ETV Bharat / bharat

ଭାଇ ହାତରେ ଚମକିବ ଡାଇମଣ୍ଡ ଇକୋ ଫ୍ରେଣ୍ଡଲି ରାକ୍ଷୀ - ଡାଇମଣ୍ଡ ଇକୋ ଫ୍ରେଣ୍ଡଲି ରାକ୍ଷୀ

ଭାଇ ଭଉଣୀଙ୍କ ସମ୍ପର୍କକୁ ଯୋଡ଼ିବ ଡାଇମଣ୍ଡ ଇକୋ ଫ୍ରେଣ୍ଡଲି ରାକ୍ଷୀ । ଯାହାକୁ ତିଆରି କରିଛନ୍ତି ଗୁଜୁରାଟର ଜଣେ ନାମିଦାମୀ ବ୍ୟବସାୟୀ । ଅଧିକ ପଢ଼ନ୍ତୁ

ଭାଇ ହାତରେ ଚମକିବ ଡାଇମଣ୍ଡ ଇକୋ ଫ୍ରେଣ୍ଡଲି ରାକ୍ଷୀ

author img

By

Published : Aug 3, 2022, 11:20 AM IST

ଗାନ୍ଧୀନଗର: ଆସୁଛି ପବିତ୍ର ରାକ୍ଷୀ ପୂର୍ଣ୍ଣମୀ । ଭଉଣୀ ଭାଇର ପବିତ୍ର ବନ୍ଧନକୁ ବାନ୍ଧି ରଖିବ ରେଶମୀ ସୂତା । ଚଳିତ ମାସ ୧୧ ତାରିଖରେ ଭଉଣୀଟିଏ ଭାଇ ହାତରେ ରାକ୍ଷୀ ବାନ୍ଧି ତାର ଶୁଭ ମନାସିବା ସହ ନିଜର ସୁରକ୍ଷା ପାଇଁ ଭାଇ ପାଖରେ ଦାବି ରଖିବ । ସୂତା ଖିଅଟିଏ ହାତରେ ବାନ୍ଧିବା ପରେ ଭାଇ ଭଉଣୀଙ୍କ ଭିତରେ ଥିବା ସେ ଅନାବିଳ ସ୍ନେହ ମମତା ଆହୁରି ଦୃଢ଼ ହୋଇଯିବ । ଏହି ଅବସରରେ କିଛିଦିନ ଆଗରୁ ବଜାରରେ ରାକ୍ଷୀ ଦୋକାନର ପସରା ମେଲିଯାଏ ।

ଭାଇ ହାତରେ ଚମକିବ ଡାଇମଣ୍ଡ ଇକୋ ଫ୍ରେଣ୍ଡଲି ରାକ୍ଷୀ
ଭାଇ ହାତରେ ଚମକିବ ଡାଇମଣ୍ଡ ଇକୋ ଫ୍ରେଣ୍ଡଲି ରାକ୍ଷୀ

ଫ୍ୟାନ୍ସି ରାକ୍ଷୀଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ରାକ୍ଷୀ ଆଖିକୁ ବେଶ ଆକର୍ଷିତ କରିଥାଏ । ମାତ୍ର ଚଳିତ ଥର ଗୁଜୁରାଟର ହୀରା ବ୍ୟବସାୟୀ ରଜନୀକାନ୍ତ ଚାନ୍ଦ ତିଆରି କରିଛନ୍ତି ସୁନା ଓ ହୀରା ମିଶ୍ରଣ ରାକ୍ଷୀ । ଯାହା ସମ୍ପୂର୍ଣ୍ଣ ଭାବେ ଇକୋ ଫ୍ରେଣ୍ଡଲି ରାକ୍ଷୀ । ତେବେ ଏହି ଡାଇମଣ୍ଡ ଇକୋ ଫ୍ରେଣ୍ଡଲି ରାକ୍ଷୀର ମୂଲ୍ୟ ୩ ହଜାରରୁ ଆରମ୍ଭ ହୋଇ ୮ ହଜାର ଟଙ୍କା ଯାଏଁ ରହିଛି ।

ଏ ସମ୍ପର୍କରେ ହୀରା ବ୍ୟବସାୟୀ ରଜନୀକାନ୍ତ କହିଛନ୍ତି ଯେ ଏହି ଇକୋ ଫ୍ରେଣ୍ଡଲି ରାକ୍ଷୀ ପର୍ଯ୍ୟାପ୍ତ ପରିମାଣରେ ତିଆରି ହୋଇଛି । ଏହା ଗୁଜୁରାଟର ସୁରଟ ସହରରେ ବିକ୍ରି ହେଉଛି । ଏହାସହ ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନରେ ଥିବା ପୋଷ୍ଟାଲ ବିଭାଗରେ ଏହାକୁ ଦୂର ସ୍ଥାନକୁ ପଠାଇବା ପାଇଁ ଏକ ସ୍ବତନ୍ତ୍ର ଲଫାପା ତିଆରି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.