ETV Bharat / bharat

Morbi Bridge Collapsed: ମୃତକଙ୍କ ପରିବାରକୁ ୧୦ଲକ୍ଷ ସହାୟତା ନିର୍ଦ୍ଦେଶ

ମୋର୍ବି ଝୁଲୋପୋଲ ଦୁର୍ଘଟଣା ମାମଲାରେ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ବଳବତ୍ତର ରଖିବାକୁ ଗୁଜୁରାଟ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

author img

By

Published : Feb 22, 2023, 5:08 PM IST

ମୋର୍ବି ଦୁର୍ଘଟଣା ନେଇ ଗୁଜୁରାଟ ହାଇକୋର୍ଟଙ୍କ ରାୟ
Gujarat Hc hearing on Morbi Bridge Collapsed

ଗାନ୍ଧୀନଗର: ମୋର୍ବି ଝୁଲୋପୋଲ ଦୁର୍ଘଟଣାର ରାୟ ଶୁଣାଣି କରିଛନ୍ତି ଗୁଜୁରାଟ ହାଇକୋର୍ଟ । ମାମଲାର ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶନାମା ବଳବତ୍ତର ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରାଯାଇଛି । ପ୍ରତ୍ୟେକ ମୃତକଙ୍କ ପରିବାରକୁ ଓରେଭା କମ୍ପାନୀ ପକ୍ଷରୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଆହତଙ୍କୁ ୨ ଲକ୍ଷ ଲେଖାଏଁ ଦିଆଯିବ । ଗତବର୍ଷ ଅକ୍ଟୋବର ୩୦ ଗୁଜୁରାଟ ମୋର୍ବି ସ୍ଥିତ ମଚ୍ଛୁ ନଦୀରେ ଝୁଲାପୋଲ ଭୁଶୁଡି ୧୩୫ ଜଣଙ୍କ ମୃତ୍ୟୁ ହୋଇଥିଲା ।

ପ୍ରକାଶ ଥାଉକି, ନିକଟରେ ମୋର୍ବି ଝୁଲୋପୋଲ ଅଘଟଣର ତଦନ୍ତ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଥିଲା । ଝୁଲାପୋଲର ୪୯ କେବୁଲରୁ ୨୨ଟି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ପୂର୍ବରୁ ଛିଡ଼ିଥିବା ପୁରୁଣା ତାର ସହ ନୂଆ ତାରକୁ ୱେଲ୍ଡିଂ କରିବା ଯୋଗୁଁ ଝୁଲାପୋଲଟି ଛିଡ଼ି ଯାଇଥିବା ସ୍ପେଶାଲ ଇନଭେଷ୍ଟିକେସନ ଟିମର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଥିଲା ।

ଗୁଜୁରାଟ ସରକାରଙ୍କ ଦ୍ବାରା ନିଯୁକ୍ତ ପାଞ୍ଚ ଜଣିଆ ସଦସ୍ୟ ବିଶିଷ୍ଟ ଏସଆଇଟି ଦ୍ବାରା ଦାଖଲ କରାଯାଇଥିବା ରିପୋର୍ଟରେ କୁହାଯାଇଛି, କେବୁଲର ପ୍ରାୟ ଅର୍ଦ୍ଧେକ ତାର କଳଙ୍କ ଲାଗି ନଷ୍ଟ ହୋଇଛି । ଗତ ବର୍ଷ ଅକ୍ଟୋବର ୩୦ରେ ଅଘଟଣ ଘଟିବା ପୂର୍ବରୁ ଝୁଲାପୋଲର ୪୯ଟି କେବୁଲ ମଧ୍ୟରୁ ୨୨ଟି ତାର ପୂର୍ବରୁ ଭାଙ୍ଗି ଯାଇଥାଇପାରେ । ଅବଶିଷ୍ଟ ୨୭ଟି ଦୁର୍ଘଟଣା ସମୟରେ ଭଙ୍ଗିଗଲା । ପୋଲର ମରାମତି, ଦେଖାରଖା ଓ ପରିଚାଳନାରେ କେତେକ ତ୍ରୁଟିଥିବା ଏସଆଇଟି ରିପୋର୍ଟରେ ଦର୍ଶାଯାଇଛି । ନଷ୍ଟ ହୋଇଯାଇଥିବା ପୁରୁଣା କେବୁଲ ସହ ନୂଆ କେବୁଲକୁ ୱେଲ୍ଡିଂ କରାଯାଇଛି ।

୧୮୮୭ ମସିହାରେ ମଚ୍ଛୁ ନଦୀରେ ତିଆରେ ହୋଇଥିବା ଦୁଇଟି ମୁଖ୍ୟ କେବୁଲ ଥିଲା । ସେଥିରୁ ଗୋଟିଏ କେବୁଲରେ କଳଙ୍କି ଲାଗିଯାଇଥିଲା । ଗୋଟିଏ କେବୁଲରୁ ୭ଟି ଷ୍ଟିଲ ତାରରେ ତିଆରି କରାଯାଇଥିଲା । ଅଘଟଣ ସମୟରେ ଝୁଲାପୋଲର ମୁଖ୍ୟ କେବୁଲ ଭାଙ୍ଗିଗଲା । ବ୍ରିଜଟି ଆଲୁନିୟମ ପ୍ୟାନେଲ ଦ୍ବାରା ନିର୍ମିତ ହୋଇଥିଲା । ଯାହା ଦ୍ବାରା ବ୍ରିଜର ଓଜନ ଅଧିକ ରହିଥିଲା । ଅଘଟଣ ସମୟରେ ପ୍ରାୟ ୫୦୦ ଲୋକ ଚଢ଼ିଥିଲେ । ଅଧିକ ଓଜନ ହେବାଯୋଗୁଁ ପୋଲଟି ଭୁଶୁଡ଼ି ପଡ଼ିଥିଲା । ଦୀର୍ଘଦିନ ଧରି ଲୋକଙ୍କ ଯାତାୟତ ପାଇଁ ମୋର୍ବିର ଉକ୍ତ ଝୁଲାପୋଲ ଗତବର୍ଷ ମାର୍ଚ୍ଚ ୨୦୨୨ରୁ ବନ୍ଦ ରହିଥିଲା ।

୭ ମାସ ପରେ ଓରେଭା ନାମକ ଘରୋଇ କମ୍ପାନୀକୁ ପୋଲର ନବୀକରଣ ଓ ମରାମତି ଦାୟିତ୍ବ ଦିଆଯାଇଥିଲା । ଏହାପରେ ଅକ୍ଟୋବର ୨୬ ତାରିଖ ଦିନ ଉକ୍ତ ପୋଲକୁ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିଲା । ବ୍ରିଜ ଖୋଲିବା ପୂର୍ବରୁ ସଠିକ ଭାବେ ଏହାର ଯାଞ୍ଚ କରାଯାଇନଥିଲା । ଯାହା ଫଳରେ ଏହା ଭାଙ୍ଗିଯାଇଥାଏ ବୋଲି ଏସଆଇଟି ରିପୋର୍ଟରେ ଦର୍ଶାଯାଇଛି । ପୋଲର ମରାମତି ପରେ ମ୍ୟୁନିସିପାଲଟି ପକ୍ଷରୁ ଏହାକୁ ଫିଟନେସ ବା ଯାତାୟତ ଯୋଗ୍ୟ ପ୍ରମାଣପତ୍ର ମଧ୍ୟ ଦିଆଯାଇନଥିବା ମୋର୍ବି ମ୍ୟୁନିସିପାଲଟି ମୁଖ୍ୟ ଅଧିକାରୀ ଅଭିଯୋଗ କରିଥିଲେ । ଅକ୍ଟୋବର ୩୦ ତାରିଖ ମୋର୍ବି ଝୁଲାପୋଲ ଅଘଟଣ ସାରା ଦେଶକୁ ଦୋହଲାଇ ଦେଇଥିଲା । ଗୁଜୁରାଟ ମୋର୍ବି ସ୍ଥିତ ମଚ୍ଛୁ ନଦୀ ଉପରେ ନିର୍ମିତ ଶତାବ୍ଦୀ ପୁରୁଣା ଝୁଲାପୋଲ ଛିଡ଼ିଯାଇଥିଲା । ମାତ୍ରାଧିକ ଭିଡ଼ ଯୋଗୁଁ ପୋଲଟି ଭୁଶୁଡ଼ି ପଡିବା କାରଣରୁ ଶତାଧିକ ଲୋକେ ନଦୀଗର୍ଭକୁ ଖସି ପଡ଼ିଥିଲେ । ଏହି ଘଟଣାରେ ୧୩୫ ଲୋକଙ୍କ ଜୀବନ ଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.