ETV Bharat / bharat

ଡିଜେଲ ଭରିବାକୁ ଯାଇ ଜାଲିଆତିର ପର୍ଦ୍ଦାଫାଶ କଲେ ମନ୍ତ୍ରୀ, ସିଲ ହେଲା ପେଟ୍ରୋଲପମ୍ପ - ଡିଜେଲ ଭରିବାକୁ ଯାଇ ଜାଲିଆତିର ପର୍ଦ୍ଦାଫାସ କଲେ ମନ୍ତ୍ରୀ

ପେଟ୍ରୋଲ-ଡିଜେଲର ଦର ଦାମ ବୃଦ୍ଧିକୁ ନେଇ ସାଧାରଣ ଲୋକ ଚିନ୍ତାରେ ଥିବାବେଳେ ଉପରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଜାଲିଆତି ଲୋକଙ୍କ ଆହୁରି ଚିନ୍ତା ବଢାଇ ଦେଇଛି । ଯାହାର ଶିକାର ଖୋଦ ଗୁଜୁରାଟ ସରକାରର ମନ୍ତ୍ରୀ ମୁକେଶ ପଟେଲ ହେବାପରେ ରାତାରାତି ପେଟ୍ରୋଲ ପମ୍ପକୁ ସିଲ କରିଦିଆଯାଇଛି । ଅଧିକ ପଢନ୍ତୁ...

ଡିଜେଲ ଭରିବାକୁ ଯାଇ ଜାଲିଆତିର ପର୍ଦ୍ଦାଫାସ କଲେ ମନ୍ତ୍ରୀ, ସିଲ ହେଲା ପେଟ୍ରୋଲପମ୍ପ

author img

By

Published : Nov 9, 2021, 11:06 AM IST

Updated : Nov 9, 2021, 11:59 AM IST

ଗାନ୍ଧୀନଗର: ପେଟ୍ରୋଲ-ଡିଜେଲର ଦର ଦାମ ବୃଦ୍ଧିକୁ ନେଇ ସାଧାରଣ ଲୋକ ଚିନ୍ତାରେ ଥିବାବେଳେ ଉପରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଜାଲିଆତି ଲୋକଙ୍କ ଆହୁରି ଚିନ୍ତା ବଢାଇ ଦେଇଛି । ଯାହାର ଶିକାର ଖୋଦ ଗୁଜୁରାଟ ସରକାରର ମନ୍ତ୍ରୀ ମୁକେଶ ପଟେଲ ହୋଇଛନ୍ତି । କିନ୍ତୁ ଏହା ପରେ ମନ୍ତ୍ରୀ କଲେକ୍ଟରଙ୍କୁ ଫୋନ ଲଗାଇ ରାତାରାତି ପେଟ୍ରୋଲ ପମ୍ପକୁ ସିଲ କରିଛନ୍ତି । ସୂଚନାମୁତାବକ, ସୁରଟ ସହର ଜାହାଙ୍ଗିରପୁର ଅଞ୍ଚଳରେ ଥିବା ନାୟରା କମ୍ପାନୀର ପେଟ୍ରୋଲ ପମ୍ପକୁ ରବିବାର ରାତିରେ ଗୁଜୁରାଟ ସରକାରର ପେଟ୍ରୋକେମିକାଲ୍ ଏବଂ ଶକ୍ତି ମନ୍ତ୍ରୀ ମୁକେଶ ପଟେଲ ଏକ ସାଧାରଣ ଲୋକ ପରି ନିଜ କାରରେ ତେଲ ପକାଇବାକୁ ଯାଇଥିଲେ । ସେ ସେଠାରେ ୪ ହଜାର ଟଙ୍କାର ଡିଜେଲ ପକାଇଥିଲେ । ହେଲେ ପମ୍ପର ମିଟରରେ କିଛି ଠିକରେ ଦେଖାଯାଉନଥିଲା । ଏହାକୁ ନେଇ ମନ୍ତ୍ରୀ କର୍ମଚାରୀମାନଙ୍କୁ ପ୍ରଶ୍ନ କରିଥିଲେ, ହେଲେ ସେମାନେ କିଛି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ।

କିନ୍ତୁ କୌତୁହଳପୂର୍ଣ୍ଣ କଥା ହେଉଛି ପେଟ୍ରୋଲ ପମ୍ପର କର୍ମଚାରୀମାନେ ଜାଣି ବି ପାରିନଥିଲେ କି ସେମାନେ ଯାହା ସହ କଥା ହେଉଛନ୍ତି, ସେ କୌଣସି ସାଧାରଣ ଲୋକ ନୁହେଁ ବରଂ ଖୋଦ ପେଟ୍ରୋକେମିକାଲ ମନ୍ତ୍ରୀ ଥିଲେ ବୋଲି । ମନ୍ତ୍ରୀ ଏହି କଥା ସୁରଟର ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଆଉ ଏହାପରେ ଏକ ଟିମ ପେଟ୍ରୋଲ ପମ୍ପରେ ପହଞ୍ଚି ଯାଞ୍ଚ କରିବା ପରେ ରାତାରାତି ପେଟ୍ରୋଲ ପମ୍ପକୁ ସିଲ କରିଥିଲେ ।

ତେବେ ଯାଞ୍ଚ ପରେ ପେଟ୍ରୋଲ ପମ୍ପର 12 ନୌଜଲ ମଧ୍ୟରୁ 6ଟି ନୋଜଲକୁ ସିଲ କରି ଦିଆଯାଇଥିଲା । ମନ୍ତ୍ରୀ ମୁକେଶ ପଟେଲ କହିଛନ୍ତି ଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ଏହା ପରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମଧ୍ୟ ଭାଟ୍ ହ୍ରାସ କରିଛନ୍ତି, କିନ୍ତୁ ପେଟ୍ରୋଲ ପମ୍ପରେ ଜାଲିଆତି ଯୋଗୁଁ ଲୋକମାନେ ଏହାର ଲାଭ ପାଉନାହାଁନ୍ତି। କିନ୍ତୁ ଏବେ ରାଜ୍ୟରେ ପେଟ୍ରୋଲ ପମ୍ପକୁ ଜୋରଦାର ଯାଞ୍ଚ କରାଯିବ । ଯଦି ଜାଲିଆତି ହେଉଥିବାର ପ୍ରମାଣ ମିଳିବ, ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Last Updated : Nov 9, 2021, 11:59 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.