ETV Bharat / bharat

ଗୁଜୁରାଟ ଉପକୂଳରୁ 350 କୋଟିର ହେରୋଇନ ଜବତ, 6 ପାକିସ୍ତାନୀ ଗିରଫ

author img

By

Published : Oct 8, 2022, 9:34 AM IST

ଗୁଜୁରାଟ ଉପକୂଳରୁ 50 କେଜି ହେରୋଇନ ଜବତ ସହ 6 ପାକିସ୍ତାନୀଙ୍କୁ ଗିରଫ କଲା ଏଟିଏସ ଓ ତଟରକ୍ଷୀ ବାହିନୀର ମିଳିତ ଟିମ (ICG seized drugs worth of 350 crores) । ଜବତ ନିଶାଦ୍ରବ୍ୟର ଆନୁମାନିକ ମୂଲ୍ୟ ପ୍ରାୟ 350 କୋଟି ସୂଚନା । ଅଧିକ ପଢନ୍ତୁ

50 କେଜି ହେରୋଇନ ଜବତ କଲା ATS ଓ କୋଷ୍ଟଗାର୍ଡ, ମୂଲ୍ୟ ପ୍ରାୟ 350 କୋଟି

ଗାନ୍ଧୀନଗର: ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ପାଇଁ ଚର୍ଚ୍ଚାରେ ଥିବା ଗୁଜୁରାଟ ଉପକୂଳରୁ ପୁଣି ଜବତ ହେଲା ବିପୁଳ ପରିମାଣର ହେରୋଇନ (ICG seized drugs worth of 350 crores) । ପ୍ରାୟ 50 କେଜି ଓଜନର 350 କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ ସହ 6 ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିଛି ରାଜ୍ୟ ଆତଙ୍କୀ ନିରୋଧୀ ସ୍କ୍ବାଡ (ATS) ଓ ତଟରକ୍ଷୀ ବାହିନୀର ମିଳିତ ଟିମ । ଏହି ନିଶାଦ୍ରବ୍ୟ ପାକିସ୍ତାନରୁ ଗୁଜୁରାଟ ଉପକୂଳ ଦେଇ ଭାରତକୁ ଆସୁଥିବା ଇନପୁଟ ସୂଚନା ଆଧାରରେ ଏହି ମିଳିତ ଅପରେସନ କରିଥିଲେ ଏଟିଏସ ଓ କୋଷ୍ଟଗାର୍ଡ । ଏହି ଘଟଣାରେ 6 ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିବା ସହ 50 କେଜି ଓଜନର ହେରୋଇନ ସହ ଏକ ବୋଟକୁ ମଧ୍ୟ ଜବତ କରାଯାଇଛି । ଜବତ ହେରୋଇନର ଆନୁମାନିକ ମୂଲ୍ୟ ପ୍ରାୟ 350 କୋଟିରୁ ଅଧିକ ହେବା ନେଇ ସୂଚନା ମିଳିଛି (Gujarat ATS seized drugs)।

ଏହି ବିପୁଳ ପରିମାଣର ନିଶାଦ୍ରବ୍ୟ ପାକିସ୍ତାନର କରାଚୀରୁ ଆସି ପ୍ରଥମେ ଗୁଜୁରାଟ ଓ ପରେ ଦେଶର ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିବା ସନ୍ଦେହ କରାଯାଉଛି । ପୂର୍ବରୁ ମଧ୍ୟ ଏପରି ଏକାଧିକ ଘଟଣା ସାମ୍ନାକୁ ଆସିଛି । ମାଛ ଧରିବା ପାଇଁ ପାକିସ୍ତାନୀ ମତ୍ସ୍ୟଜୀବୀମାନେ ଭାରତୀୟ ଜଳସୀମା ଅତିକ୍ରମ କରି ଧରାପଡିଛନ୍ତି । ସେହିପରି ଗୁଜୁରାଟ ଉପକୂଳ ଦେଇ ପାକିସ୍ତାନରୁ ଭାରତକୁ ନିଶାଦ୍ରବ୍ୟ ଚାଲାଣ ହେବା ପରି ଘଟଣା ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣା ପରେ ସାମୁଦ୍ରିକ ପାଟ୍ରୋଲିଂ ସାଙ୍ଗକୁ ସର୍ବିଲାନ୍ସକୁ କଡାକଡି କରିଛି ଭାରତୀୟ ତଟରକ୍ଷୀ ବାହିନୀ ଓ ସୀମା ସୁରକ୍ଷା ବଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.