ETV Bharat / bharat

Gujarat: 5 ବର୍ଷର ଛାତ୍ରଙ୍କୁ ମାଡ଼ ମାରି ଶିକ୍ଷୟିତ୍ରୀ ନିଲମ୍ବିତ - ଶିକ୍ଷୟିତ୍ରୀ ନିଲମ୍ବିତ

ଗୁଜୁରାଟର 5 ବର୍ଷର ନିରୀହ ଛାତ୍ରକୁ ମାଡ଼ ମାରି ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ । ଜାଣନ୍ତୁ ପୁରା ଘଟଣା

Gujarat
Gujarat
author img

By

Published : Aug 20, 2023, 5:11 PM IST

ଗାନ୍ଧୀନଗର: ଗୁଜୁରାଟ ଅହମ୍ମଦାବାଦ ବିଦ୍ୟାଳୟରେ 5 ବର୍ଷର ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବନ ହେଲେ ଶିକ୍ଷୟିତ୍ରୀ । ମାଡ଼ ମାରିବା ପରେ କୁନି ଛାତ୍ରର ଗୋଡ଼ ଫୁଲିଯିବା ସହ ସେ ଅସୁସ୍ଥ ହୋଇ ପଡ଼ିଥିଲା । ଏହାପରେ ଛାତ୍ରର ଅଭିଭାବକ ଚନ୍ଦ୍ଲୋଦିଆ ସ୍ଥିତ ଶକ୍ତି ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି । ଛୋଟ ଛୋଟ ପିଲାଙ୍କୁ ଏପରି ଦଣ୍ଡ ନଦେବାକୁ ସ୍କୁଲ କର୍ତ୍ତୃପକ୍ଷ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଭିଯୁକ୍ତ ଶିକ୍ଷୟିତ୍ରୀ କଳ୍ପନା ବେନ ପଟେଲ ବୋଲି ଜଣା ପଡ଼ିଛି । ଶିକ୍ଷୟିତ୍ରୀଙ୍କଠୁ ଦଣ୍ଡିତ ହୋଇଥିବା କୁନି ଛାତ୍ରର ନାମ ଦର୍ଶନ ମଖୱାନା ହୋଇଥିବା ବେଳେ ସେ କେଜି-2 କ୍ଲାସରେ ପାଠ ପଢୁଛି । ମାଡ଼ ଖାଇବା ପରେ ଦର୍ଶନର ଗୋଡ଼ ଫୁଲି ଯାଇଥିଲା । ଏହାପରେ ସେ ଅସୁସ୍ଥ ହୋଇ ପଡ଼ିଥିଲା । ତେବେ ଦର୍ଶନ ସ୍କୁଲରୁ ଘରକୁ ଫେରିବା ପରେ ମାଡ଼ ଖାଇଥିବାର ଚିହ୍ନ ଦେଖିବାକୁ ମିଳିଥିଲା । ଦର୍ଶନଠୁ ଘଟଣା ସମ୍ପର୍କରେ ଜାଣିବା ପରେ ସେ ସ୍କୁଲ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଏହା ବି ପଢନ୍ତୁ- ଶିକ୍ଷୟିତ୍ରୀଙ୍କୁ ବିଞ୍ଚୁଥିଲେ ଛାତ୍ରଛାତ୍ରୀ, ଭିଡିଓ ଭାଇରାଲ ପରେ ଦୁଇ ନିଲମ୍ବିତ

ଏ ନେଇ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ଦର୍ଶନଙ୍କ ପିତା ଭାଇଲାଲ ମଖୱାନା କହିଛନ୍ତି, "ଦର୍ଶନ ଗୋଡ଼ରେ ଚିହ୍ନ ଦେଖିବା ପରେ ଆମେ ଘଟଣା ସମ୍ପର୍କରେ ଜାଣିବାକୁ ଉଦ୍ୟମ କରିଥିଲୁ । ଶିକ୍ଷୟିତ୍ରୀଙ୍କଠାରୁ ମାଡ଼ ଖାଇଥିବା ଆମେ ଜାଣିବାକୁ ପାଇଲୁ । ଏହାପରେ ଆମେ ସ୍କୁଲକୁ ଆସି ଟ୍ରଷ୍ଟି ନିକଟରେ ଅଭିଯୋଗ କରିଥିଲୁ ।" ଖାଲି ସେତିକି ନୁହେଁ ଦର୍ଶନଙ୍କ ପିତାଙ୍କ କହିବା ମୁତାବକ ଗତ 1 ମାସ ଧରି ଉକ୍ତ ଶିକ୍ଷୟିତ୍ରୀ ଜଣକ ଦର୍ଶନକୁ ମାଡ଼ ମାରି ଆସୁଛନ୍ତି । ପୂର୍ବରୁ ଦର୍ଶନର ମୁଣ୍ଡରେ ଓ ନାକରେ ଆଘାତ ଲାଗିଥିଲା ବୋଲି ସେ କହିଛନ୍ତି ।

ସେପଟେ ଶକ୍ତି ବିଦ୍ୟାଳୟର ଟ୍ରଷ୍ଟି ମାନିକଲାଲ ପଟେଲ କହିଛନ୍ତି, "ଜଣେ ଛାତ୍ରର ପିତା ଶିକ୍ଷୟିତ୍ରୀ କଳ୍ପନା ବେନ୍‌ ପଟେଲଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଏହି ଘଟଣା ଗମ୍ଭୀର ଥିବାରୁ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହାସହିତ ଛାତ୍ରଛାତ୍ରୀଙ୍କୁ ଏପରି କଠୋର ଦଣ୍ଡ ନଦେବାକୁ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବାରଣ କରାଯାଇଛି ।" ଏହାସହିତ ଅଭିଭାବକ ମହଲରେ ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.