ETV Bharat / bharat

Gyanvapi case: ମଜଜିଦ୍‌ କମିଟିର ପକ୍ଷ ରଖୁଥିବା ଆଇନଜୀବୀଙ୍କ ଦେହାନ୍ତ - ଜ୍ଞାନବ୍ୟାପୀ ମସଜିଦ ବିବାଦ ମାମଲାଟ

ଜ୍ଞାନବ୍ୟାପୀ ମାମଲାରେ ମସଜିଦ କମିଟିର ପକ୍ଷ ରଖୁଥିବା ଆଇନଜୀବୀଙ୍କ ଦେହାନ୍ତ । 62 ବର୍ଷ ବୟସରେ ହୃଦଘାତରେ ପରଲୋକ । ଅଗଷ୍ଟ 3 ତାରିଖରେ ଥିଲା ମାମଲାର ପରବର୍ତ୍ତୀ ଶୁଣାଣି । ଅଧିକ ପଢନ୍ତୁ

Gyanvapi case: ମଜଜିଦ କମିଟିର ପକ୍ଷ ରଖୁଥିବା ଆଇନଜୀବୀଙ୍କ ଦେହାନ୍ତ

author img

By

Published : Aug 1, 2022, 1:49 PM IST

ଲକ୍ଷ୍ନୌ: ବହୁଚର୍ଚ୍ଚିତ କାଶୀ ବିଶ୍ବନାଥ ମନ୍ଦିର-ଜ୍ଞାନବ୍ୟାପୀ ମସଜିଦ ବିବାଦ ମାମଲାରେ ମୁସଲିମ ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ଅଭୟ ନାଥ ଯାଦବଙ୍କ ପରଲୋକ ହୋଇଯାଇଛି । ହୃଦଘାତରେ 62 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଅଭୟ ନାଥ ଯାଦବ ଜଣେ ବରିଷ୍ଠ ଆଇନଜୀବୀ ଭାବେ କ୍ଷ୍ୟାତି ମଧ୍ୟ ଅର୍ଜନ କରିଥିଲେ । ସେ ଏହି ବହୁଚର୍ଚ୍ଚିତ ମାମଲାରେ ଅଞ୍ଜୁମାନ ଇନ୍ତିଜାମିଆ କମିଟି ପକ୍ଷରୁ ମାମଲା ଲଢୁଥିଲେ ।

ଗତକାଲି ତାଙ୍କର ଦେହାନ୍ତ ହୋଇଥିବାବେଳେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ମସଜିଦ ମଧ୍ୟରେ ପ୍ରବେଶ କରି ପୂଜାର୍ଚ୍ଚନା କରିବାକୁ ଅନୁନତି ଦେବା ନେଇ ହିନ୍ଦୁ ପକ୍ଷ କରିଥିବା ମାମଲାର ଶୁଣାଣି ଅଗଷ୍ଟ 3 ତାରିଖ ଯାଏ ସ୍ଥଗିତ ରଖିଛନ୍ତି ଆହ୍ଲାବାଦ ହାଇକୋର୍ଟ । ତେବେ ଶୁଶାଣିକୁ ଆଉ ମାତ୍ର ଦୁଇ ଦିନ ବାକି ଥିବାବେଳେ ଗୋଟିଏ ପକ୍ଷ ଓକିଲଙ୍କ ଦେହାନ୍ତ ହେବା ଶୁଣାଣି ପ୍ରକ୍ରିୟାକୁ ମଧ୍ୟ ପ୍ରଭାବିତ କରିବାର ଆଶଙ୍କା ରହିଛି । ମୁସଲିମ ପକ୍ଷ ନୂତନ ଓକିଲ ନିଯୁକ୍ତ ନକରିବା ଯାଏ ଶୁଣାଣି ସ୍ଥଗିତ ରଖିବାକୁ କୋର୍ଟରେ ଆବେଦନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.