ETV Bharat / bharat

ନାଇଜେରିଆରେ ବନ୍ଧୁକଧାରୀଙ୍କ ଆତଙ୍କ; 88 ମୃତ, ବହୁ ଆହତ - ବନ୍ଧୁକଧାରୀଙ୍କ ଆତଙ୍କ

ନାଇଜେରିଆର ଉତ୍ତର-ପଶ୍ଚିମ ରାଜ୍ୟ କେବିରେ ବନ୍ଧୁକଧାରୀଙ୍କ ବଡ ଧରଣର ଆକ୍ରମଣ । ଏଥିରେ 88 ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା । ଅଧିକ ପଢନ୍ତୁ...

ନାଇଜେରିଆରେ 88 ଜଣଙ୍କୁ ହତ୍ୟା କଲା ଗନମ୍ୟାନ
ନାଇଜେରିଆରେ 88 ଜଣଙ୍କୁ ହତ୍ୟା କଲା ଗନମ୍ୟାନ
author img

By

Published : Jun 6, 2021, 12:14 PM IST

ଆବୁଜା: ନାଇଜେରିଆରେ ବନ୍ଧୁକଧାରୀଙ୍କ ଆତଙ୍କ । ଦେଶର ଉତ୍ତର-ପଶ୍ଚିମ ରାଜ୍ୟ କେବିଠାରେ ବଡ ଧରଣର ଆକ୍ରମଣ କରିଛନ୍ତି ବନ୍ଧୁକଧାରୀ । ଦୁର୍ବୃତ୍ତଙ୍କ ଗୁଳିରେ 88 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ । ଶନିବାର ଏନେଇ ପୋଲିସ ଅଧିକାରୀ ସୁନିଶ୍ଚିତ କରିଛନ୍ତି ।

ଏହି ବନ୍ଧୁକଧାରୀମାନେ ଗୁରୁବାର ଡାଙ୍କୋ-ୱାସାଗୁ ଅନ୍ତର୍ଗତ ସରକାରୀ ଅଞ୍ଚଳରେ ବସବାସ କରୁଥିବା 8ଟି ଭିନ୍ନ ଭିନ୍ନ ସମ୍ପ୍ରଦାୟ ଉପରେ ଆକ୍ରମଣ କରିଛନ୍ତି । ପ୍ରଦେଶ ପୋଲିସ ମୁଖପାତ୍ର ନାଫିଉ ଆବୁବାକର ରାଜ୍ୟ ରାଜଧାନୀ ବିର୍ନିନ କେବିରେ ଗଣାମଧ୍ୟମକୁ ଜଣାଇଛନ୍ତି ।

ବନ୍ଧୁକଧାରୀଙ୍କ ଗୁଳିମାଡରେ ପ୍ରାଣ ହାରଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ପ୍ରଥମେ 66 ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା ଏବଂ ପରେ ଆଉ 22 ଟି ମୃତଦେହ ଉଦ୍ଧାର କରାଯାଇଛି । ପୁନର୍ବାର ଆକ୍ରମଣକୁ ରୋକିବା ପାଇଁ ସେହି ଅଞ୍ଚଳରେ ସୁରକ୍ଷାକର୍ମୀ ମୁତୟନ ହୋଇଥିବା ଆବୁବାକର କହିଛନ୍ତି । ସୂଚନାଥାଉ କି, ଗତ ଏପ୍ରିଲ ମାସରେ କେବିଠାରେ ବନ୍ଧୁକଧାରୀଙ୍କ ଆକ୍ରମଣରେ ଜାବବ ଦେବାକୁ ଯାଇ 9 ଜଣ ପୋଲିସ କର୍ମଚାରୀ ଏବଂ ସାଧାରଣ ନାଗରିକ ପ୍ରତିରକ୍ଷା ଗୋଷ୍ଠୀର ଦୁଇ ଜଣ ପ୍ରାଣ ହରାଇଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.