ETV Bharat / bharat

ଗୁଜୁରାଟ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ଲଜ୍ଜାଜନକ ପରାଜୟ, ଇସ୍ତଫା ଦେଲେ PCC ଅଧ୍ୟକ୍ଷ

ଗୁଜୁରାଟ ପଞ୍ଚାୟତ ନିର୍ବାଚନରେ ମଧ୍ୟ କଂଗ୍ରେସକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡିଛି । ଏହି ଲଜ୍ଜାଜନକ ପରାଜୟ ପରେ ଇସ୍ତଫା ଦେଇଛନ୍ତି ଗୁଜୁରାଟ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅମିତ ଚାୱଡା । ଅଧିକ ପଢନ୍ତୁ...

author img

By

Published : Mar 2, 2021, 9:17 PM IST

ଗୁଜୁରାଟ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ଲଜ୍ଜାଜନକ ପରାଜୟ, ଇସ୍ତଫା ଦେଲେ PCC ଅଧ୍ୟକ୍ଷ
ଗୁଜୁରାଟ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ଲଜ୍ଜାଜନକ ପରାଜୟ, ଇସ୍ତଫା ଦେଲେ PCC ଅଧ୍ୟକ୍ଷ

ଗାନ୍ଧୀନଗର : ପୌର ପରିଷଦ ନିର୍ବାଚନ ପରେ ଏବେ ଗୁଜୁରାଟ ପଞ୍ଚାୟତ ନିର୍ବାଚନରେ ମଧ୍ୟ କଂଗ୍ରେସକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡିଛି । ଏହି ଲଜ୍ଜାଜନକ ପରାଜୟ ପରେ ଇସ୍ତଫା ଦେଇଛନ୍ତି ଗୁଜୁରାଟ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅମିତ ଚାୱଡା ।

ଗୁଜୁରାଟ କଂଗ୍ରେସ ଅଧ୍ୟକ୍ଷ ଅମିତ ଚାୱଡା ପରାଜୟର ଦୋଷ ଇଭିଏମ ଉପରେ ଲଦି ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ପାଖକୁ ପଠାଇଛନ୍ତି ଇସ୍ତଫା ପତ୍ର । ସେପଟେ କଂଗ୍ରେସ ବିଧାୟକଦଳର ନେତା ପରେଶ ଧନାନୀ ମଧ୍ୟ ଇସ୍ତଫା ଦେଇଛନ୍ତି ।

ଗୁଜୁରାଟରେ ମହାନଗରନିଗମ ପରେ ଗ୍ରାମ ପଞ୍ଚାୟତ ନିର୍ବାଚନ ହୋଇଥିଲା । ଏଥିରେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ଶୋଚନୀୟ ରହିଛି । ରାଜ୍ୟର ଅଧିକାଂଶ ଜିଲ୍ଲା ପଞ୍ଚାୟତରେ କଂଗ୍ରେସର ପରାଜୟ ହୋଇଛି । 2015ରେ କଂଗ୍ରେସର ପ୍ରଦର୍ଶନ ଭଲ ଥିଲା ।

ଅପରାହ୍ନ 4ଟା ସୁଦ୍ଧା ଆସିଥିବା ଫଳାଫଳ ଅନୁଯାୟୀ, 4774ଟି ଜିଲ୍ଲାପରିଷଦ ମଧ୍ୟରୁ 3514ଟିରେ ଫଳାଫଳ ସାମ୍ନାକୁ ଆସିଛି । ଏଥିରୁ ବିଜେପି 2720ଟି ଆସନରେ ବିଜୟ ହାସଲ କରିଥିବାବେଳେ କଂଗ୍ରେସ 994 ଆସନ ହାତେଇବାରେ ସକ୍ଷମ ହୋଇଛି ।

ସେହିପରି 980 ଜିଲ୍ଲାପଞ୍ଚାୟତ ମଧ୍ୟରୁ 749ଟି ଆସନରେ ଫଳାଫଳ ସାମ୍ନାକୁ ଆସିଛି । ଏଥିରେ 651ଟି ଆସନରେ ବିଜେପି ବିଜୟୀ ହୋଇଥିବା ବେଳେ କଂଗ୍ରେସ ମାତ୍ର 137 ଆସନ ନିଜ କବଜା କରିଛି । ସେପଟେ ନଗରପାଳିକାରେ ଏବେ ସୁଦ୍ଧା ବିଜେପି 1762ଟି ଆସନରେ କରିଛି କ୍ଲିନସ୍ବିପ । କଂଗ୍ରେସକୁ ମାତ୍ର 320 ଆସନରେ ସନ୍ତୁଷ୍ଟ ହେବାକୁପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.