ETV Bharat / bharat

ବିଜେପି କାର୍ଯ୍ୟାଳୟରେ ବିଜୟ ରୂପାଣୀ

author img

By

Published : Sep 12, 2021, 3:12 PM IST

ଗୁଜୁରାଟ ରାଜନୀତି ହୋଇଯାଇଛି ଅଶାନ୍ତ । କାରଣ ମୁଖ୍ୟମନ୍ତ୍ରୀ ପଦରୁ ହଠାତ ଇସ୍ତଫା ଦେଇଛନ୍ତି ବିଜୟ ରୂପାଣୀ । ନୂତନ ମୁଖ୍ୟମନ୍ତ୍ରୀ ଚୟନ ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ବିଜୟଙ୍କ ସହିତ ଅନେକ ବିଧାୟକ । ଅଧିକ ପଢନ୍ତୁ...

BJP legislature party meet: କାର୍ଯ୍ୟାଳୟରେ ପହଞ୍ଚିଲେ ବିଜୟ ରୂପାଣି

ଗାନ୍ଧୀନଗର: ଗୁଜୁରାଟର ଗାନ୍ଧୀନଗରରେ ଥିବା ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଲେ ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ । ମୁଖ୍ୟମନ୍ତ୍ରୀ ରୂପାଣି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନୂତନ ମୁଖ୍ୟମନ୍ତ୍ରୀ ଚୟନ ପାଇଁ କାର୍ଯ୍ୟାଳୟରେ ବୈଠକ ବସିବାକୁ ଯାଉଛି । ଏହି ବୈଠକ ପରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ସୂଚନା ମିଳିବ ବୋଲି ଜଣାପଡିଛି ।

ଗତକାଲି(ଶନିବାର) ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ, ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଓ ଗୁଜୁରାଟ ବିଜେପି ମୁଖ୍ୟ ସି ଆର ପାଟିଲ ପ୍ରମୁଖ ଆଲୋଚନା କରିଥିଲେ । ଦଳର ସମସ୍ତ ବିଧାୟକଙ୍କୁ ଦଳୀୟ କାର୍ଯ୍ୟାଳୟରେ ଉପସ୍ଥିତ ହେବା ଲାଗି ମଧ୍ୟ ଦଳ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା । ଆଜି (ରବିବାର) ସମସ୍ତେ ଦଳୀୟ କାର୍ଯ୍ୟାଳୟ ପହଞ୍ଚିଥିବା ବେଳେ ଗୁଜୁରାଟର ନୂତନ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ନାମ ଆସିପାରେ ବୋଲି ଅନୁମାନ କରାଯାଉଛି ।

ଏହା ବି ପଢନ୍ତୁ: ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କ ଇସ୍ତଫା

ତେବେ ସୂଚନା ଥାଉ କି ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ପଦରୁ ହଠାତ ଇସ୍ତଫା ଦେଇଥିଲେ ରୂପାଣୀ । ନିଜକୁ ମିଳିଥିବା ଦାୟିତ୍ବ ପାଇଁ ସେ ଦଳକୁ ଧନ୍ୟବାଦ ଦେଇଥିବାବେଳେ ଏହା ଦଳୀୟ ନିଷ୍ପତ୍ତି ବୋଲି କହିଥିଲେ ରୂପାଣି । ସେହିପରି ମୁଖ୍ୟମନ୍ତ୍ରୀ ଯିଏ ବି ହୁଅନ୍ତୁ ନା କାହିଁକି ଗୁଜୁରାଟର ବିକାଶ ଯାତ୍ରାରେ କୌଣସି ବାଧା ନ ଆସିବା ତାଙ୍କ ଦଳର ପ୍ରାଥମିକତା ବୋଲି ମଧ୍ୟ ରୂପାଣୀ ମତ ରଖିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.