ଜୟପୁର: ଦେଶବ୍ୟାପୀ କୋରୋନା ତାର ରୌଦ୍ର ରୂପ ଦେଖାଉଥିବା ବେଳେ ରାଜସ୍ଥାନରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଜଣେ 34 ବର୍ଷୀୟ ମହିଳା ତାଙ୍କ ବାପାଙ୍କ ଚିତାକୁ ଡେଇଁ ପଡ଼ିବା ଏବେ ସମସ୍ତଙ୍କୁ ଚକିତ କରିଛି ।
ପୋଲିସର ସୂଚନା ମୁତାବକ, 73 ବର୍ଷୀୟ ଦାମୋଦର ଦାସ ଶାରଦାଙ୍କ ବାରମର ଜିଲ୍ଲାର ଏକ ଡାକ୍ତରଖାନାରେ ମଙ୍ଗଳବାର କୋରୋନାରେ ମୃତ୍ୟୁ ହୋଇଗଲା । ତେବେ ତାଙ୍କର ଅନ୍ତିମ ସଂସ୍କାର ଚାଲିଥିବାବେଳେ ସେଠାରେ ଉପସ୍ଥିତ ତାଙ୍କ ତିନି ଝିଅଙ୍କ ମଧ୍ୟରୁ ସାନ ଝିଅ ଚନ୍ଦ୍ରା ଶାରଦା ହଠାତ ତାଙ୍କ ପିତାଙ୍କ ଚିତାକୁ ଡେଇଁ ପଡ଼ିଥିଲେ । ଯଦିଓ ଆଖପାଖର ଲୋକମାନେ ତାଙ୍କୁ ଏଥିରୁ ଟାଣି ନେଇଥିଲେ ତଥାପି ତାଙ୍କ ଶରୀରର 70 ପ୍ରତିଶତ ପୋଡ଼ି ଯାଇଥିବା ପୋଲିସ ସୂଚନା ଦେଇଛି । ପ୍ରଥମେ ତାଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ପରେ ଚିକିତ୍ସା ପାଇଁ ଯୋଧପୁରର ଏକ ଡାକ୍ତରଖାନାକୁ ପଠାଯାଇଥିଲା ବୋଲି କୁହାଯାଇଛି ।
ପ୍ରକାଶ ଥାଉକି, ମୃତକଙ୍କ ପତ୍ନୀ ଗତ କିଛି ଦିନ ତଳେ ମୃତ୍ୟୁବରଣ କରିଥିଲେ ।