ETV Bharat / bharat

ଅହମ୍ମଦାବାଦର ନଦୀ-ହ୍ରଦ ଜଳରେ କୋରୋନା ଭୂତାଣୁ

author img

By

Published : Jun 18, 2021, 12:12 PM IST

ଅହମ୍ମଦାବାଦରେ ପ୍ରବାହିତ ସାବରମତୀ ନଦୀ, କକରିଆ ଏବଂ ଚାନ୍ଦୋଳା ହ୍ରଦ ଜଳରେ ଦେଖାଗଲା କୋରୋନା ଭାଇରସ । ଅଧିକ ପଢନ୍ତୁ...

େ

ଗାନ୍ଧୀନଗର: ନଦୀ ଜଳରେ କୋରୋନା ଭୂତାଣୁ । ଅହମ୍ମଦାବାଦରେ ପ୍ରବାହିତ ସାବରମତୀ ନଦୀ, କକରିଆ ଏବଂ ଚାନ୍ଦୋଳା ହ୍ରଦ ଜଳରେ କୋରୋନା ଭାଇରସ ଦେଖିବାକୁ ମିଳିଛି । ଗାନ୍ଧୀନଗର IIT ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ।

ନଦୀ ଜଳରେ କୋରୋନା ଭାଇରସର ଉପସ୍ଥିତି ନେଇ ଗାନ୍ଧୀନଗର IIT ସମେତ ଅନ୍ୟ 8ଟି ଅନୁଷ୍ଠାନ ଦ୍ବାରା ଏକ ଅନୁସନ୍ଧାନ କରାଯାଇଥିଲା । IITର ଭୂବିଜ୍ଞାନ ବିଭାଗର ମନୀଷ କୁମାର ଏହି ରିସର୍ଚ୍ଚ କରିଥିଲେ । ଗତ ସେପ୍ଟମ୍ବରରୁ ଡିସେମ୍ବର ମାସ ମଧ୍ୟରେ ସେହିସବୁ ନଦୀ ଓ ହ୍ରଦ ଜଳର ନମୁନା ସଂଗ୍ରହ କରାଯାଇଥିଲା । ଯେଉଁଥିରେ କୋରୋନା ଭାଇରସର ଉପସ୍ଥିତି ସମ୍ପର୍କରେ ସ୍ପଷ୍ଟ ହୋଇଛି । ଏହି ଅନୁସନ୍ଧାନରେ ଅନ୍ୟ କିଛି ଅନୁଷ୍ଠାନଗୁଡିକ ମଧ୍ୟ ଅଂଶଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.