ETV Bharat / bharat

Gujarat polls: ବିଜେପି କୋର କମିଟି ବୈଠକ ଡାକିଲେ ଶାହ - ଅମିତ ଶାହ

ଗୁଜୁରାଟ ବିଧାନସଭା ନିର୍ବାଚନ (Gujarat polls) ପୂର୍ବରୁ ବିଜେପି କୋର କମିଟି ବୈଠକ ଡାକିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅପରାହ୍ନରେ ଦିଲ୍ଲୀରେ ବୈଠକ (Amit Shah to chair BJP core committee meeting)। ଅଧିକ ପଢନ୍ତୁ

Gujarat polls: ବିଜେପି କୋର କମିଟି ବୈଠକ ଡାକିଲେ ଶାହ

author img

By

Published : Nov 8, 2022, 6:43 PM IST

ନୂଆଦିଲ୍ଲୀ: ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଦଳର କୋର କମିଟି ବୈଠକ ଡାକିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଜି ଅପରାହ୍ନରେ ଏହି ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିଜେ ଅଧ୍ୟକ୍ଷତା କରି ଦଳର ନିର୍ବାଚନୀ ରଣନୀତି ସମୀକ୍ଷା କରିବା ସହ କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ବ ବଣ୍ଟନ କରିବାର ସୂଚନା ରହିଛି । ଏଥିପାଇଁ ଗୁଜୁରାଟ ବିଜେପିର କୋର କମିଟି ସଦସ୍ୟଙ୍କ ସମେତ ଅନ୍ୟ କିଛି ବରିଷ୍ଠ କାର୍ଯ୍ୟକର୍ତ୍ତା ଦିଲ୍ଲୀ ଗସ୍ତ କରିଛନ୍ତି (Amit Shah to chair BJP core committee meeting)।

ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲର ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି । ସେଠାରେ ଦଳର ବରିଷ୍ଠ କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା ମଧ୍ୟ କରିବେ । ସୋମବାର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ରାଜ୍ୟ ବିଜେପି ଅଧ୍ୟକ୍ଷ ସି.ଆର ପାଟିଲ, ଅମିତ ଶାହଙ୍କ ବାସଭବନର ବିଳମ୍ବିତ ରାତି ପର୍ଯ୍ୟନ୍ତ ମାନସମନ୍ଥନ କରିଥିଲେ । ଆଜି ଗୁଜୁରାଟ ବିଜେପିର କୋର କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।

ଅନ୍ୟପଟେ, ଦଳ ବୁଧବାର ତାର କେନ୍ଦ୍ରୀୟ ନିର୍ବାଚନ କିମିଟି ବୈଠକ ମଧ୍ୟ ଆହୁତ କରିବାକୁ ଯାଉଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ପ୍ରଦେଶ ବିଜେପି ସଭାପତି ସି.ଆର ପାଟିଲ ଓ ନିର୍ବାଚନ କମିଟିର ଅନ୍ୟ ସଦସ୍ୟମାନେ ମଧ୍ୟ ସାମିଲ ରହିବେ ।

ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗୃହରାଜ୍ୟ ଗୁଜୁରାଟରେ ଡିସେମ୍ବର ୧ ଓ ୫ ତାରିଖରେ ୨ଟି ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ମୋଟ ୧୮୨ ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୮୯ଟି ଆସନରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ୯୩ଟି ଆସନରେ ମତଦାନ ହେବ । ରାଜ୍ୟରେ ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ସରକାରରେ ରହିଛି । କଂଗ୍ରେସ ଓ ବିଜେପି ମଧ୍ୟରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳି ଆସୁଥିବା ବେଳେ ଚଳିତ ଥର ନିର୍ବାଚନ ମୈଦାନକୁ ଏଣ୍ଟ୍ରି ମାରିଛି ଅରବିନ୍ଦ କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆମ ଆଦମୀ ପାର୍ଟି । ତେବେ ଚଳିତ ଥର ତ୍ରିମୁଖୀ ଲଢେଇ ଦେଖିବାକୁ ମିଳୁଥିବାରୁ ଭୋଟ ସମୀକରଣରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.