟ ଟାଣି ନେଉଛି । ଅଧିକ ପଢନ୍ତୁ...

Happy Hypoxia
ହାପି ହାଇପୋକ୍ସିଆ
author img

By

Published : May 13, 2021, 11:44 AM IST

ହାଇଦ୍ରାବାଦ: ଦେଶରେ ଦ୍ବିତୀୟ ଲହର କୋରୋନା ସଂକ୍ରମଣ ଭୟଙ୍କର ରୂପ ନେଇଛି । ସଂକ୍ରମିତଙ୍କ ହାର ଯେମିତି ବଢୁଛି ସେମିତି ଅଚାନକ୍ ମୃତ୍ୟୁ ମଧ୍ୟ ବଢିବାରେ ଲାଗିଛି । ଖାସ୍ କରି ଦ୍ବିତୀୟ ଲହରରେ ଯୁବଗୋଷ୍ଠୀଙ୍କୁ ଅଧିକ ସଂକ୍ରମତି କରୁଛି, କେବଳ ସଂକ୍ରମିତ ନୁହେଂ ବରଂ ମୃତ୍ୟୁମୁଖକୁ ମଧ୍ୟ ଟାଣି ନେଉଛି । ଯୁବାବସ୍ଥା ସମୟରେ ସାଧାରଣତଃ ଇମ୍ୟୁନିଟି ସିଷ୍ଟମ ସୁଦୃଢ ଥାଏ, ତଥାପି କୋଭିଡ ସେମାନଙ୍କୁ ଅଧିକ ସଂକ୍ରମିତ କରୁଛି । ଏହାର କାରଣ ଖୋଜିବାକୁ ବିଶେଷଜ୍ଞ ଚେଷ୍ଟା କରିଥିଲେ ଆଉ ସାମ୍ନାକୁ ଆଣିଥିଲେ ଚାଞ୍ଚଲ୍ୟକର ତଥ୍ୟ । ଯୁବଗୋଷ୍ଠୀଙ୍କ ମଧ୍ୟରେ ଅଧିକ ମୃତ୍ୟୁର କାରଣ ସାଜିଛି ‘ହାପି ହାଇପୋକ୍ସିଆ’( Happy Hypoxia) । ତେବେ କଣ ଏହି ହାପି ହାଇପୋକ୍ସିଆ । ଆସନ୍ତୁ ଜାଣିବା;-

ହାଇପୋକ୍ସିଆ କଣ-

ଶରୀରରେ ଯେତେବେଳେ ଅକ୍ସିଜେନର ମାତ୍ରା କମିଯାଏ, ସେତେବେଳେ ଏହାକୁ ହାଇପୋକ୍ସିଆ ବୋଲି କହିଥାଉ । ଏହାକୁ ହାଇପୋକ୍ସେମିଆ ମଧ୍ୟ କୁହାଯାଏ । ସାଧାରଣତଃ ଆମ ଶରୀରରେ 95 ପ୍ରତିଶତ ଅକ୍ସିଜେନ ଥିଲେ, ନର୍ମାଲ୍ ଅକ୍ସିଜେନ ଲେଭଲ୍ କୁହାଯାଇଥାଏ ମାତ୍ର ବର୍ତ୍ତମାନ କୋରୋନା ସ୍ଥିତିରେ ଅକ୍ସିଜେନ ଲେଭର୍ 40 ପ୍ରତିଶତ ତଳକୁ ଖସି ଆସୁଥିବାର ନଜିର୍ ରହିଛି । ହାଇପୋକ୍ସିଆ ହେବା ଫଳରେ ହୃତପିଣ୍ଡ, ଫୁସଫସ୍, କିଡନୀ, ମସ୍ତିସ୍କକୁ ରକ୍ତ ଯିବା ବନ୍ଦ ହୋଇଯାଏ । ଫୁସଫୁସରୁ ଆସୁଥିବା ଧମନୀରେ ରକ୍ତ ଜମାଟ ବାନ୍ଧେ ଓ ମସ୍ତିସ୍କ ସମେତ ଶରୀରର ଅନ୍ୟ ଭାଗକୁ ଅକ୍ସିଜେନ ଯିବା ବନ୍ଦ ହୋଇଯାଏ ।

ହାପି ହାଇପୋକ୍ସିଆ କଣ-

ହାଇପୋକ୍ସିଆର ଗୋଟିଏ ଷ୍ଟେଜ୍ ହେଉଛି ହାପି ହାଇପୋକ୍ସିଆ । ଏହି ସମସ୍ୟାରେ ଆପଣ ବାହାରୁ ଖୁସି ଓ ସାଧାରଣ ବ୍ୟକ୍ତି ଭଳି ମନେ ହେବେ ମାତ୍ର ଭିତରୁ ଆପଣଙ୍କ ଅକ୍ସିଜେନ୍ ଧିରେ ଧିରେ କମି କମି ଯିବ । ବାହାରୁ ହସ-ଖୁସି, ସୁସ୍ଥ ଦିଶୁଥିବା ମଣିଷ ଶରୀରରେ ଅକ୍ସିଜେନ୍ ଲେଭଲ୍ କମିବା ଆରମ୍ଭ କରିବ । ସେଥିପାଇଁ ଏହାର ନାମ ହାପି ହାଇପୋକ୍ସିଆ ରଖାଯାଇଛି ।

ଯେତେବେଳେ ଆମେ ନିଶ୍ବାସ ନେଉ, ସେତେବେଳେ ଅକ୍ସିଜେନ ସିଧା ଫୁସଫୁସକୁ ଯାଇଥାଏ । ଫୁସଫୁସରେ ଅନେକ ରକ୍ତ ବାହିକା ସାହାଯ୍ୟରେ ଶରୀରର ବିଭିନ୍ନ ଭାଗକୁ ରକ୍ତ ମାଧ୍ୟମରେ ଅକ୍ସିଜେନ ଯାଇଥାଏ । ପୁଣି ଧମଣୀ ଦେଇ ଫୁସଫୁସକୁ ଅକ୍ସିଜେନ ଫେରେ । ଏହି ପ୍ରକ୍ରିୟା ଅନବରତି ଆମ ଶରୀରରେ ଚାଲିଥାଏ । ମାତ୍ର ରକ୍ତ ବାହିକାରେ ଯେତେବେଳେ ରକ୍ତ ଜମାଟ ହୁଏ ସେତେବଳେ ଶରୀରରେ ରକ୍ତରେ ଅକ୍ସିଜେନ ପ୍ରବାହ ବନ୍ଦ ହୋଇଯାଏ ଓ ଶରୀରରେ ଅକ୍ସିଜେନର ଅଭାବ ହୁଏ ।

ରକ୍ତ ଜମାଟ କାହିଁକି ବାନ୍ଧେ ?

କୋରୋନା ଭୂତାଣୁ ଆମ ଶରୀରର କୋଷକୁ ନଷ୍ଟ କରିଥାଏ । ଯେତେବେଳେ ଆମ ଶରୀରରେ କୌଣସି ଫରେନ୍ ପାର୍ଟିକିଲ୍ ପ୍ରବେଶ କରେ ସେତେବେଳେ ହ୍ବାଇଟ୍ ବ୍ଲଡ୍ ସେଲରୁ କେମିକାଲ୍ ବାହାରି ରକ୍ତ କୋଷିକାରେ ପ୍ରବେଶ କରେ । ଏହା ମୁଖ୍ୟତଃ ଆମ ଶରୀରକୁ ଫରେନ୍ ପାର୍ଟିକିଲରୁ ରକ୍ଷା କରିଥାଏ । ରକ୍ତର ପ୍ରବାହ ବଢିବା ସହ କେମିକାଲର ପ୍ରବାହ ମଧ୍ୟ ବଢିଥାଏ । ଏହି କାରଣରୁ ଅନେକ ସ୍ଥାନରେ ରକ୍ତର ଗାଢତା ବୃଦ୍ଧିପାଏ ଓ ସେମିସଲିଡ୍ ମାସରେ ପରିଣତ ହୁଏ, ଯାହା ସରୁ ରକ୍ତ ନଳୀକୁ ଜାମ୍ କରିଦିଏ ।

ଶରୀରରେ ଅକ୍ସିଜେନ କମୁଥିଲେ କିପରି ଜାଣିବା ?

କୋରୋନା ମହାମାରୀ ସମୟରେ ଏହା ଅତ୍ୟନ୍ତ ଜରୁରୀ କି ଆମକୁ ଆମ ଶରୀର ବିଷୟରେ ସମସ୍ତ ତଥ୍ୟ ଜାଣିବା । ଖାସ୍ କରି ଆମ ଶରୀରରେ ଅକ୍ସିଜେନର ମାତ୍ରା ଜାଣିବା ନିହାତି ଜରୁରୀ । ସେଥିପାଇଁ ମେଡିକାଲ୍ କ୍ଷେତ୍ରରେ ପଲ୍ସ ଅକ୍ସିମିଟରର ବ୍ୟବହାର କରାଯାଉଛି । ଏହା ଯେକୌଣସି ମେଡିସିନ ଷ୍ଟୋରରେ ମଧ୍ୟ ସୁବିଧା ମିଳିପାରୁଛି । ତେଣୁ ଏହାର ବ୍ୟବହାର କରନ୍ତୁ ଓ ପ୍ରତିଦିନ ନିଜ ଅକ୍ସିଜେନ ମାତ୍ରାର ଯାଞ୍ଚ କରନ୍ତୁ । ଅକ୍ସି ପଲ୍ସମିଟର ଆପଣଙ୍କ ଅକ୍ସିଜେନର ମାତ୍ରା ଯାଞ୍ଚ କରିବା ସହ ହାର୍ଟବିଟ୍ ରେଟ୍ କୁ ବି ମାପିଥାଏ । ଯଦି ଶରୀରରେ ଲଗାତାର ଅକ୍ସିଜେନ ମାତ୍ରା କମୁଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ ।

ଅନ୍ୟାନ୍ୟ ଲକ୍ଷଣ-

ଏହାସହ ହାପି ହାଇପୋକ୍ସିଆର ଆଉ ଏକ ଲକ୍ଷଣ ହେଉଛି ଓଠ ନୀଳ ପଡିବା । ସାଧାରଣ ଓଠ ରଙ୍ଗରୁ ଯଦି ସାମାନ୍ୟ ନୀଳ ଦେଖାଯାଉଥାଏ ତେବେ ଜାଣିବେ ଯେ ଅକ୍ସିଜେନ ପରିମାଣ କମୁଛି । ବିନା ଗରମ କିମ୍ବା ଝାଳ ବାହାରିଲେ, ଦେହ ନାଲି ପଡିବା ହେଉଛି ହାପି ହାଇପୋକ୍ସିଆର ଲକ୍ଷଣ । ତେଣୁ ବିଳମ୍ବ ନ କରି ଯଥାଶୀଘ୍ର ଡାକ୍ତରଙ୍କୁ ଜଣାନ୍ତୁ ଓ ସମୟରେ ଚିକିତ୍ସା କରି ନିଅନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.