ETV Bharat / bharat

Gyanvapi Row: ଶିବଲିଙ୍ଗ ପୂଜା କରିବାକୁ ମସଜିଦରେ ପଶିଲେ ହିନ୍ଦୁ ସନ୍ଥ, ପୋଲିସ ରୋକିବାରୁ ଧାରଣାରେ ବସିଲେ - ଜ୍ଞାନବ୍ୟାପୀ ମସଜିଦ ବାହାରେ ଧାରଣାରେ ବସିଲେ ସନ୍ଥ

ଜ୍ଞାନବ୍ୟାପୀ ମସଜିଦ ପରିସରରେ ପ୍ରବେଶ କରି ପୂଜାର୍ଚ୍ଚନା କରିବାକୁ ସନ୍ଥଙ୍କ ଉଦ୍ୟମ । ରୋକିଲା ପୋଲିସ । ପ୍ରବେଶ ଅନୁମତିରେ ଆମରଣ ଅନଶନରେ ବସିଲେ ସନ୍ଥ ଅଭିମୁକ୍ତେଶ୍ବରାନନ୍ଦ । ଅଧିକ ପଢନ୍ତୁ

Gyanvapi row: ଶିବଲିଙ୍ଗ ପୂଜା କରିବାରୁ ରୋକିବାରୁ ଧାରଣାରେ ବସିଲେ ହିନ୍ଦୁ ସନ୍ଥ
Gyanvapi row: ଶିବଲିଙ୍ଗ ପୂଜା କରିବାକୁ ମସଜିଦରେ ପଶିଲେ ହିନ୍ଦୁ ସନ୍ଥ, ପୋଲିସ ରୋକିବାରୁ ଧାରଣାରେ ବସିଲେ
author img

By

Published : Jun 4, 2022, 9:59 PM IST

Updated : Jun 4, 2022, 10:32 PM IST

ଲକ୍ଷ୍ନୌ: ବାରାଣାସୀର ବହୁଚର୍ଚ୍ଚିତ ଜ୍ଞାନବ୍ୟାପୀ ମସଜିଦ ବିବାଦ କୋର୍ଟରେ ବିଚାରାଧୀନ ଥିବା ବେଳେ ସେଠାରେ ମିଳିଥିବା ନେଇ କୁହଯାଉଥିବା ଶିବଲିଙ୍ଗକୁ ପୂଜା କରିବା ପାଇଁ ଉଦ୍ୟମ କରିଛନ୍ତି ଜଣେ ହିନ୍ଦୁ ସନ୍ଥ । ସନ୍ଥ ତଥା ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ଶିଷ୍ୟ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ଆଜି ପୂଜାର୍ଚ୍ଚନା କରିବା ପାଇଁ ମସଜିଦ ପରିସରରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ପୋଲିସ ତାଙ୍କୁ ପ୍ରବେଶରେ ବାଧା ଦେବା ଫଳରେ ସେ ସେହି ଠାର ହିଁ ଆମରଣ ଅନଶନରେ ବସିଥିଲେ ।

Gyanvapi row: ଶିବଲିଙ୍ଗ ପୂଜା କରିବାରୁ ରୋକିବାରୁ ଧାରଣାରେ ବସିଲେ ହିନ୍ଦୁ ସନ୍ଥ

ତେବେ ହିନ୍ଦୁ ପକ୍ଷ ସେଠାରେ ଶିବଲିଙ୍ଗ ଠାବ ହୋଇଥିବା ଦାବି କରିଆସୁଥିବା ବେଳେ ତାହା ଏବଂ ଓ୍ବାଟର ଫାଉଣ୍ଟଟେନ ବୋଲି କହୁଛି ମୁସଲିମ ପକ୍ଷ । ଗତ ଗୁରୁବାର ଏହି ସନ୍ଥଜଣଙ୍କ ତାଙ୍କ ଅନୁଗାମୀଙ୍କ ସହ ମସଜିଦରେ ପ୍ରେବଶ କରି ଶିବଲିଙ୍ଗରେ ଜଳାଭିଷେକ କରିବେ ବୋଲି ଘୋଷଣା କରିଥିଲେ । ଘୋଷଣା ପରେ ପୋଲିସ ସୁରକ୍ଷା ବ୍ୟବସ୍ଥା ବଢାଇ ଦେଇଥିଲା । ଆଜି ସନ୍ଥ ଅଭିମୁକ୍ତେଶ୍ବରାନନ୍ଦ ପ୍ରବେଶ କରିବାକୁ ଉଦ୍ୟମ କରିବା ବେଳେ ତାଙ୍କୁ ତୁରନ୍ତ ରୋକିଥିଲା ପୋଲିସ । ପୂଜାର୍ଚ୍ଚନା ଅନୁମତି ଦାବିରେ ସନ୍ଥ ଅଭିମୁକ୍ତେଶ୍ବରାନନ୍ଦ ଆମରଣ ଅନସନରେ ବସିଛନ୍ତି ।

ବାରାଣାସୀ କୋର୍ଟଙ୍କ ଦ୍ବାରା ନିର୍ଦ୍ଦେଶ ପର ଭିଡିଓଗ୍ରାଫି ସର୍ଭେ କରାଯାଇଥିଲା । ଭିଡିଓ ଗ୍ରାଫିରେ ସେଠାରେ ଏକ ବିଶାଳ ଶିବଲିଙ୍ଗ ଠାବ କରାଯାଇଥିବା ଦାବି କରିଥିଲା ହିନ୍ଦୁ ପକ୍ଷ । ଅନ୍ୟପଟେ ଏହା ଏକ ଶିବଲିଙ୍ଗ ନୁହେଁ ବଂର ମସଜିଦ ପରିସରରେ ଲାଗିଥିବା ଏକ ଓ୍ବାଟର ଫାଉଣ୍ଟେନ ବୋଲି ଦାବି କରୁଛି ଅପର ପକ୍ଷ । ଶିବଲିଙ୍ଗ ମିଳିବା ଚର୍ଚ୍ଚା ପରେ ଏବେ ସେଠାରେ ପୂଜାର୍ଚ୍ଚନା ପାଇଁ ହିନ୍ଦୁମାନଙ୍କୁ ଅନୁମତି ଦେବାକୁ ବିଭିନ୍ନ ମହଲରେ ଦାବି ଜୋର ଧରିବାରେ ଲାଗିଛି । ଏହାରି ମଧ୍ୟରେ ସନ୍ଥ ଅଭିମୁକ୍ତେଶ୍ବରାନନ୍ଦ ସେଠାରେ ପ୍ରବେଶ ଅନୁମତି ଦେବା ପାଇଁ ଧାରଣାରେ ବସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 4, 2022, 10:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.