ETV Bharat / bharat

ପୁଣି ଅଶାନ୍ତ ମଣିପୁର: ଆତତାୟୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ, କମାଣ୍ଡୋ ଆହତ - ମଣିପୁର ହିଂସା

Manipur violence: କିଛି ଦିନ ପରେ ପୁଣି ମଣିପୁରରେ ହିଂସାକାଣ୍ଡ । କିଛି ବନ୍ଧୁକଧାରୀ ଅଜଣା ଆତତାୟୀ ପୋଲିସ କମାଣ୍ଡୋ ଗାଡି ଉପରକୁ ଆକ୍ରମଣ କରିଥିବା ସୂଚନା । ଜଣେ କମାଣ୍ଡୋ ଆହତ । ଅଧିକ ପଢନ୍ତୁ

ପୁଣି ଅଶାନ୍ତ ମଣିପୁର
ପୁଣି ଅଶାନ୍ତ ମଣିପୁର
author img

By ETV Bharat Odisha Team

Published : Dec 31, 2023, 12:54 PM IST

ଇମ୍ଫାଲ: କିଛି ଦିନର ନୀରବତା ପରେ ପୁଣି ମଣିପୁରରେ ଶୁଭିଲା ଗୁଳି ଶବ୍ଦ । ମଣିପୁରର ସୀମାବର୍ତ୍ତୀ ଜିଲ୍ଲା ତେଙ୍ଗନୋଉପଲର ମୋରେହ ସହରରେ ଗୁଳିକାଣ୍ଡ ଘଟିଛି । ଶନିବାର ଦିନ ବନ୍ଧୁକଧାରୀ ଆତତାୟୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିକାଣ୍ଡ ହୋଇଛି । ଏହି ଆକ୍ରମଣରେ ଜଣେ ପୋଲିସ କମାଣ୍ଡୋ ଆହତ ହୋଇଥିବା ନେଇ ପୋଲିସ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ମୋରେହଠାରେ ପୋଲିସ କମାଣ୍ଡୋ ଗାଡି ଯାଉଥିବା ବେଳେ ସମୟରେ ଅଜଣା ବନ୍ଧୁକଧାରୀ ପକ୍ଷରୁ ଗାଡି ଉପରକୁ ଗୁଳିମାଡ କରାଯାଇଥିଲା । ଯେଉଁଥିରେ ଜଣେ କମାଣ୍ଡୋ ଆହତ ହୋଇଛନ୍ତି । ଅନ୍ୟପଟେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମଧ୍ୟ ଏହି ଘଟଣାକୁ ସ୍ପଷ୍ଟ କରାଯାଇଛି । କୁହାଯାଇଛି, "ଇମ୍ଫାଲ- ମୋରେହ ରାଜରାସ୍ତାରେ ଚାହନୌ ଗାଁ ନିକଟରେ ଏହି ଆକ୍ରମଣ କରାଯାଇଥିଲା । ଜଣେ କମାଣ୍ଡୋଙ୍କ ଦେହରେ ବୋମା ବାଜିବା ଯୋଗୁଁ ଆହତ ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ..ମନେ ରହିବ ‘ମଣିପୁର’, ସ୍ତବ୍ଦ ହୋଇଯାଇଥିଲା ସମଗ୍ର ଦେଶ

ଆହତ କମାଣ୍ଡୋଙ୍କୁ ଉଦ୍ଧାର କରାଯାଇ ଆସାମ ରାଇଫଲ ଶିବିରକୁ ନିଆଯାଇଥିଲା । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ଆହତ କମାଣ୍ଡୋ ପୋଖାଲୁଙ୍ଗର ଫାଇବ ଆଇଆରବି ଅଫିସର ଅଟନ୍ତି । ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, "ତେଙ୍ଗନୋଉପଲ ଜିଲ୍ଲାରେ ଚେକିଂ ସମୟରେ ଏହି ଆକ୍ରମଣ ହୋଇଥିଲା । କିଛି ବନ୍ଧୁକଧାରୀ ସୁରକ୍ଷାକର୍ମୀଙ୍କ ଗାଡି ଉପରକୁ ଗୁଳିମାଡ କରିବା ସହ ବୋମାବର୍ଷଣ କରିଥିଲେ । 2ଟି ବୋମା ମାଡ ହେବା ସହ ପାଖାପାଖି 350ରୁ 400 ଗୁଳିମାଡ ହୋଇଥିବା ଜଣାପଡିଛି ।'' ସୂତ୍ର ଅନୁଯାୟୀ, ଏବେ ମଧ୍ୟ ମଣିପୁରର ବିଭିନ୍ନ ସ୍ଥାନରେ ଗୁଳିମାଡ କରାଯାଉଛି । ନ୍ୟୁ ମୋରେହର ପ୍ରବେଶ ପଥ ଓ ଏମ ଚାହନୌ ଗାଁ ନିକଟରେ ଆଖିବୁଜା ଗୁଳିମାଡ କରାଯାଉଥିବା ସୂଚନା ରହିଛି । ଗତ 2 ଦିନ ତଳେ ମୋରେହଠାରେ 2ଟି ଘରକୁ ନିଆଁରେ ପୋଡି ଦିଆଯାଇଥିଲା ।

ଏହାମଧ୍ୟ ପଢନ୍ତୁ... କ୍ରମଶଃ ଶାନ୍ତ ହେଉଛି ମଣିପୁର ସ୍ଥିତି: ମୁଖ୍ୟମନ୍ତ୍ରୀ ବିରେନ ସିଂ

ଅନ୍ୟପଟେ ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଆହୁରf କଡାକଡି କରାଯାଇଛି । ସେହି ଅଞ୍ଚଳରେ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବା ସହ ସର୍ଚ୍ଚ ଅପରେସନ କଡାକଡି କରାଯାଇଛି । ତେବେ 2023 ମେ' ମାସରୁ ଆରମ୍ଭ ହୋଇଥିବା ମଣିପୁର ହିଂସା ଥମିବାର ନାଁ ଧରୁନି । କଡା ସୁରକ୍ଷା ବଳୟ ମଧ୍ୟରେ ବି ଆକ୍ରମଣ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.