ETV Bharat / bharat

ନିଆରା ଢଙ୍ଗରେ ଗଣିତ ଓ ବିଜ୍ଞାନର ଶିକ୍ଷାଦାନ, ଚର୍ଚ୍ଚାରେ ଗୁଜୁରାଟର ଶିକ୍ଷକ

author img

By

Published : Mar 12, 2023, 10:38 PM IST

ଗଣିତ ଓ ବିଜ୍ଞାନ ପ୍ରାୟତଃ ଛାତ୍ରଛାତ୍ରୀଙ୍କୁ ପଢିବାକୁ କଷ୍ଟ ଲାଗିଥାଏ । ହେଲେ ଏଠାରେ ପାଠକୁ ସହଜ କରିବା ଲାଗି ନିଆରା ପନ୍ଥା ଆପଣାଇଛନ୍ତି ଗୁଜୁରାଟରେ ଜଣେ ଶିକ୍ଷକ । ଅଧିକ ପଢନ୍ତୁ

Junagadh Teacher
Junagadh Teacher
ନିଆରା ଢଙ୍ଗରେ ଗଣିତ ଓ ବିଜ୍ଞାନର ଶିକ୍ଷାଦାନ, ଚର୍ଚ୍ଚାରେ ଗୁଜୁରାଟର ଶିକ୍ଷକ

ଗାନ୍ଧୀନଗର: ଗଣିତ ବିଷୟ ପଢିବା ଅନେକ ଛାତ୍ରଛାତ୍ରୀଙ୍କ ପାଇଁ କଷ୍ଟସାଧ୍ୟ ହୋଇଥାଏ । ପ୍ରାୟତଃ ମେଧାବୀ ଛାତ୍ରଛାତ୍ରୀଙ୍କୁ ଛାଡ଼ିଦେଲେ ଅନ୍ୟ ଛାତ୍ରୀମାନେ ଗଣିତ ପଢିବାକୁ ଅମଙ୍ଗ ହୁଅନ୍ତି । ହେଲେ ଗଣିତ ବିଷୟକୁ ସହଜ କରିବା ଲାଗି ଏଠାରେ ନିଆରା ପନ୍ଥା ଆପଣାଇଛନ୍ତି ଶିକ୍ଷକ । ସଙ୍ଗୀତ ଓ ଯୋଗ ମାଧ୍ୟମରେ ପିଲାଙ୍କୁ ଗଣିତ ଶିଖାଉଛନ୍ତି ଗୁଜୁରାଟ ସୌରାଷ୍ଟ୍ର ଅଞ୍ଚଳର ଜୁନାଗଡ଼ରେ ଜଣେ ଶିକ୍ଷକ । ଏଭଳି ଢଙ୍ଗରେ ପାଠ ପଢାଇବା ଦ୍ବାରା ପିଲମାନେ ସହଜରେ ପାଠ ବୁଝିପାରୁଥିବା କହିଛନ୍ତି ।

ଜୁନାଗଡ଼ ବନ୍ଥଲୀ ତହସିଲ ଶାପୁର ସେଣ୍ଟର ସ୍କୁଲର ଶିକ୍ଷକ କୃଣାଲ ମାରବଣିୟା ଏପରି ଢଙ୍ଗରେ ପିଲାଙ୍କୁ ପଢାଉଛନ୍ତି ଗଣିତ । ଗଣିତ ସହିତ ବିଜ୍ଞାନକୁ ମଧ୍ୟ ସଙ୍ଗୀତ ଦ୍ବାରା କଣ୍ଠସ୍ଥ କରାଉଛନ୍ତି ଶିକ୍ଷକ । ଏହି ୨ଟି କଠିନ ବିଷୟକୁ ସରଳ କରିବା ଲାଗି ସଙ୍ଗୀତକୁ ବାଛିଛନ୍ତି କୃଣାଲ । ଗଣିତ ଓ ବିଜ୍ଞାନର ଫର୍ମୁଲା ବୁଝାଇବା ଲାଗି କୃଣାଲ ଯୋଗାସନ ମୁଦ୍ରାର ଉପଯୋଗ କରିଛନ୍ତି । ଏହି ନିଆରା ଢଙ୍ଗରେ ଶିକ୍ଷାଦାନକୁ ନେଇ ଇଟିଭି ଭାରତ ସହ ଆଲୋଚନା କରିଛନ୍ତି କୃଣାଲ । ସେ କହିଛନ୍ତି, " ଗଣିତ ହେଉ କି ବିଜ୍ଞାନ ଏହାକୁ ସଙ୍ଗୀତ ମାଧ୍ୟମରେ ସହଜରେ ବୁଝାଯାଇପାରେ । କୌଣସି ଫର୍ମୁଲା କେବଳ ନଘୋଷି ଏହାକୁ ଛାତ୍ରଛାତ୍ରୀ ବୁଝିପାରିଥାନ୍ତି । ଯାହାଦ୍ବାରା ସେମାନେ ସହଜରେ ଏହାକୁ ମନେ ରଖିଥାନ୍ତି ।"

ଏହା ବି ପଢନ୍ତୁ- Love Jihad: ହିନ୍ଦୁ କହି ଯୁବତୀଙ୍କ ପ୍ରେମଜାଲରେ ଫସାଇଲେ ମୁସଲିମ ଯୁବକ, ବାନ୍ଧିଲା ପୋଲିସ

ଦେଶୀ ପ୍ରଣାଳୀରେ ଗଣିତ ଓ ବିଜ୍ଞାନ ଶିଖାଇବା ଲାଗି କୃଣାଲ ୨୦ଟି ଗୀତ ପ୍ରସ୍ତୁତ କରିଛନ୍ତି । ବାଲଗୀତ, ଫିଲ୍ମଗୀତ ଓ ଭଜନ ସ୍ବରରେ ଏହି ଗୀତ ପ୍ରସ୍ତୁତ କରିଛନ୍ତି । ପାଠ ପଢାଇବା ସମୟରେ ଏହାକୁ ବ୍ୟବହାର କରି ସେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଜଟିଳ ଗଣିତ ବୁଝାଉଛନ୍ତି । ସ୍କୁଲର ବିଦ୍ୟାର୍ଥୀମାନେ ମଧ୍ୟ ଏଥିରୁ ସୁଫଳ ପାଇଥିବା କହିଛନ୍ତି । ସେମାନେ ସହଜରେ ପାଠକୁ ବୁଝିପାରନ୍ତି ବୋଲି କହିଛନ୍ତି । ଯେତେବେଳେ କୃଣାଲ ସାର ସେମାନଙ୍କୁ ଏପରି ନିଆରା ଢଙ୍ଗରେ ଗଣିତ ଓ ବିଜ୍ଞାନ ପଢାଇଥାନ୍ତି ଏହାପରେ ସେମାନେ ସହଜରେ ପାଠ ବୁଝିପାରନ୍ତି ବୋଲି କହିଛନ୍ତି । ଯୋଗାସନ କରି ପାଠ ପଢାଇବା ଦ୍ବାରା ପିଲାମାନେ ଆକ୍ଟିଭ ରହିବା ସହିତ ପାଠପଢାରେ ଭଲ ଭାବେ ମନୋନିବେଶ କରିପାରନ୍ତି ବୋଲି କୃଣାଲ କହିଛନ୍ତି । ଅଭିଭାବକ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଣାଲଙ୍କ ଏହି ଶିକ୍ଷାଦାନ ଶୈଳୀକୁ ବେଶ ପ୍ରଶଂସା କରିଥିବା ଜଣାପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.