ETV Bharat / bharat

Gyanvapi Case: ଆସନ୍ତା 26ରେ ପରବର୍ତ୍ତୀ ଶୁଣାଣି, ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଉଭୟ ପକ୍ଷଙ୍କୁ ଆଦେଶ - ଜ୍ଞାନବ୍ୟାପୀ ମସଜିଦ ବିବାଦ ଶୁଣାଣି ପ୍ରକ୍ରିୟା

ଚଳିତ ମାସ 26 ତାରିଖକୁ ଘୁଞ୍ଚିଲା ବହୁଚର୍ଚ୍ଚିତ ବାରଣାସୀ କାଶୀ ବିଶ୍ବନାଥ ମନ୍ଦିର ଓ ଜ୍ଞାନବ୍ୟାପୀ ମସଜିଦ ବିବାଦ ଶୁଣାଣି । ଅଧିକ ପଢନ୍ତୁ

Gyanvapi Case: 26 ରେ ପରବର୍ତ୍ତୀ ଶୁଣାଣି
Gyanvapi Case: 26 ରେ ପରବର୍ତ୍ତୀ ଶୁଣାଣି
author img

By

Published : May 24, 2022, 3:46 PM IST

ଲକ୍ଷ୍ନୌ: ପୁଣି ଘୁଞ୍ଚିଲା ବହୁଚର୍ଚ୍ଚିତ ବାରାଣାସୀ କାଶୀ ବିଶ୍ବନାଥ ମନ୍ଦିର ଓ ଜ୍ଞାନବ୍ୟାପୀ ମସଜିଦ ବିବାଦ ଶୁଣାଣି । ଆସନ୍ତା 26 ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବା ନେଇ ତାରିଖ ଧାର୍ଯ୍ୟ କରିଛନ୍ତି ବାରାଣାସୀ କୋର୍ଟ । ଭିଡିଓଗ୍ରାଫି ସର୍ଭେ ପରେ ଦାଖଲ ହୋଇଥିବା ରିପୋର୍ଟ ନେଇ କୌଣସି ଆପତ୍ତି ଥିଲେ ଉଭୟ ପକ୍ଷ ଆଗାମୀ 7 ଦିନ ମଧ୍ୟରେ ସେମାନଙ୍କର ଆପତ୍ତି ଦାଖଲ କରିପାରିବେ ବୋଲି ମଧ୍ୟ କୋର୍ଟ ସ୍ପଷ୍ଟ କରିଛନ୍ତି ।

  • ଶୁଣାଣିର ଦ୍ୱିତୀୟ ଦିନ
  • ମେ’ ୨୬ରେ ପରବର୍ତ୍ତୀ ଶୁଣାଣି
  • କମିଶନ ରିପୋର୍ଟ ଉପରେ ନିଜର ପକ୍ଷ ରଖିବାକୁ ହିନ୍ଦୁ ଓ ମୁସଲିମ ପକ୍ଷଙ୍କୁ ନିର୍ଦ୍ଦେଶ
  • ଏକ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଉଭୟ ପକ୍ଷଙ୍କୁ କୋର୍ଟଙ୍କ ଆଦେଶ

ଭିଡିଓଗ୍ରାଫି ସର୍ଭେକୁ ବିରୋଧ କରି ମୁସଲିମ ପକ୍ଷ ସର୍ବୋଚ୍ଚ କୋର୍ଟରେ ଆବେଦନ କରିଥିଲେ ସୁଦ୍ଧା ସୁପ୍ରିମକୋର୍ଟ ଏହାର ଶୁଣାଣି କରିବାକୁ ଅନିଚ୍ଛା ପ୍ରକାଶ କରିବା ସହ ତଳ କୋର୍ଟକୁ ନିର୍ଣ୍ଣୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶରେ ମସଜିଦ ପରିସରରେ 3 ଦିନିଆ ସର୍ଭେ ଶେଷ ହେବା ପରେ କୋର୍ଟ କମିଶନ କୋର୍ଟରେ ସର୍ଭେ ରିପୋର୍ଟ ଦାଖଲ କରିଛନ୍ତି ।

ଏହି ଭିଡିଓଗ୍ରାଫି ସମୟରେ ମସଜିଦ ପରିସରରେ ଏକ ଶିବଲିଙ୍ଗ ଠାବ କରାଯାଇଥିବା ହିନ୍ଦୁ ପକ୍ଷ ଦାବି ମଧ୍ୟ କରିଥିଲେ । ତେବେ ହିନ୍ଦୁ ପକ୍ଷର ଦାବିକୁ ମସଜିଦ ପରିଚାଳନା କମିଟି ଖଣ୍ଡନ କରିବା ସହ ତାହା ଏକ ଶିବଲିଙ୍ଗ ନୁହେଁ ବରଂ ଏକ ଓ୍ବାଟର ଫାଉନଣ୍ଟେନ ବୋଲି ମଧ୍ୟ କହିଛି । ମେ’ 16 ତାରିଖରେ ଶିବଲିଙ୍ଗ ମିଳିବା ନେଇ ଚର୍ଚ୍ଚା ହେବା ପରେ ସେହି ସ୍ଥାନକୁ ସିଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ବାରାଣାସୀ କୋର୍ଟ ।

ବାରଣାସୀ କୋର୍ଟଙ୍କ ଭିଡିଓଗ୍ରାଫି ସର୍ଭେ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ଅବୈଧ ଘୋଷଣା କରିବା ମୁସଲିମ ପକ୍ଷ ସର୍ବୋଚ୍ଚ କୋର୍ଟରେ ହାଜର ହୋଇଥିଲେ । ମୁସଲିମ ପକ୍ଷଙ୍କୁ ନମାଜ ପାଠରୁ ବଞ୍ଚିତ ନକରି ଉକ୍ତ ସ୍ଥାନର ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ସ୍ଥାନୀୟ ପ୍ରାଶସନକୁ ନିର୍ଦ୍ଦେଶ ଦଇଥିଲେ ସର୍ବୋଚ୍ଚ କୋର୍ଟ । ତେବେ ସର୍ବୋଚ୍ଚ କୋର୍ଟଙ୍କ ରାୟ ପରେ ତଳ କୋର୍ଟରେ ଏହି ମାମଲାର ଶୁଣାଣି କରିଥିଲେ । ଆସନ୍ତା 26 ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ବାରାଣାସୀ କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.