ହାଇଦ୍ରାବାଦ:ଜନ୍ମମାଟିରେ ପହଞ୍ଚିଲା ଶହୀଦଙ୍କ ମରଶରୀର । ଦେଶବାସୀଙ୍କ ସୁରକ୍ଷା ପାଇଁ ଆତଙ୍କବାଦୀଙ୍କ ସହ ଲଢି ଶହୀଦ ହୋଇଥିବା ଯବାନ ରାୟଦା ମହେଶଙ୍କର ମରଶରୀର ତେଲେଙ୍ଗାନାର ନିଜାମାବାଦ ଜିଲ୍ଲା ସ୍ଥିତ କୋମାନପଲ୍ଲୀ ଭିଟାମାଟିରେ ପହଞ୍ଚିଛି ।
ମଙ୍ଗଳବାର ରାତିରେ ହାଇଦ୍ରାବାଦ ବିମାନ ବନ୍ଦରରେ ଯବାନଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା । ସେଠାରେ ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରଞ୍ଜନ ଓ ବିଧାୟକ କଲବାକୁନ୍ତଲା କବିତା ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହା ପରେ ନିଜାମାବାଦରେ ମହେଶଙ୍କ ମରଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।
ଶହୀଦ ମନୋଜ 25ବର୍ଷ ବୟସରେ 2014ରେ ସେନା ବିଭାଗରେ ଯୋଗ ଦେଇଥିଲେ । ଗତ 8ରେ ଜାମ୍ମୁ କାଶ୍ମୀରର ମାଚିଲ ସେକ୍ଟରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀ ଦ୍ବାରା ମିଳିତ ଅପରେସନରେ ବେଳେ ସେ ଶହୀଦ ହୋଇଥିଲେ । ବୁଧବାର ତାଙ୍କୁ ତାଙ୍କ ଜନ୍ମମାଟିରେ ବିଏସଏଫ ଅଧିକାରୀ ଓ ଯବାନମାନେ ଗାର୍ଡ ଅଫ ଅନର ଦେଇଛନ୍ତି ।
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରିଲଫ ପାଣ୍ଠିରୁ 5ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦେବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ।
@ANI