ETV Bharat / bharat

ଯୁବଗୋଷ୍ଠୀଙ୍କ ପାଇଁ ପ୍ରେରଣା, ୟୁଟ୍ୟୁବ ଭିଡିଓ ଦେଖି ବର୍ଷକୁ ୬୦ ଲକ୍ଷ ରୋଜଗାର କରୁଛନ୍ତି ଯୁବତୀ - ବର୍ଷକୁ ୬୦ ଲକ୍ଷ ଇନକମ

ୟୁଟୁବ ଭିଡିଓରୁ ଶିକ୍ଷା ଲାଭ କରି ବର୍ଷକୁ ୬୦ ଲକ୍ଷ ରୋଜଗାର କରି ଦେଖାଇଛନ୍ତି ଗୁଣୁଟୁର ଜଣେ ଯୁବତୀ । କ‘ଣ ରହିଛି ତାଙ୍କ ଇନକମ ପଛର ରହସ୍ୟ । ଅଧିକ ପଢ଼ନ୍ତୁ

କମାଲ କଲେ ରାଭୂରୀ ପୂଜିତା
କମାଲ କଲେ ରାଭୂରୀ ପୂଜିତା
author img

By

Published : Jan 9, 2023, 6:22 PM IST

ଅମରାବତୀ: ଭଲ ପଢ଼ିବା । ଭଲ କମ୍ପାନୀରେ ଚାକିରି କରିବା । ବର୍ଷକୁ ଲକ୍ଷଲକ୍ଷ ଟଙ୍କା ରୋଜଗାର କରିବା ସବୁ ଯୁବପିଢ଼ିଙ୍କ ସ୍ବପ୍ନ । ହେଲେ ସବୁ ଯୁବପିଢ଼ିଙ୍କ ସ୍ବପ୍ନ ଶାକାର ହୋଇପାରେ ନାହିଁ । ମାତ୍ର ୟୁଟ୍ୟୁବ୍‌ ଭିଡିଓରୁ ଶିକ୍ଷା ଲାଭ କରି ବର୍ଷକୁ ୬୦ ଲକ୍ଷ ରୋଜଗାର କରି ଦେଖାଇଛନ୍ତି ଗୁଣୁଟୁରର ରାଭୁରୀ ପୂଜିତା ।

ବର୍ତ୍ତମାନ ପୂଜିତା ଗୁଗୁଲରେ ଚାକିରି କରୁଛନ୍ତି । ବର୍ଷକୁ ୬୦ ଲକ୍ଷ ଟଙ୍କାର ଏକ ପ୍ୟାକେଜ୍ ସହିତ ଗୁଣ୍ଟୁରର ରାଭୁରୀ ପୂଜିତା ଯୁବପିଢ଼ିଙ୍କ ପାଇଁ ଆର୍ଦଶ ସାଜିଛନ୍ତି । ତେବେ ତାଙ୍କ ସଫଳତାର ରହସ୍ୟ କ’ଣ ? ତାଙ୍କ ସଫଳତା ସହିତ ଲକଡଉନ୍‌ର କ’ଣ ରହିଛି ସମ୍ପର୍କ ? ତେବେ ତାଙ୍କ ସଫଳତା ପଛର ରହସ୍ୟକୁ ନେଇ ପୂଜିତା ପ୍ରତିକ୍ରିୟା ରଖିଛନ୍ତି ।

ପୂଜିତା କହିଛନ୍ତି, "କୋରୋନା ମହାମାରୀ ଆରମ୍ଭ ହେବା ସମୟରେ ମୁଁ ବି.ଟେକ୍(B.Tech)ର ପ୍ରଥମ ବର୍ଷର ଛାତ୍ରୀ ଥିଲି। କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶ ତମାମ ଲକଡଉନ୍ ଘୋଷଣା କରାଯାଇଥିଲା । ସ୍କୁଲ୍‌ କଲେଜ୍‌ ବନ୍ଦ ହେବା କାରଣରୁ, ଅନ୍‌ଲାଇନ୍‌ରେ ପାଠ ପଢ଼ିବାକୁ ପଡ଼ିଥିଲା । ଅନଲାଇନରେ ଅଧ୍ୟାପକଙ୍କ ଦ୍ୱାରା ପଢ଼ାଯାଉଥିବା ପାଠକୁ ମୁଁ ଧ୍ୟାନର ସହ ଶୁଣୁଥିଲି । ମୁଁ ମୋର ଡାଉଟ୍‌ ଏବଂ ସମସ୍ୟା ସମ୍ପର୍କରେ ଅଧ୍ୟାପକ ତଥା ସିନିୟରଙ୍କୁ ଯଥାସମ୍ଭବ ପଚାରିଥିଲି । ଏହାସହ ମୁଁ ଅନ୍‌ଲାଇନ୍ ସର୍ଚ୍ଚ କରି ମଧ୍ୟ ପଢେ । ଅନ୍ୟପଟେ ମୋ ବାପା ଏକ ଘରୋଇ ବ୍ୟାଙ୍କ୍‌ରେ ଜଣେ ଅଧିକାରୀ ଏବଂ ମୋ ଭଉଣୀ ସପ୍ତମ ଶ୍ରେଣୀର ଛାତ୍ରୀ । ପଢ଼ିବା ପାଇଁ ମାର୍ଗଦର୍ଶନ କରିବାକୁ କେହି ନଥିଲେ । ମୁଁ ନିଜ ଚେଷ୍ଟାରେ ନିଜେ ପଢ଼ୁଥିଲି ଏବଂ ବୁଝୁଥିଲି । ''

ସେ ଆହୁରି ମଧ୍ୟ କହିଛନ୍ତି, "JEE ପ୍ରବେଶିକାରେ ସଫଳ ହେବାପରେ, ମୁଁ ଗୁଣ୍ଟୁରର କେ.ଏଲ୍ ବିଶ୍ୱବିଦ୍ୟାଳୟରେ B.Techରେ ନାମ ଲେଖାଇଲି । ପ୍ରଥମ ବର୍ଷର ସେମିଷ୍ଟାରରେ ଥିବାବେଳେ, କେ.ଏଲ୍ ବିଶ୍ୱବିଦ୍ୟାଳୟ ଏକ ପ୍ରୋବ୍ଲେମ୍‌ ସଲ୍‌ଭିଂ କୋର୍ସ ଆରମ୍ଭ କରିଥିଲା । ଏହିପରି ଭାବରେ ମୋର କୋଡିଂ ଯାତ୍ରା ଆରମ୍ଭ ହେଲା । ଦ୍ୱିତୀୟ ସେମିଷ୍ଟାର ପୁଣି ଲକଡାଉନ୍ ଲାଗୁ ହୋଇଥିଲା । ଅନଲାଇନ୍ କ୍ଲାସରେ କୌଣସି ସମସ୍ୟା ଥିଲେ, ମୁଁ ୟୁଟ୍ୟୁବ୍ ଭିଡିଓ ଦେଖିବା ସହ କୋଡିଂ ମାଷ୍ଟର କରିବା ଆରମ୍ଭ କଲି ।"

ସଫ୍ଟୱେର୍ କମ୍ପାନୀଗୁଡିକ କୋଡିଂ ବିଷୟରେ ଅନେକ ପ୍ରଶ୍ନ ପଚାରନ୍ତି, ତେଣୁ ଏହାକୁ ପରିଚାଳନା କରିବା ପାଇଁ ଅନେକ ୱେବସାଇଟ୍ ବ୍ୟବହୃତ ହୁଏ । ଚାକିରି କରିବା ପାଇଁ ଆବଶ୍ୟକ କୋଡିଂ, ଅନ୍ୟାନ୍ୟ ସମସ୍ୟା ଏବଂ କୌଶଳ ଶିଖିବା ପାଇଁ ପୂଜିତା ଖାଲି ସମୟର ବ୍ୟବହାର କରିଥିଲେ । ସେ ଅଧା ଦିନ ପାଇଁ ଅନଲାଇନ୍ କ୍ଲାସ୍ ଶୁଣନ୍ତି । Leatcode, CodeChef, Prepbytes, BinarySearch.com ଇତ୍ୟାଦି ସାଇଟଗୁଡିକ ସେ କୋଡିଂ ଅଧ୍ୟୟନ କରେ । ସମୟ ପରିଚାଳନା ଶିଖିଲେ ଏବଂ ଅନଲାଇନ୍ ମୂଲ୍ୟାଙ୍କନ ଏବଂ ସାକ୍ଷାତକାର ଅଭ୍ୟାସ କଲେ | ଏହାସହ ୟୁଟୁବ ଭିଡିଓରୁ ସାକ୍ଷାତକାରରେ ଶୈଳୀ, ଅନଲାଇନରେ ସିନିଅରମାନଙ୍କ ସହିତ ଯୋଗାଯୋଗ କରି ସେମାନଙ୍କ ଅନୁଭୂତି ବିଷୟରେ ଜାଣିବାକୁ ପାଇଥିଲେ । ଯାହା ଫଳରେ ଇଣ୍ଟରଭ୍ୟୁ ଜରିଆରେ ଗୁଗୁଲ୍, ଆଡୋବ୍ ଏବଂ ଆମାଜନ (Google, Adobe, and Amazon )କମ୍ପାନୀଗୁଡିକରେ ସଫଳତା ହାସଲ କରିଥିଲେ ।

ପୂଜିତା କହିଛନ୍ତି, "ଆମାଜନ ଏବଂ ଆଡୋବ କମ୍ପାନୀଗୁଡିକର ବାର୍ଷିକ ପ୍ୟାକେଜ 45 ଲକ୍ଷ ଟଙ୍କାର ଅଫର ଦେଇଥିବା ବେଳେ, ଗୁଗୁଲ 60 ଲକ୍ଷ ପ୍ୟାକେଜ ଅଫର କରିଥିଲା । ଆସନ୍ତା ସପ୍ତାହରୁ ମୋର ଇଣ୍ଟର୍ନସିପ୍ ଆରମ୍ଭ ହୋଇଥିବା ବେଳେ ,ମୋର ଲକ୍ଷ୍ୟ ହେଉଛି ଲୋକଙ୍କ ପାଇଁ ଏପରି କିଛି ଡିଜାଇନ୍ କରିବା ଯାହା ତାଙ୍କ ଦକ୍ଷତା ହାସଲ କରିବାରେ ଉପଯୋଗୀ ହେବ ।"

ବ୍ୟୁରେ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.