ETV Bharat / bharat

ନିଯୁକ୍ତି ଘୋଷଣା ନେଇ ରାହୁଲଙ୍କ ସମାଲୋଚନା, କହିଲେ ଏହା ସରକାରଙ୍କ ମହାଜୁମଲା

ଦେଢ ବର୍ଷରେ ମିଳିବ 10 ଲକ୍ଷ ଚାକିରି । ରାହୁଲ ଗାନ୍ଧି କହିଲେ ସରକାର ଜୁମଲା ନୁହନ୍ତି, ବରଂ ମହାଜୁମଲା । ଅଧିକ ପଢନ୍ତୁ

author img

By

Published : Jun 14, 2022, 8:46 PM IST

ନିଯୁକ୍ତି ଘୋଷଣା ନେଇ ରାହୁଲଙ୍କ ସମାଲୋଚନା, କହିଲେ ସରକାର ଜୁମଲା ନୁହେଁ ମହାଜୁମଲା

ନୂଆଦିଲ୍ଲୀ: ଆଜି ନିଯୁକ୍ତି ନେଇ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଆଗାମି ଦେଢ ବର୍ଷ ମଧ୍ୟରେ ଦେଶରେ ବିଭିନ୍ନ କ୍ଷେତ୍ରରେ 10 ଲକ୍ଷ ଦେଶବାସୀ ନିଯୁକ୍ତି ପାଇବେ । ତେବେ ସରକାରଙ୍କ ଏପରି ଘୋଷଣାକୁ ନେଇ କଡା ସମାଲୋଚନା କରିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ । ଇଡି କାର୍ଯ୍ୟାଳୟରୁ ଜେରା ପରେ ଫେରିଥିବା ରାହୁଲ ଘୋଷଣା ନେଇ ସମାଲୋଚନାପୂର୍ଣ୍ଣ ଟ୍ବିଟ କରିଛନ୍ତି । ମୋଦି ସରକାର ଜୁମଲା ନୁହେଁ ବରଂ ମହାଜୁମଲା ବୋଲି ରାହୁଲ କହିଛନ୍ତି ।

  • जैसे 8 साल पहले युवाओं को हर साल 2 करोड़ नौकरियों का झांसा दिया था, वैसे ही अब 10 लाख सरकारी नौकरियों की बारी है।

    ये जुमलों की नहीं, 'महा जुमलों' की सरकार है।

    प्रधानमंत्री जी नौकरियां बनाने में नहीं, नौकरियों पर 'News' बनाने में एक्सपर्ट हैं।

    — Rahul Gandhi (@RahulGandhi) June 14, 2022 " class="align-text-top noRightClick twitterSection" data=" ">

ଆଜି ପ୍ରଧାନମନ୍ତ୍ରୀ ଏକାଧିକ ବିଭାଗ ଓ ମନ୍ତ୍ରଣାଳୟ ସହ ଦେଢ ବର୍ଷ ମଧ୍ୟରେ ପ୍ରାୟ 10ଲକ୍ଷ ନିଯୁକ୍ତି ନେଇ ଆଲୋଚନା କରିଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମିଶନ ମୋଡରେ ସାରିବା ପାଇଁ ମଧ୍ୟ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଏକାଧିକ ବିଭାଗ ଓ କାର୍ଯ୍ୟାଳୟରେ ଖାଲି ପଡିଥିବା ପଦବୀ ସମେତ ଅନ୍ୟ କିଛି ନୂଆ ନିଯୁକ୍ତି ମଧ୍ୟ ସୃଷ୍ଟି କରାଯିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହା ପାଖାପାଖି 10 ଲକ୍ଷ ଲୋକଙ୍କୁ ନିଯୁ୍କ୍ତି ଯୋଗାଇବାରେ ସାହାଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ କହିଛି ।

ତେବେ ରାହୁଲ ସରକାରଙ୍କ ଏହି ନିଷ୍ପତ୍ତିକୁ କଡା ସମାଲୋଚନା କରି କହିଛନ୍ତି, ସରକାର କେବଳ ଜୁମଲା ନୁହନ୍ତି, ବରଂ ମହାଜୁମଲା । ନିଯୁକ୍ତି ସୃଷ୍ଟି କରିବା ନୁହେଁ ବରଂ ନିଯୁକ୍ତି ମିଳିବା ନେଇ ଖବର ସୃଷ୍ଟି କରିବା ପାଇଁ ପ୍ରଧାନମନ୍ତ୍ରୀ ଜଣେ ଏକ୍ସପର୍ଟ ବୋଲି ରାହୁଲ କହିଛନ୍ତି । ପୂର୍ବରୁ ମଧ୍ୟ 2କୋଟି ନିଯୁକ୍ତି ନେଇ ମୋଦି ସରକାରଙ୍କୁ କଂଗ୍ରେସ ସମାଲୋଚନା କରିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.