ETV Bharat / bharat

Bhagavad Gita in School Syllabus: ସ୍କୁଲରେ ଭାଗବତ ଗୀତା ପଢିବେ ଛାତ୍ରଛାତ୍ରୀ - ସ୍କୁଲରେ ଭାଗବତ ଗୀତା ପଢିବେ ପିଲା

ଗୁଜୁରାଟ ସରକାରଙ୍କ ବଡ ଘୋଷଣା । ସ୍କୁଲରେ ଶ୍ରୀମଦ୍ ଭାଗବତ ଗୀତା ପଢିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

Bhagavad Gita in school syllabus: ସ୍କୁଲରେ ଭାଗବତ ଗୀତା ପଢିବେ ପିଲା

author img

By

Published : Mar 18, 2022, 8:48 AM IST

ଗାନ୍ଧୀନଗର: ସ୍କୁଲରେ ଭାଗବତ ଗୀତା ପଢିବେ ଛାତ୍ରଛାତ୍ରୀ । ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ପାଠ୍ୟକ୍ରମରେ ଶ୍ରୀମଦ୍ ଭାଗବତ ଗୀତାକୁ ସାମିଲ କରାଯିବ(Bhagavad Gita in school syllabus) । ଗୁରୁବାର ଗୁଜୁରାଟ ସରକାରଙ୍କ ନୂଆ ଶିକ୍ଷାନୀତିରେ ଏହି ଘୋଷଣା କରାଯାଇଛି । ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଗୀତାର ସିଦ୍ଧାନ୍ତ ଏବଂ ମୂଲ୍ୟ ସମ୍ପର୍କରେ ଶିକ୍ଷାଦାନ କରାଯିବ ।

ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଦ୍ବାରା ଜାରି ଏକ ସର୍କୁଲାରରେ କୁହାଯାଇଛି ଯେ, ଏହି ବିଚାର ଆମ ପରମ୍ପରା ପ୍ରତି ଗର୍ବ ଏବଂ ସଂଯୋଗ ଭାବନା ସୃଷ୍ଟି କରିବ । ସ୍କୁଲ ଛାତ୍ରଛାତ୍ରୀ ଯେପରି ଗୀତା ଜ୍ଞାନ ଏବଂ ଏହାର ମୂଲ୍ୟବୋଧ ସମ୍ପର୍କରେ ଜାଣିପାରିବେ ଏଥିପାଇଁ ଗୀତା ଉପରେ ବକ୍ତୃତା ପ୍ରତିଯୋଗିତା, ଶ୍ଲୋକ ଗାନ ଏବଂ ସାହିତ୍ୟର ଆୟୋଜନ କରାଯିବ । କିଛି ମାସ ପରେ ଗୁଜୁରାଟ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ଗୁରୁଜାଟ ସରକାର ସ୍କୁଲରେ ଭାଗବତ ଗୀତା ପଢାଇବାକୁ ଘୋଷଣା କରିଛନ୍ତି । ଏନେଇ ଗୁଜୁରାଟ ଶିକ୍ଷାମନ୍ତ୍ରୀ ଜିତୁ ବାଘନି(Jitu Vaghani) କହିଛନ୍ତି, ଶ୍ରୀମଦ ଭାଗବତ ଗୀତାର ମୂଲ୍ୟବୋଧ, ସିଦ୍ଧାନ୍ତ ଏବଂ ମହତ୍ତ୍ବକୁ ସବୁ ଧର୍ମର ଲୋକେ ଗ୍ରହଣ କରନ୍ତି । ଷଷ୍ଠ ଶ୍ରେଣୀରେ ଭାଗବତ ଗୀତା ଏପରି ଭାବେ ପଢାଯିବ ଯଦ୍ବାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାପ୍ରତି ଆଗ୍ରହ ସୃଷ୍ଟି କରିବ ।

ଗୁଜୁରାଟ ସରକାରଙ୍କ ଏହି ନିଷ୍ପତ୍ତିକୁ ଉଭୟ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ସ୍ବାଗତ କରିଛନ୍ତି । ଗୁଜୁରାଟ କଂଗ୍ରେସ ମୁଖପାତ୍ର କହିଛନ୍ତି, ସ୍କୁଲ ପାଠ୍ୟକ୍ରମରେ ଭାଗବତ ଗୀତା ଅନ୍ତର୍ଭୁକ୍ତ କରିବାର ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ । କିନ୍ତୁ ଗୁଜୁରାଟ ସରକାର ମଧ୍ୟ ଏଥିରୁ ନିଜେ ଶିକ୍ଷାଲାଭ କରିବା ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.