ଗାନ୍ଧୀନଗର: ଜଣେ ବ୍ୟକ୍ତିର କେତେ ଜଣ ଭଉଣୀ ହୋଇପାରନ୍ତି । 2, 3 କିମ୍ବା 10 କିମ୍ବା 20 । ଶହେ ଜଣ ଭଉଣୀ ଥାଇପାରନ୍ତି । କିନ୍ତୁ ଆମେ ଆପଣଙ୍କୁ ଏମିତି ଜଣେ ଭାଇ କଥା କହିବୁ ଯାହାଙ୍କ ଭଉଣୀଙ୍କ ସଂଖ୍ୟା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ହଁ ଆଜ୍ଞା ଗୁଜୁରାଟର ଜଣେ ଯୁବକ ଅଛନ୍ତି ଯାହାଙ୍କ ଦେଢ ହଜାର ଉଭଣୀ ଅଛନ୍ତି । ଭଉଣୀଙ୍କ ସଂଖ୍ୟା ପାଖାପାଖି 1540 । ଭଉଣୀଙ୍କ ସଂଖ୍ୟା ଏତେଯେ ସେ ରାକ୍ଷୀ ବାନ୍ଧିବା ତାଙ୍କ ପାଇଁ ମୁସ୍କିଲ ହୋଇପଡେ । କିନ୍ତୁ ସେ ପ୍ରତ୍ୟେକ ଭଉଣୀ ହାତରୁ ରାକ୍ଷୀ ବାନ୍ଧନ୍ତି ।
ଆମେ କହୁଛୁ ସୁରଟର ଚିରାଗ ଦୋଶୀଙ୍କ କଥା । ଯିଏକି ପେସାରେ ଜଣେ ବିଲଡର। କିନ୍ତୁ ସେ ପ୍ରତ୍ୟେକ ଭଉଣୀକୁ ବହୁତ ସ୍ନେହ କରନ୍ତି । ଏପରିକି ଗୁଜୁରାଟ ଛଡା ବାହାର ରାଜ୍ୟରେ ମଧ୍ୟ ତାଙ୍କ ଉଭଣୀ ଥିବା କୁହନ୍ତି ଚିରାଗ । ଏନେଇ ଚିରାଗ କୁହନ୍ତି, ‘‘ କେତେ ଲୋକଙ୍କ ଭାଗ୍ୟରେ ଉଭଣୀ ନଥାଏ । ମୁଁ ବହୁତ ଭାଗ୍ୟବାନ ମୋର ଦେଢ ହଜାର ଭଉଣୀ ଅଛନ୍ତି ।’’ ଆଉ ଏହି ଭଉଣୀ ମାନଙ୍କ ଠାରୁ ତାଙ୍କୁ ଶକ୍ତି ମିଳେ ବୋଲି କୁହନ୍ତି ସେ । ଆଗକୁ ଭଉଣୀଙ୍କ ସଂଖ୍ୟା ଦେଢ ହଜାରରୁ 2100 କରିବାକୁ ଚାହୁଁଥିବା କହିଛନ୍ତି ଚିରାଗ । ରାକ୍ଷୀ ପୂର୍ଣ୍ଣିମାରେ ଏହି ଭଉଣୀ ମାନେ ରାକ୍ଷୀ ବାନ୍ଧି ଭାଇ ପ୍ରତି ଥିବା ଭଲପାଇବାକୁ ପ୍ରକାଶ କରନ୍ତି ।
ଏନେଇ ରଚନା ଦୋଲିଆ ନାମକ ଜଣେ ଯୁବତୀ କୁହନ୍ତି, ‘‘ ଦେଢ ହଜାର ଭଉଣୀଙ୍କ ମଧ୍ୟରୁ ମୁଁ ଜଣେ । ଚିରାଗ ଭାଇ ସବୁବେଳେ ଆମ ସହ ରହିଥାନ୍ତି । ଯେତେବେଳେ ବି କୌଣସି ସମସ୍ୟା ଆସେ ସେ ସବୁବେଳେ ପାହାଡ ପରି ଛିଡା ହୁଅନ୍ତି ଆଉ ସାହାସ ଦିଅନ୍ତି । ’’
ସତରେ ଆଜିକା ଦୁନିଆରେ ନାରୀ ପ୍ରତି ଅତ୍ୟାଚାର ବଢୁଥିବା ବେଳେ ଚିରାଗଙ୍କ ପରି ଜଣେ ଯୁବକ ସମାଜ ପାଇଁ ଉଦାହରଣ ।