ETV Bharat / bharat

ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ କୋରୋନା - ବିଜୟ ରୁପାଣୀଙ୍କୁ କୋରୋନା

ରବିବାର ଏକ ସଭାସ୍ଥଳରେ ଚେତାଶୂନ୍ୟ ହୋଇ ଚିକିତ୍ସିତ ହେଉଥିବା ଗୁଜୁରାଟର ମୁଖ୍ୟମନ୍ତ୍ରୀ ସୋମବାର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

Gujarat Chief Minister Vijay tests positive for Corona
ଗୁଜୁରାଟ ମୁଖ୍ୟମନ୍ତ୍ରୀ କୋରୋନା ପଜିଟିଭ ଚିହ୍ନଟ
author img

By

Published : Feb 15, 2021, 1:23 PM IST

ଗାନ୍ଧୀନଗର: ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ସୋମବାର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ତାଙ୍କୁ ଚିକିତ୍ସା ପାଇଁ ଅହମ୍ମଦାବାଦ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଜୟ ରବିବାର ଏକ ସଭାରେ ଅଭିଭାଷଣ ଦେଉଥିବା ବେଳେ ସେ ଚେତାଶୂନ୍ୟ ହୋଇପଡିଥିଲେ ।

ରାଜ୍ୟରେ ଆଗକୁ ହେବାକୁ ଥିବା ନିର୍ବାଚନରେ ସେ ଅଭିଭାଷଣ ଦେଉଥିବା ବେଳେ ସଭାସ୍ଥଳରେ ଚେତାଶୂନ୍ୟ ହୋଇପଡିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଚିକିତ୍ସା ପରେ ସେ ସୁସ୍ଥ ଥିବା ଡାକ୍ତର ଆର.କେ ପଟେଲ କହିବା ସହିତ ତାଙ୍କୁ 24 ଘଣ୍ଟା ପର୍ଯ୍ୟବେକ୍ଷଣରେ ରଖାଯିବ ବୋଲି ସୂଚନା ଦେଇଥିଲେ । ତେବେ ସୋମବାର ସେ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ମୁଖ୍ୟମନ୍ତ୍ରୀ ବିଜୟ(64) ଚେତାଶୂନ୍ୟ ହେବା ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଥିଲା । ପରେ ସେ ନିଜେ ସଭାସ୍ଥଳରୁ ସିଡିରେ ତଳକୁ ଆସିଥିଲେ । କିନ୍ତୁ ତାଙ୍କର ଅଧିକ ଚିକିତ୍ସା ପାଇଁ ସେ ଭଦୋଦରାରୁ ଅହମ୍ମଦାବାଦ ହେଲିକପ୍ଟର ଯୋଗେ ଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.