ETV Bharat / bharat

ନିୟନ୍ତ୍ରଣ ରେଖାର ପୁଞ୍ଚ ସେକ୍ଟରରୁ ହ୍ୟାଣ୍ଡ ଗ୍ରେନେଡ ଉଦ୍ଧାର କଲା ସେନା

ଭାରତ-ପାକ ନିୟନ୍ତ୍ରଣ ରେଖାର ପୁଞ୍ଚ ସେକ୍ଟର ନିକଟରୁ ଗ୍ରେନେଡ ଉଦ୍ଧାର କରିଛନ୍ତି ସୁରକ୍ଷାବଳ । ଅଧିକ ପଢନ୍ତୁ...

ନିୟନ୍ତ୍ରଣ ରେଖାର ପୁଞ୍ଚ ସେକ୍ଟରରୁ ହ୍ୟାଣ୍ଡ ଗ୍ରେନେଡ ଉଦ୍ଧାର

author img

By

Published : Apr 5, 2021, 10:51 PM IST

ଶ୍ରୀନଗର: ଭାରତ-ପାକ ନିୟନ୍ତ୍ରଣ ରେଖାର ପୁଞ୍ଚ ସେକ୍ଟର ନିକଟରେ ସୁରକ୍ଷା କର୍ମୀମାନେ ଏକ ପୁରୁଣା ହ୍ୟାଣ୍ଡଗ୍ରେନେଡ୍ ଉଦ୍ଧାର କରିଛନ୍ତି । ପୁଞ୍ଚ ଜିଲ୍ଲାର ମାଣ୍ଡି ତହସିଲ ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ଥିବା ସଞ୍ଜିଆ ଗାଁର ଜଣେ ସ୍ଥାନୀୟ ବାସିନ୍ଦା ନିଜ କ୍ଷେତରେ ଗ୍ରେନେଡ ଦେଖିବାକୁ ପାଇବା ପରେ ସୁରକ୍ଷା ବଳକୁ ଅବଗତ କରାଇଥିଲେ । ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ହ୍ୟାଣ୍ଡ ଗ୍ରେନେଡ ଜବତ କରିବା ପରେ ନିଷ୍କ୍ରିୟ କରିବାରେ ସଫଳ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ସଜିଆରେ ଅବଦୁଲ କାୟୁମ ନାମକ ଜଣେ ବ୍ୟକ୍ତି ନିଜ କ୍ଷେତରେ କାମ କରୁଥିବାବେଳେ ପୁରୁଣା ଅଫୁଟା ଗ୍ରେନେଡ ଦେଖିବାକୁ ପାଇଥିଲେ । ପରେ ସୂଚନା ପାଇ ସୁରକ୍ଷାକର୍ମୀ ତାକୁ ଉଦ୍ଧାର କରିବା ସହ ଗ୍ରେନେଡକୁ ସୁରକ୍ଷିତ ସ୍ଥାନକୁ ନେଇ ବିଶେଷଜ୍ଞ ଦଳ ଦ୍ବାରା ନିଷ୍କ୍ରିୟ କରାଯାଇଥିବା ସୂଚନା ରହିଛି । ଗ୍ରେନେଡଟି ପୁରୁଣା ହୋଇଯାଇଥିବା ବେଳେ ଏବେ ମଧ୍ୟ ସକ୍ରିୟ ଥିବା ଜଣାପଡିଥିଲା । ସେନା ପକ୍ଷରୁ ଏହାକୁ ସଫଳତାର ସହ ନିଷ୍କ୍ରିୟ କରାଯିବା ପରେ କୌଣସି ଅଘଟଣ ଆଶଙ୍କା ଟଳିଛି ।

ବ୍ୟୁରୋ ରିପୋର୍ଟ, ଇିଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.