ETV Bharat / bharat

କମ୍ପିବ ଗୁଜୁରାଟ: ହେଲିକପ୍ଟର ଓ ଚାଟାର୍ଡ ବିମାନରେ ଚାଲିବ ପ୍ରଚାର - ଗୁଜୁରାଟ ପାଇଁ ହେଲିକପ୍ଚର ଭଡାରେ ନେଲା ବିଜେପି

କମ୍ପିବ ଗୁଜୁରାଟ ପ୍ରଚାର ମଇଦାନ । ନିର୍ବାଚନୀ ପ୍ରଚାର ପାଇଁ ହେଲିକପ୍ଟର ଓ ଚାଟାର୍ଡ ବିମାନ ଭଡାରେ ନେଲା ବିଜେପି, କଂଗ୍ରେସ ଓ ଆପ୍ । ଅଧିକ ପଢନ୍ତୁ

କମ୍ପିବ ଗୁଜୁରାଟ: ହେଲିକପ୍ଟର ଓ ଚାଟାର୍ଡ ବିମାନରେ ଚାଲିବ ପ୍ରଚାର

author img

By

Published : Nov 13, 2022, 12:38 PM IST

ଗୁଜୁରାଟ: ମୁଣ୍ଡ ଉପରେ ଗୁଜୁରାଟ ବିଧାନସଭା ନିର୍ବାଚନ(Gujarat assembly elections) । ରାଜ୍ୟର ୧୮୨ଟି ବିଧାନସଭା ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ପଡିବ ଭୋଟ । ଗୁଜୁରାଟରେ ବର୍ତ୍ତମାନ ଭାରତୀୟ ଜନତା ପାର୍ଟି(BJP) କ୍ଷମତାରେ ରହିଛି । ଏଠାରେ ସାଧାରଣତଃ କଂଗ୍ରେସ ଓ ବିଜେପି ମଧ୍ୟରେ ପାରମ୍ପରିକ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳୁଥିବାବେଳେ, ଚଳିତ ଥର ନିର୍ବାଚନ ମଇଦାନକୁ ଓହ୍ଲାଇଛି କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି । ବିଜେପିକୁ ଚେକ୍ ଦେବାକୁ ଉଭୟ ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମରେ ଲାଗିଛନ୍ତି । ବିଜେପି ମଧ୍ୟ କ୍ଷମତା ବଜାୟ ରଖିବା ପାଇଁ ପୁରା ଦମ୍ ଲଗାଇଛି । ସେଥିପାଇଁ ତିନୋଟି ଯାକ ଦଳ ଏବେ ନିର୍ବାଚନ ପ୍ରଚାରରେ କୋଟି କୋଟି ଟଙ୍କା ଉଡାଉଥିବାର ଦେଖାଯାଇଛି ।

ନିର୍ବାଚନ ତାରିଖ ଯେତିକି ପାଖଉଛି ପ୍ରସ୍ତୁତି ସେତିକି ଜୋରରେ ଆଗକୁ ବଢୁଛି । ମାଳ ମାଳ ଜନସଭା, ରୋଡ ଶୋ' ପାଇଁ ଜୋରଦାର ପ୍ରସ୍ତୁତିରେ ଲାଗିପଡିଛନ୍ତି ସମସ୍ତ ରାଜନୈତିକ ଦଳ । ମିଳିଥିବା ସୂଚନା ଅନୁସାରେ, ଭାଜପା ଗୁଜୁରାଟ ନିର୍ବାଚନୀ ପ୍ରଚାର ପାଇଁ ହେଲ୍ଟିକପ୍ଟର ଓ ଚାଟାର୍ଡ ବିମାନ ଭଡାରେ ନେଇଛି । କଂଗ୍ରେସ ଓ ଆପ୍ ମଧ୍ୟ ହେଲିକପ୍ଟରରେ ପ୍ରଚାର କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ବିଜେପି ନିଜର ଷ୍ଟାର ପ୍ରଚାରକଙ୍କ ପାଇଁ ୪ଟି ହେଲିକପ୍ଟର ଭଡାରେ ନେଇଛି । ମୁମ୍ବାଇ, ଦିଲ୍ଲୀ ଓ ବେଙ୍ଗାଲୁରୁରୁ ହେଲିକପ୍ଟରଗୁଡିକ ଗୁଜୁରାଟରେ ପହଞ୍ଚିବା ଆରମ୍ଭ କରିଛନ୍ତି । ଯେପରି ସେଲିବ୍ରେଟି ପ୍ରଚାରକମାନେ କମ୍ ସମୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବେ ସେଥିପାଇଁ ବିଜେପି ହେଲିକପ୍ଟର ବ୍ୟବସ୍ଥା ସହ ହେଲିପ୍ୟାଡ ତିଆରି କରିଛି ।

ସୂତ୍ରରୁ ପ୍ରାପ୍ତ ସୂଚନା ମୁତବାକ, ବିଜେପି ନୋଏଡା ସ୍ଥିତ ମେଘା ମାକ୍ସ କମ୍ପାନୀରୁ(Megha Max Company) ଗୋଟିଏ ହେଲିକପ୍ଟର ଆଣିଛି । ଦଳ ସମୁଦାୟ ୪ଟି ହେଲିକପ୍ଟର ସହ ୩ ପ୍ରାଇଭେଟ ଏୟାରକାପ୍ଟ ସଂରକ୍ଷିତ ରଖିଛି । ସେହିପରି କଂଗ୍ରେସ ମଧ୍ୟ ଗୋଟିଏ ହେଲିକପ୍ଟର ଓ ଏୟାରକ୍ରାପ୍ଟ ନେଇଛି । ଉଭୟ ଦଳ ୨୫ ଦିନ ପାଇଁ ଏହାକୁ ଭଡାରେ ଆଣିଥିବା ଜଣାପଡିଛି । ଏଥିପାଇଁ ରାଜନୈତିକ ଦଳଗୁଡିକ ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ମୁଖ୍ୟତଃ ନିର୍ବାଚନ ସମୟରେ ଚାଟାର୍ଡ ବିମାନର ଭଡା କ୍ରମଶଃ ବୃଦ୍ଧି ପାଉଥିବାର ଦେଖାଯାଏ । B2-100 ଏୟାରକ୍ରାଫ୍ଟର ଭଡା ୧ ଲକ୍ଷ ୩୦ ହଜାର ଅଟେ । କିନ୍ତୁ ବର୍ତ୍ତମାନ ନିର୍ବାଚନ ସମୟରେ ଏହାର ଘଣ୍ଟାକ ପିଛା ଭଡା ଏବେ ୧ ଲକ୍ଷ ୫୦ ହଜାର ରହିଛି ।

ଏହାମଧ୍ୟ ପଢନ୍ତୁ: ଗୁଜୁରାଟ ବିଧାନସଭା ନିର୍ବାଚନ: ଘରେ ଭୋଟ ଦେବେ ପାଖାପାଖି ୫ ଲକ୍ଷ ଦିବ୍ୟାଙ୍ଗ ଭୋଟର

ଡିସେମ୍ବର ୧ ଓ ୫ ତାରିଖରେ ଦୁଇଟି ପର୍ଯ୍ୟାୟରେ ଗୁଜୁରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଗୁଜୁରାଟରେ ଦୀର୍ଘ ବର୍ଷ ହେଲାଣି ଶାସନ କରୁଛି ବିଜେପି । ଏଥର ମଧ୍ୟ ନିର୍ବାଚନରେ ବାଜିମାତ୍ କରିବା ପାଇଁ ଦମ୍ଭୋକ୍ତ ଦେଖାଇଛି । ସେପଟେ ନୂଆ କରି ଗୁଜୁରାଟ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ଆପ୍ ଏବଂ କଂଗ୍ରେସ ମଧ୍ୟ ଦଳର ଭଲ ପ୍ରଦର୍ଶନ ନେଇ ଆଶାଦାବୀ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.