ETV Bharat / bharat

କିନ୍ନରଙ୍କୁ ମିଳିବ 1500 ଟଙ୍କା ସହାୟତା ରାଶି, କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି - Transgender

କୋରୋନା ପାଇଁ ସମସ୍ତଙ୍କ ଜୀବନ ଜୀବିକା ଗୁରୁତରଭାବେ ପ୍ରଭାବିତ ହୋଇଥିବାବେଳେ କିନ୍ନରମାନଙ୍କର ଜୀବନ ଜୀବିକାରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ଏନେଇ ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ସେମାନଙ୍କୁ 1500 ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

ପ୍ରତ୍ୟେକ ଟ୍ରାନ୍ସଜେଣ୍ଡରଙ୍କୁ ମିଳିବ 1500 ଟଙ୍କା ସହାୟତା ରାଶି

author img

By

Published : May 25, 2021, 12:41 PM IST

ନୂଆଦିଲ୍ଲୀ: ସାରାଦେଶ ଏବେ ମହାମାରୀ କୋରୋନା କବଳରେ । କୋରୋନା ପାଇଁ ସରକାର ଲାଗୁ କରିଥିବା ଲକଡାଉନ ଓ ସଟଡାଉନ ପାଇଁ ସମସ୍ତଙ୍କ ଜୀବନ ଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏପରି ସ୍ଥିତିରେ କିନ୍ନରଙ୍କର ଜୀବନ ଜୀବିକାରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ଏନେଇ ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ତୁରନ୍ତ ପ୍ରତ୍ୟେକ କିନ୍ନରଙ୍କୁ 1500 ଟଙ୍କା ସହାୟତା ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ କହିଛି ଯେ, ଏହି ଆର୍ଥିକ ସହାୟତା କିନ୍ନର ସମ୍ପ୍ରଦାୟକୁ ସେମାନଙ୍କର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବ । ତେବେ କିନ୍ନରଙ୍କ ପାଇଁ କାର୍ଯ୍ୟ କରୁଥିବା ଏନଜିଓ ତଥା ସମ୍ପ୍ରଦାୟ ଭିତ୍ତିକ ସଂଗଠନ ଏହି ପଦକ୍ଷେପ ବିଷୟରେ ସଚେତନତା କରିବାକୁ ମନ୍ତ୍ରଣାଳୟ କହିଛି । ରିପୋର୍ଟରେ ଦର୍ଶାଯାଇଛି ଯେ, ଯେକୌଣସି କିନ୍ନର ବ୍ୟକ୍ତି କିମ୍ବା ସମ୍ପ୍ରଦାୟ-ଆଧାରିତ ସଂଗଠନ, ସେମାନଙ୍କ ଆଧାର ଏବଂ ବ୍ୟାଙ୍କ ଆକାଉଣ୍ଟ ନମ୍ବର ପରି ମୌଳିକ ବିବରଣୀ ପ୍ରଦାନ କରିବା ପରେ ଆର୍ଥିକ ସହାୟତା ପାଇଁ ଆବେଦନ କରିପାରିବେ । ସେମାନଙ୍କୁ ଏକ ଫର୍ମ ପୂରଣ କରିବାକୁ ପଡିବ, ଯାହା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ଡିଫେନ୍ସ ୱେବସାଇଟରେ ଉପଲବ୍ଧ ।

ଗତ ବର୍ଷର ଲକଡାଉନ୍ ସମୟରେ କିନ୍ନର ବ୍ୟକ୍ତିବିଶେଷଙ୍କୁ କେନ୍ଦ୍ର ସମାନ ଆର୍ଥିକ ସହାୟତା ଏବଂ ରାସନ ସାମଗ୍ରୀ ପ୍ରଦାନ କରିଥିଲା । ଏଥିରେ ମୋଟ 98 ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା, ଯେଉଁଥିରେ ଦେଶର ପ୍ରାୟ ସାତ ହଜାର କିନ୍ନର ଉପକୃତ ହୋଇଥିଲେ ।

ଏହାସହ କିନ୍ନରଙ୍କ ମାନସିକ ସ୍ବାସ୍ଥ୍ୟ ଚିକିତ୍ସା ପାଇଁ ସରକାର ଏକ ହେଲ୍ପଲାଇନ ନମ୍ବର 8882133897 ମଧ୍ୟ ଲଞ୍ଚ କରିଛନ୍ତି । ଏହି ହେଲ୍ପଲାଇନ ସୋମବାର ଠାରୁ ଶନିବାର ସକାଳ 11 ଟାରୁ 1 ଟା ଏବଂ 3 ଟା ରୁ 5 ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ । ଏହି ହେଲ୍ପଲାଇନରେ, ସେମାନେ ସେମାନଙ୍କର ମାନସିକ ସ୍ବାସ୍ଥ୍ୟ ଚିକିତ୍ସା ପାଇଁ ବୃତ୍ତିଗତ ସାଇକୋଲୋଜିଷ୍ଟଙ୍କ ଦ୍ବାରା ପରାମର୍ଶ ସେବା ଯୋଗାଇ ଦିଆଯିବ । ଏପଟେ ଟୀକାକରଣ କେନ୍ଦ୍ରରେ କିନ୍ନରଙ୍କ ପ୍ରତି କୌଣସି ଭେଦଭାବ ନହେବା ପାଇଁ ମନ୍ତ୍ରଣାଳୟ ସମସ୍ତ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଏକ ଚିଠି ଲେଖିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.