ଜୟପୁର: ଗେହଲଟ ସରକାରଙ୍କ ମନ୍ତ୍ରୀମଣ୍ଡଳର ବିସ୍ତାର ସସପେନ୍ସ ମଧ୍ୟରେ ସରଗରମ ହୋଇଉଛି ରାଜସ୍ଥାନ ରାଜନୀତି । ନିକଟରେ ଅଧା ନଈରେ ବୁଡୁ ବୁଡୁ ବଞ୍ଚିଥିବା ଗେହଲଟ ସରକାରଙ୍କୁ ନେଇ ବଡ ବୟାନ ଦେଇଛନ୍ତି ରାଜ୍ୟର ବିରୋଧି ଦଳ ନେତା ଗୁଲାବଚନ୍ଦ କଟାରିୟା । ଯେଉଁ ଦିନ ରାଜସ୍ଥାନ କ୍ୟାବିନେଟ ବିସ୍ତାର ହେବ ସେହି ଦିନ ଗେହଲଟ ସରକାର ଭାଙ୍ଗିଯିବ ବୋଲି କହିଛନ୍ତି କଟାରିୟା ।
ରାଜସ୍ଥାନରେ ବିଜେପିର ବରିଷ୍ଠ ନେତା ତଥା ବିଧାନସଭାରେ ବିରୋଧୀ ଦଳର ନେତା ଗୁଲାବଚନ୍ଦ କାଟାରିୟା ନିଜ ବୟାନରେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କ୍ୟାବିନେଟକୁ ବିସ୍ତାର କରୁନାହାଁନ୍ତି କାରଣ ସେ କ୍ୟାବିନେଟରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରି ପାରିବେ ନାହିଁ। ତେବେ ଯେଉଁଦିନ କ୍ୟାବିନେଟ ବିସ୍ତାର ହେବ ସେହି ଦିନ ଗେହଲଟ ସରକାର ଭାଙ୍ଗିଯିବ ବୋଲି କହିଛନ୍ତି କଟାରିୟା ।
କଟାରିୟା କହିଛନ୍ତି ଯେ କ୍ୟାବିନେଟ ସମ୍ପ୍ରସାରଣକୁ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଜେପିର ଓ ପାଇଲଟ୍ କ୍ୟାମ୍ପର ନେତାମାନଙ୍କୁ ଟାର୍ଗେଟ କରୁଛନ୍ତି। ରାଜସ୍ଥାନର ଅଶୋକ ଗେହଲୋଟ ସରକାର 6 ମାସ ମଧ୍ୟରେ ଭାଙ୍ଗିଯିବ ଏବଂ ଯେତେବେଳେ ଏହା ଘଟିବ, ସେତେବେଳେ ବିଜେପି ନିଜର ଗୋଟିଚାଳନା କରିବ ବୋଲି ସେ କହିଛନ୍ତି ।
ନିକଟରେ କଂଗ୍ରେସର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କଂଗ୍ରେସରୁ ନାରାଜ ହୋଇ ନିଜ ସମର୍ଥିତ ବିଧାୟକଙ୍କ ସହ ଦିଲ୍ଲୀ ପଳାଇଯିବା ପରେ ଅସ୍ଥିର ହୋଇପଡିଥିଲା । ପରେ ପାଇଲଟ କଂଗ୍ରେସକୁ ଫେରିବା ପରେ ନିଜ ଆସନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ।