ETV Bharat / bharat

ଶ୍ବଶୁର ଘରେ ନାହିଁ ଶୌଚାଳୟ, ସ୍ବାମୀକୁ ଛାଡ଼ପତ୍ର ଦେଲା ସ୍ତ୍ରୀ

author img

By

Published : Oct 21, 2021, 8:13 PM IST

ଶ୍ବଶୁର ଘରେ ଶୌଚାଳୟ ନଥିବାରୁ ମହିଳା ସ୍ବାମୀଙ୍କୁ ଦେଇଛନ୍ତି ଛାଡପତ୍ର । ଘଟଣାଟି ଗୁଜୁରାଟର ଗାନ୍ଧୀନଗର ଅଞ୍ଚଳରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଶ୍ବଶୁର ଘରେ ନାହିଁ ଶୌଚାଳୟ, ସ୍ବାମୀକୁ ଛାଡ଼ପତ୍ର ଦେଲା ସ୍ତ୍ରୀ
ଶ୍ବଶୁର ଘରେ ନାହିଁ ଶୌଚାଳୟ, ସ୍ବାମୀକୁ ଛାଡ଼ପତ୍ର ଦେଲା ସ୍ତ୍ରୀ

ଗାନ୍ଧୀନଗର: ଶୌଚାଳୟ ଭାଙ୍ଗିଲା ସ୍ବାମୀ ସ୍ତ୍ରୀ ସମ୍ପର୍କ । ଶ୍ବଶୁର ଘରେ ଶୌଚାଳୟ ନଥିବାରୁ ଶେଷରେ ସ୍ବାମୀକୁ ଛାଡ଼ପତ୍ର ଦେଇଛି ସ୍ତ୍ରୀ । ଗୁଜୁରାଟର ଗାନ୍ଧୀନଗର ଘଟିଛି ଏଭଳି କିଛି ଘଟଣା । ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାବେଳେ ଶ୍ବଶୁର ଘରେ ଶୌଚାଳୟ ନିର୍ମାଣ କରୁନଥିବାରୁ ମହିଳା ଜଣକ ସ୍ବାମୀକୁ ଛାଡପତ୍ର ଦେଇଥିବା ଜଣାପଡ଼ିଛି ।

ମହିଳା ଜଣକ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବାବେଳେ ସେ ଜଣେ ବ୍ୟୁଟିସିଆନ ଭାବେ କାର୍ଯ୍ୟ କରିଥାନ୍ତି । ସେ ମାସକୁ ପ୍ରାୟ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି । ସେପଟେ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ରୋଜଗାର କରନ୍ତି । ତେବେ ଦମ୍ପତିଙ୍କ ମଧ୍ୟରେ ଶୌଚାଳୟ ନିର୍ମାଣକୁ ନେଇ ଅନେକ ସମୟରେ କଳହ ମଧ୍ୟ ହୋଇଥାଏ । କିନ୍ତୁ ଶ୍ବଶୁର ଘର ଶୌଚାଳୟ ନିର୍ମାଣ ନ କରିବାରୁ ସେ ଅତିଷ୍ଠ ହୋଇ ଶେଷରେ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିବା ଜଣାପଡ଼ିଛି ।

ତେବେ ମହିଳା ଜଣକ ବିବାହ ପୂର୍ବରୁ ସ୍ବାମୀଙ୍କୁ ଶୌଚାଳୟ ନିର୍ମାଣ କରିବା ପାଇଁ କହିଥିବାବେଳେ ତାଙ୍କ ସ୍ବାମୀ ରାଜି ମଧ୍ୟ ହୋଇଥିଲେ । କିନ୍ତୁ ବିବାହ ପରେ ଶୌଚାଳୟ ନିର୍ମାଣ ନ କରିବାରୁ ସେ ଏପରି ପଦକ୍ଷେପ ନେଇଛନ୍ତି । ନିଜ ଘରେ ଶୌଚାଳୟ ନଥିବାରୁ ସେ ବାହାରକୁ ଶୌଚାଳୟ ପାଇଁ ବାଧ୍ୟ ହୋଇ ଯାଉଥିବା କହିଛନ୍ତି । ଏଥିଲାଗି ଅନେକ ସମୟରେ ତାଙ୍କର ସ୍ବାସ୍ଥ୍ୟ ଖରାପ ହୋଇଥାଏ ବୋଲି ଜଣାପଡ଼ିଛି । ଏହି ମାମଲାଟି ଗାନ୍ଧୀନଗର କୋର୍ଟରେ ଗତ ୩ ବର୍ଷ ଧରି ଚାଲିଥିବା ବେଳେ ଶେଷରେ କୋର୍ଟ ମହିଳାଙ୍କୁ ଛାଡପତ୍ର ପାଇଁ ଅନୁମତି ଦେଇଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.