ETV Bharat / bharat

ପାକ ସାମ୍ବାଦିକଙ୍କୁ ତଥ୍ୟ ଦେବା ଅଭିଯୋଗ, ଖଣ୍ଡନ କଲେ ଅନସାରୀ - ହମିଦ ଅନସାରୀ

ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କ ବିରୋଧରେ ପାକିସ୍ତାନୀ ସାମ୍ବାଦିକଙ୍କ ଗମ୍ଭୀର ଅଭିଯୋଗ । ଅଭିଯୋଗକୁ ଖଣ୍ଡନ କଲେ ଅନସାରୀ । ଅନସାରୀ ଓ କଂଗ୍ରେସକୁ ସ୍ପଷ୍ଟୀକରଣ ରଖିବା ପାଇଁ ଦାବି କରିଥିଲା ବିଜେପି । ଅଧିକ ପଢନ୍ତୁ

ପାକ ସମ୍ବାଦିକଙ୍କୁ ତଥ୍ୟ ଦେବା ଅଭିଯୋଗ, ଖଣ୍ଡନ କଲେ ଅନସାରୀ

author img

By

Published : Jul 14, 2022, 10:57 AM IST

ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କୁ ନେଇ ଜଣେ ପାକିସ୍ତାନୀ ସାମ୍ବାଦିକ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ପାକ ସାମ୍ବାଦିକ ଜଣଙ୍କ କହିଛନ୍ତି, ଯେ ତାଙ୍କୁ ତତ୍କାଳୀନ ସମୟର ଅନେକ ଗୋପନୀୟ ତଥ୍ୟ ପ୍ରଦାନ କରାଯାଇଥିଲା । ପାକିସ୍ତାନୀ ସାମ୍ବାଦିକଙ୍କ ଏପରି ଦାବି ପ୍ରଘଟ ହେବା ପରେ ଅନସାରୀଙ୍କ ଅଡୁଆ ବଢିଥିଲା । ବିଜେପି ଉଭୟ ଅନସାରୀ ଓ କଂଗ୍ରେସକୁ ସମାଲୋଚନା କରିବା ସହ ଘଟଣାରେ ସ୍ପଷ୍ଟୀକରଣ ରଖିବାକୁ ଦାବି କରିଥିଲା । ତେବେ ଅଭିଯୋଗ ନେଇ ମୁହଁ ଖୋଲିଛନ୍ତି ଅନସାରୀ । ତାଙ୍କ ବିରୋଧରେ ପାକିସ୍ତାନ ସାମ୍ବାଦିକ ଆଣିଥିବା ଅଭିଯୋଗ ମିଥ୍ୟା ଓ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।

  • Insinuations and innuendos by a spokesperson of the BJP against Sonia Gandhi, Congress President & Hamid Ansari, former Vice-President of India, are to be condemned in the strongest possible language: Jairam Ramesh, Congress General Secretary in-charge Communications

    (File pic) pic.twitter.com/WKhjNWVttq

    — ANI (@ANI) July 13, 2022 " class="align-text-top noRightClick twitterSection" data=" ">
  • Ex-VP & Congress leader Hamid Ansari issues a statement regarding Pak journalist Nusrat Mirza.

    "...falsehood unleashed on me in sec of media&by official spox of BJP...known fact that invitation to foreign dignitaries by VP of India is on advice of Govt generally through MEA..." pic.twitter.com/BMX1Ft50IF

ପ୍ରତିକ୍ରିୟାରେ ଅନସାରୀ କହିଛନ୍ତି, ଗଣମାଧ୍ୟମ ଓ ବିଜେପିର ଦଳୀୟ ପ୍ରବକ୍ତାଙ୍କ ମାଧ୍ୟମରେ ତାଙ୍କ ନାମରେ ଏହି ମିଥ୍ୟା ପ୍ରଚାର କରାଯାଉଛି । ଉପରାଷ୍ଟ୍ରପତିଙ୍କ ଦ୍ବାରା ଯେଉଁ କାର୍ଯ୍ୟକ୍ରମ ପାଇଁ ବିଦେଶର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯାଏ, ତାହା ମୁଖ୍ୟତଃ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୁପାରିଶ ଆଧାରରେ କରାଯାଇଥାଏ । ସେହି ଧାରାରେ, 2010 ମସିହା 11 ଡିସେମ୍ବରରେ ସେ ଆତଙ୍କବାଦ ଉପରେ ଏକ ଆଲୋଚନାଚକ୍ରର ଉଦଘାଟନ କରିଥିଲେ । କିନ୍ତୁ ଏପରି ଅଭିଯୋଗ ଆଣିଥିବା ପାକିସ୍ତାନର ଉକ୍ତ ସମ୍ବାଦିକଙ୍କୁ ସେ ନିମନ୍ତ୍ରଣ କରିନାହାନ୍ତି, କିମ୍ବା ତାଙ୍କ ସହ ସାକ୍ଷାତ ମଧ୍ୟ କରିନାହାନ୍ତି ବୋଲି ଅନସାରୀ କହିଛନ୍ତି ।

କ’ଣ ଅଭିଯୋଗ କରିଥିଲେ ପାକିସ୍ତାନ ସାମ୍ବାଦିକ:-

ପାକିସ୍ତାନ ସାମ୍ବାଦିକ ନୁସରତ ମିର୍ଜା କହିଥିଲେ, ସେ UPA ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ପାଞ୍ଚ ଥର ଭାରତ ଗସ୍ତ କରିଛନ୍ତି । ଏବଂ ଏଠାରୁ ସଂଗୃହିତ ସମ୍ବେଦନଶୀଳ ସୂଚନା ଓ ତଥ୍ୟ ତାଙ୍କ ଦେଶର ଗୁପ୍ତଚର ଏଜେନ୍ସି ISIକୁ ମଧ୍ୟ ପ୍ରଦାନ କରିଛନ୍ତି । ତେବେ ସେ ତତ୍କାଳୀନ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କୁୁ ମଧ୍ୟ ଭେଟିଥିଲେ ଓ ଅନସାରୀ ହିଁ ତାଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଥିବା ମଧ୍ୟ କହିଥିଲେ ସାମ୍ବାଦିକ ମିର୍ଜା ।

ପାକିସ୍ତାନ ପତ୍ରକାରଙ୍କ ଏପରି ଦାବି ସାମ୍ନାକୁ ଆସିବା ପରେ ଭାରତରେ ମଧ୍ୟ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି । ବିଜେପି ସିଧାସଳଖ ଏହି ଘଟଣାରେ ତତ୍କଳୀନ କଂଗ୍ରେସ ନେତୃତ୍ବାଧୀନ UPA ସରକାରଙ୍କୁ ଦାୟୀ କରିଛି । ଭାରତର ଲୋକମାନେ ଅନସାରୀଙ୍କୁ ସମ୍ମାନ ଦେଲେ, ହେଲେ ସେ ଦେଶକୁ ପ୍ରତାରଣା କରିଛନ୍ତି । କଂଗ୍ରେସ ଘଟଣା ନେଇ ସ୍ପଷ୍ଟୀକରଣ ରଖି ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଗୌରଭ ଭାଟିଆ ଦାବି କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.